ETV Bharat / business

ବେପାର ଯୁଦ୍ଧରେ ଲାଗିବ ବ୍ରେକ! ପ୍ରଥମ ବାଣିଜ୍ୟ ଚୁକ୍ତିକୁ ସହମତି

ଆମେରିକା ଓ ଚୀନ ଭିତରେ ଐତିହାସିକ ବୁଝାମଣାକୁ ସହମତି। ପ୍ରଥମ ପର୍ଯ୍ୟାୟ ବାଣିଜ୍ୟ ଚୁକ୍ତି ଉପରେ ମୋହର ଲଗାଇଛନ୍ତି ରାଷ୍ଟ୍ରପତି ଟ୍ରମ୍ପ। ଶୀଘ୍ର ଦ୍ବିତୀୟ ପର୍ଯ୍ୟୟ ପାଇଁ କଥାବାର୍ତ୍ତା ଆରମ୍ଭ ହେବ ବୋଲି ଟ୍ବିଟ କରି ଜଣାଇଛନ୍ତି ସେ।

US, China reach phase one trade deal: President Trump
ବେପାର ଯୁଦ୍ଧରେ ଲାଗିବ ବ୍ରେକ! ପ୍ରଥମ ବାଣିଜ୍ୟ ଚୁକ୍ତିକୁ ସହମତି
author img

By

Published : Dec 14, 2019, 1:41 PM IST

ନୂଆଦିଲ୍ଲୀ: ଥମିବ ଦୀର୍ଘ 17 ମାସ ଧରି ଚାଲିଥିବା ଆମେରିକା-ଚୀନ ବେପାର ଯୁଦ୍ଧ । ଏହି 2 ମହାଶକ୍ତି ଭିତରେ ପ୍ରଥମ ପର୍ଯ୍ୟାୟ ବାଣିଜ୍ୟ ଚୁକ୍ତି ଉପରେ ସହମତି ମିଳିସାରିଛି। ଏହି ବୁଝମଣା ସମାନତା ପରସ୍ପରର ସମ୍ମାନ ସିଦ୍ଧାନ୍ତ ଉପରେ ଆଧାରିତ। ଏହି ଚୁକ୍ତିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ମୋହର ମାରିଛନ୍ତି। ଉଭୟ ରାଷ୍ଟ୍ରର ଗଣମାଧ୍ୟମରୁ ଏନେଇ ସୂଚନା ମିଳିଛି।

ସେପଟେ ଆମରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ବିଟ କରିଛନ୍ତି ଯେ, ‘ଆମେ ଚୀନ ସହ ଏକ ବହୁତ ବଡ ପର୍ଯ୍ୟାୟ ୱାନ ବୁଝାମଣାରେ ସହମତି ହୋଇଛି। ଆମେ 2020 ନିର୍ବାଚନ ସୁଦ୍ଧା ଅପେକ୍ଷା କରିବା ବଦଳରେ ତୁରନ୍ତ ଦ୍ବିତୀୟ ପର୍ଯ୍ୟୟ ପାଇଁ କଥାବାର୍ତ୍ତା ଆରମ୍ଭ କରିବୁ। ଏହା ସମସ୍ତଙ୍କ ପାଇଁ ଏକ ଆଶ୍ଚର୍ଯ୍ୟକର ବୁଝାମଣା। ଧନ୍ୟବାଦ!’

ଚୀନ ଓ ଆମରିକା ଭିତରେ ଚାଲିଥିବା ଏହି ଟ୍ରେଡୱାର ପ୍ରଭାବ ସମଗ୍ର ବିଶ୍ବକୁ ଭୋଗିବାକୁ ପଡୁଥିଲା । ଚୀନର 250 ଅରବ ଡଲାର ସାମଗ୍ରୀ ଉପରେ ଆମେରିକା ଟାରିଫ ଲଗାଇଥିଲା। ଏହାର ଜବାବରେ ଚୀନ ମଧ୍ୟ ଆମେରିକାର 110 ଅରବ ଡଲାର ସାମଗ୍ରୀ ଉପରେ ଶୁଳ୍କ କଷିଥିଲା। ହେଲେ ଏବେ ଚୁକ୍ତିର ସର୍ତ୍ତ ଅନୁଯାୟୀ ଡିସେମ୍ବର 15ରୁ ଚୀନ ସାମଗ୍ରୀ ଆମଦାନିରୁ ଶୁକ୍ଲ ହଟିଯିବ। ଏଥିସହ ଚୀନ ଆସନ୍ତା ବର୍ଷରୁ ଆମେରିକାରୁ 5000 କୋଟି ଡଲାର ମୂଲ୍ୟର କୃଷି ଉତ୍ପାଦ ଏବଂ ଅନ୍ୟାନ୍ୟ ସାମଗ୍ରୀ କିଣିବ।

US, China reach phase one trade deal: President Trump
ପ୍ରଥମ ପର୍ଯ୍ୟାୟ ବାଣିଜ୍ୟ ଚୁକ୍ତିକୁ ସହମତି

ଏହି ଚୁକ୍ତି ଦ୍ବାରା ବିଶ୍ବ ଅର୍ଥବ୍ୟବସ୍ଥାକୁ ବୁଷ୍ଟର ମିଳିବ । ବିଶେଷ କରି ଆମେରିକାର କୃଷି ଉତ୍ପାଦ ରପ୍ତାନୀ ବଢିବ। ଏଥିସହ 2 ରାଷ୍ଟ୍ରର ମେରୁଦଣ୍ଡ ସୁଦୃଢ ହେବ। ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି(ଆଇଏମଏଫ) ଆକଳନ ଅନୁଯାୟୀ ଏହି ଟାରିଫ ଯୁଦ୍ଧ ଯୋଗୁଁ ଆମେରିକାର ଓ ଚୀନର ଜିଡିପି କ୍ରମଶଃ 0.6 ଓ 2 ପ୍ରତିଶତ ଖସିଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.