ETV Bharat / business

ଭାରତର 216 ଆରବ ଡଲାର ଋଣ ରଖିଛି ଆମେରିକା - ଆମେରିକାର ଋଣ

ସବୁଠୁ ଧନୀ ଅଭିବୃଦ୍ଧିଶୀଳ ରାଷ୍ଟ୍ର ଉପରେ ଋଣ ରଖିଛି ଭାରତ । 29 ହଜାର ଆରବ ଡଲାରର ଋଣ ସୁଜିନ ଆମେରିକା । ଭାରତର ରଖିଛି 216 ଅରବ ଡଲାର । ଅଧିକ ପଢନ୍ତୁ..

ଭାରତର  216 ଅରବ ଡଲାର ବକେୟା ରଖିଛି ଆମେରିକା
ଭାରତର 216 ଅରବ ଡଲାର ବକେୟା ରଖିଛି ଆମେରିକା
author img

By

Published : Feb 27, 2021, 6:19 PM IST

ୱାଶିଂଟନ: ଦୁନିଆର ସବୁଠୁ ବଡ ଅର୍ଥବ୍ୟବସ୍ଥା ଆମେରିକା ଉପରେ ଦୁଇ ଦଶକ ଧରି ବଢିଚାଲିଛି ଋଣ ଭାର । ଏପରିକି ଭାରତର ମଧ୍ୟ ଆମେରିକା ଉପରେ 216 ଅରବ ଡଲାରର ଋଣ ବାକି ପଡିଛି । ଆମେରିକା ଉପରେ ମୋଟ 29 ହଜାର ଅରବ ଡଲାରର ଋଣ ରହିଛି ।

ଜଣେ ଆମରକୀୟ ସାଂସଦ ସରକାରଙ୍କୁ ଦେଶ ଉପରେ ବଢୁଥିବା ଋଣ ଭାରକୁ ନେଇ ସଚେତନ କରାଇଛନ୍ତି । ଆମେରିକା ଉପରେ ଚୀନ ଓ ଜାପାନର ଋଣ ସବୁଠୁ ଅଧିକା ରହିଛି । 2020 ରେ ଆମେରିକାର ମୋଟ ଜାତୀୟ ଋଣ ଭାର 23400 ଅରବ ଡଲାର ଥିଲା । ଏହାର ଅର୍ଥ ପ୍ରତ୍ୟେକ ଆମେରକୀୟ ଉପରେ ହାରାହାରୀ 72309 ଡଲାରର ଋଣ ଥିଲା ।

ଆମେରିକା ସାଂସଦ ଏଲେକ୍ସନ ମୁନୀ କହିଛନ୍ତି କି, ଆମର ଋଣ ବୃଦ୍ଧି ହୋଇ 29,000 ଅରବ ଡଲାରରେ ପହଞ୍ଚିଯାଇଛି । ଯାହା ଦ୍ବାରା ମୁଣ୍ଡ ପିଛା ଋଣ ଭାର ଆହୁରୀ ବଢୁଛି । ଋଣ ସମ୍ବନ୍ଧୀୟ ସୂଚନା ଅତ୍ୟନ୍ତ ଦ୍ୱନ୍ଦ୍ୱପୂର୍ଣ୍ଣ, ଦୁଇ ଦେଶ - ଚୀନ୍ ଏବଂ ଜାପାନ ଆମର ସବୁଠୁ ବଡ ଋଣଦାତା, ସେମାନେ ପ୍ରକୃତରେ ଆମର ବନ୍ଧୁ ନୁହଁନ୍ତି ।

ଆମେରିକା ଉପରେ ଚୀନ ଓ ଜାପାନର 1000 ଅରବ ଡଲାରରୁ ଅଧିକ ଲେଖାଏଁ ଋଣ ବକେୟା ଅଛି । ସେହିଭଳି ବ୍ରାଜିଲକୁ ଆମେରିକା 258 ଅରବ ଡଲାର ଦେବା ପାଇଁ ରହିଛି । ଭାରତ 216 ଅରବ ଡଲାର ବକେୟା ରହିଛି । ଆମ ବିଦେଶୀ ଋଣଦାତାଙ୍କ ସୂଚୀ ବହୁତ ଲମ୍ବା ବୋଲି ମୁନୀ କହିଛନ୍ତି । 2000ରେ ଆମେରିକା ଉପରେ 5600 ଅରବ ଡଲାରର ଋଣ ଥିଲା । ଓବାମା ସମୟରେ ଏହା ଦୁଇଗୁା ହୋଇଯାଇଥିଲା ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଜାନୁଆରୀ ମାସରେ 1900 ଅରବ ଡଲାରର କୋଭିଡ-19 ରିଲିଫ ପ୍ୟାକେଜ ଘୋଷଣା କରିଥିଲେ । ଯେପରି ଏହି ମହାମାରୀ ମଧ୍ୟରେ ଅର୍ଥବ୍ୟବସ୍ଥା ଉପରେ ଆସିଥିବା ସଙ୍କଟର ମୁକାବିଲା କରାଯାଇପାରିବ । ତେବେ ମୁନୀ ଓ ବିରୋଧୀ ଅନ୍ୟ ସାଂସଦ ପ୍ୟାକେଜକୁ ବିରୋଧ କରିଛନ୍ତି । ମୁନୀ କହିଛନ୍ତି କି ଓବାମାଙ୍କ 8 ବର୍ଷରେ ଆମେ ତାଙ୍କ ଉପରେ ଋଣ ଭାର ଡବଲ କରିଦେଇଥିଲା ବେଳେ ଏବେ ପ୍ୟାକେଜ ମାଧ୍ୟମରେ ଆହୁରୀ ବଢାଉଛୁ । ଋଣ ଓ ଜିଡିପି ଅନୁପାତ ବେକାବୁ ହେଲାଣି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.