ETV Bharat / business

ମୋଦିଙ୍କ ମୁଣ୍ଡରେ ଚଡକ, ଦେଶର ଅଭିବୃଦ୍ଧିରେ ବାଟ ଓଗାଳୁଛି ବେକାରୀ

ମୋଦି ସରକାରଙ୍କ ଶପଥ ଗ୍ରହଣର ଦ୍ବିତୀୟ ଦିନରୁ 2ଟି ବଡ ଆର୍ଥିକ ଚ୍ୟାଲେଞ୍ଜ । 5 ବର୍ଷର ସର୍ବୋନିମ୍ନରେ ଅଭିବୃଦ୍ଧି ହାର(ଜିଡିପି) ରହିଥିବାବେଳେ 45 ବର୍ଷର ସର୍ବୋଚ୍ଚସ୍ତରରେ ବେକାରୀ । ଏ ନେଇ ଟେନସନରେ ସରକାର ।

author img

By

Published : Jun 1, 2019, 2:56 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଦାୟିତ୍ବ ଭାର ମୁଣ୍ଡେଇବା କ୍ଷଣି ଚିନ୍ତାରେ ମୋଦି ସରକାର । 5 ବର୍ଷର ସର୍ବୋନିମ୍ନରେ ଅଭିବୃଦ୍ଧି ହାର(ଜିଡିପି) ରହିଥିବାବେଳେ 45 ବର୍ଷର ସର୍ବୋଚ୍ଚସ୍ତରରେ ବେକାରୀ । ନିଯୁକ୍ତି ହ୍ରାସ ପାଉଥିବାରୁ ଦିନକୁ ଦିନ କାୟା ବିସ୍ତାର କରୁଛନ୍ତି ବେରୋଜଗାରୀ । ଶୁକ୍ରବାର ପରିସଂଖ୍ୟାନ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ବନ୍ଧରେ ପୁଣି ରିପୋର୍ଟ ପ୍ରକାଶ କରି ତଥ୍ୟର ଖୁଲାସା କରାଯାଇଛି ।

ପୂର୍ବରୁ ଜାତୀୟ ନମୁନା ସର୍ବେକ୍ଷଣ ସଂସ୍ଥା(ଏନଏସଏସଓ) ପକ୍ଷରୁ 2017-18 ଆର୍ଥିକ ବର୍ଷରେ ଦେଶର ବେକାରୀ ହାର 6.1 ପ୍ରତିଶତ ରହିଥିବା ନେଇ ରିପୋର୍ଟ ପ୍ରକାଶ ପାଇଥିଲା । ଯାହାକି 45 ବର୍ଷରେ ସର୍ବୋଚ୍ଚ ସ୍ତର । ଏହା ଉପରେ ରୋକ ମଧ୍ୟ ଲଗାଇ ଦିଆଯାଇଥିଲା ।

ସଦ୍ୟ ରିପୋର୍ଟ ଅନୁଯାୟୀ , 2017 ଜୁଲାଇରୁ 2018 ଜୁନ ମଧ୍ୟରେ ବେକାରୀ ହାର ବାସ୍ତବରେ 6.1 ପ୍ରତିଶତ ବୃଦ୍ଧି ପାଇଥିଲା । ତେବେ ମୁଖ୍ୟ ପରିସଂଖ୍ୟାନବିତ ପ୍ରବୀଣ ଶ୍ରୀବାସ୍ତବ କହିଛନ୍ତି ଯେ, ଏହା ଏକ ଡିଜାଇନ । ଏ ନେଇ ଏତେଟା ବିବରଣୀ ପ୍ରକାଶ ପାଇନାହିଁ ।

ମୋଦି ସରକାରଙ୍କ ଶପଥ ଗ୍ରହଣର ଦ୍ବିତୀୟ ଦିନରୁ ବାଟ ଓଗାଳୁଛି ଏପରି ବହୁ ଆର୍ଥିକ ଚ୍ୟାଲେଞ୍ଜ । ଅଧିକାରୀଙ୍କ ଆକଲନ ଅନୁଯାୟୀ ସହରୀ କ୍ଷେତ୍ରରେ ରୋଜଗାର ଚାହିଦା ରଖୁଥିବା 7.8 ପ୍ରତିଶତ ଯୁବପିଢି ବେରାଜଗାରୀ ରହିଥିବାବେଳେ ଗ୍ରାମୀଣ କ୍ଷେତ୍ରରେ ଏହି ସଂଖ୍ୟା 5.3 ପ୍ରତିଶତ ରହିଛି ।

Intro:Body:

fsds

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.