ETV Bharat / business

ଆମେରିକା କୋପରେ ଚୀନ ଅସ୍ତବ୍ୟସ୍ତ, ରେକର୍ଡ ଭାଙ୍ଗିଲା ବେକାରୀ ହାର

ଚୀନରେ ଦିନକୁ ଦିନ ବଢିଚାଲିଛନ୍ତି ବେକାରୀ ସଂଖ୍ୟା । ଫଳରେ ବିଶ୍ବର ଦ୍ବିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାର ଜିଡିପି(ମୋଟ ଘରୋଇ ଉତ୍ପାଦ) ଏବେ କ୍ରମାଗତ ହ୍ରାସ ପାଇବାକୁ ଲାଗିଛି ।

ପ୍ରତିକାତ୍ମକ ଫଟୋ
author img

By

Published : Mar 16, 2019, 4:45 PM IST

ନୂଆଦିଲ୍ଲୀ: ଆମେରିକା ଓ ଚୀନ ମଧ୍ୟରେ ଟ୍ରେଡ ୱାର ଏବେ ଉତ୍କଟ ରୂପ ନେଲାଣି । ଅସ୍ତବ୍ୟସ୍ତ ହେବାକୁ ଲାଗିଛି ଚୀନ ଅର୍ଥ ବ୍ୟବସ୍ଥା । ଦେଶରେ ଦିନକୁ ଦିନ ବଢିଚାଲିଛନ୍ତି ବେକାରୀ ସଂଖ୍ୟା । ଫଳରେ ବିଶ୍ବର ଦ୍ବିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାର ଜିଡିପି(ମୋଟ ଘରୋଇ ଉତ୍ପାଦ) ଏବେ କ୍ରମାଗତ ହ୍ରାସ ପାଇବାକୁ ଲାଗିଛି ।

ପ୍ରକାଶ ଥାଉ ଯେ, ଆମେରିକାର ସହ ବାଣିଜ୍ୟିକ ଯୁଦ୍ଧ ଚୀନକୁ ପଡିଛି ମହଙ୍ଗା । ରୁଗଣ ସ୍ଥିତିରେ ଅର୍ଥନୀତି । 2 ମାସ ମଧ୍ୟରେ ଚୀନ ଅଭିବୃଦ୍ଧି 17 ବର୍ଷର ରେକର୍ଡ ଭାଙ୍ଗି ସର୍ବନିମ୍ନ ସ୍ତରକୁ ଛୁଇଁଛି । ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ମୁତାବକ, ଚଳିତ ବର୍ଷ ଜାନୁଆରୀ ଓ ଫେବୃଆରୀରେ ଇଣ୍ଡଷ୍ଟ୍ରିଆଲ ଆଉଟପୁଟ ତଳମୁହାଁ ହୋଇଛି । 2018 ଡିସେମ୍ବରରେ ବେକାରୀ ହାର 4.9 ପ୍ରତିଶତ ରହିଥିଲା । ଯାହାକି ଚଳିତ ବର୍ଷ ଫେବୃଆରୀରେ ବୃଦ୍ଧି ପାଇ 5.3 ପ୍ରତିଶତରେ ପହଞ୍ଚିଛି । ଏହି ତଥ୍ୟ୍କୁ ଦେଖିବାକୁ ଗଲେ ବେରୋଜଗାରୀ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି ।

ଚୀନରେ ଉପଭୋକ୍ତ ମୂଲ୍ୟ ସୂଚକାଙ୍କ (ସିପିଆଇ) ମଧ୍ୟ ହ୍ରାସ ପାଇ ବର୍ଷକର ରେକର୍ଡ ଭାଙ୍ଗିଛି । ଫେବୃଆରୀରେ ଚୀନ ସିପିଆଇ 1.5 ପ୍ରତିଶତ ରହିଛି । ଯାହାକି ଜାନୁଆରୀରେ 1.7 ପ୍ରତିଶତ ଥିଲା ।

ସେହିପରି ଚୀନର ଜିଡିପିକୁ ଦେଖିବାକୁ ଗଲେ ଗତ ଆର୍ଥିକ ବର୍ଷ 6.6 ପ୍ରତିଶତରେ ପହଞ୍ଚିଛି । ଯାହାକି ବିଗତ 28 ବର୍ଷରେ ସର୍ବୋନିମ୍ନ । ଆଉ ଏବେ ଏହି ପ୍ରକ୍ରିୟାରେ ବ୍ରେକ କିମ୍ବା ବୃଦ୍ଧି ପରିବର୍ତ୍ତେ ଆହୁରି ତଳମୁହାଁ ହେବାକୁ ଲାଗିଛି । ଜିଡିପି ସ୍ତର 6 ରୁ6.5 ପ୍ରତିଶତ ମଧ୍ୟରେ ରହିବ ବୋଲି ଚାଇନା ଅର୍ଥନୀତିଜ୍ଞ ଓ ବିଭାଗୀୟ ମନ୍ତ୍ରାଣଳୟ ପକ୍ଷରୁ ଆକଳନ କରାଯାଉଛି । ଏଥିସହ ଚୀନର ମହଙ୍ଗା ଦର (ମୁଦ୍ରାସ୍ପୀତି)କୁ 3 ପ୍ରତିଶତରେ ସ୍ଥିର ରଖିବା ସହ ସହରୀ ଇଲାକାରେ 1.1 କୋଟି ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟିର ଲକ୍ଷ୍ୟ ରଖାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.