ETV Bharat / business

କୋଭିଡ ମାଡରେ ଚେପା ପର୍ଯ୍ୟଟନ କ୍ଷେତ୍ର, ତତ୍କାଳ ସରକାରୀ ସହାୟତା ଜରୁରୀ

author img

By

Published : Sep 7, 2020, 7:09 PM IST

କୋଭିଡ-19 ସଂକ୍ରମଣ ଦ୍ୱାରା ସର୍ବାଧିକ ପ୍ରଭାବିତ କ୍ଷେତ୍ର ମଧ୍ୟରେ ପର୍ଯ୍ୟଟନ ସେକ୍ଟର ଅନ୍ୟତମ । ବିଭିନ୍ନ କଟକଣା ଯୋଗୁଁ ପର୍ଯ୍ୟଟନ ସ୍ଥାନରେ ତାଲା ଝୁଲୁଛି । ଏପଟେ ସାମାଜିକ ଦୂରତା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକ ମଧ୍ୟ ଆଉ ପର୍ଯ୍ୟଟନ ସ୍ଥଳକୁ ଯିବାକୁ ମନ କରୁନାହାନ୍ତି । ଫଳରେ ଏହି ସେକ୍ଟରର ଏବେ ଆର୍ଥିକ ସଙ୍କଟରେ ଜୁଝୁଛି । ଅଧିକ ପଢନ୍ତୁ..

କୋଭିଡ ମାଡରେ ଚେପା ପର୍ଯ୍ୟଟନ କ୍ଷେତ୍ର, ତତ୍କାଳ ସରକାରୀ ସହାୟତା ଜରୁରୀ
କୋଭିଡ ମାଡରେ ଚେପା ପର୍ଯ୍ୟଟନ କ୍ଷେତ୍ର, ତତ୍କାଳ ସରକାରୀ ସହାୟତା ଜରୁରୀ

ନୂଆଦିଲ୍ଲୀ: କୋରୋନାରେ ଗଭୀର ଭାବେ ପର୍ଯ୍ୟଟନ ଶିଳ୍ପ । ଏଥିସହ ଜଡିତ ଲକ୍ଷାଧିକ ଲୋକ ହେବେ ରୋଜଗାର ହରାଇଛନ୍ତି । ଏଥିପାଇଁ ତତ୍କାଳ ସରକାରୀ ସହାୟତା ପାଇଁ ସୋମବାର ଅପିଲ କରିଛି ଇଣ୍ଡଷ୍ଟ୍ରି ୟୁନିଟ ଇଣ୍ଡିଆନ ଆସୋସିଏସନ ଅଫ ଟୁର ଅପରେଟର୍ସ (IATO) ।

କୋଭିଡ -19 ସଂକ୍ରମଣ ଦ୍ୱାରା ସର୍ବାଧିକ ପ୍ରଭାବିତ କ୍ଷେତ୍ର ମଧ୍ୟରେ ପର୍ଯ୍ୟଟନ ସେକ୍ଟର ଅନ୍ୟତମ । ଅନ୍ତରାଷ୍ଟ୍ରୀୟ ଉଡାଣ ଠାରୁ ଘରୋଇ ଟ୍ରେନ ସେବା ସବୁ ବନ୍ଦ ରହିଥିଲା ବେଳେ ପର୍ଯ୍ୟଟନ ସ୍ଥାନରେ ତାଲା ଝୁଲୁଛି । ଏପଟେ ସାମାଜିକ ଦୂରତା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକ ମଧ୍ୟ ଆଉ ପର୍ଯ୍ୟଟନ ସ୍ଥଳକୁ ଯିବାକୁ ମନ କରୁନାହାନ୍ତି । ଫଳରେ ଏହି ସେକ୍ଟରର ଆୟ ଠପ ହୋଇଛି ।

ଆଇଏଟିଓ ଏକ ବିବୃତ୍ତିରେ କହିଛି କି ସର୍ବାଧିତ ଟୁପ ଅପରେଟର୍ସ ନିଜ କର୍ମଚାରୀଙ୍କୁ ଚାକିରୀରୁ ବାହାର କରିବାକୁ ପଡୁଛି , ଅଥବା ଅଧିକାଂଶକୁ ଲମ୍ବା ଛୁଟିରେ ପଠାଇବାକୁ ପଡୁଛି ।

ଆଉ ଯେଉଁମାନେ ଅଛନ୍ତି ସେମାନେ ସାଧାରଣ ଦିନ ତୁଳନାରେ 30 ପ୍ରତିଶତ କମ ଦରମା ପାଉଛନ୍ତି । ବିବୃତ୍ତି ଅନୁସାରେ ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଆଇଏଟିଓ ସରକାରଙ୍କ ସାମ୍ନାରେ ଅନେକ ପ୍ରସ୍ତାବ ରଖିଛି । ଏଥିରେ 2018-19ର ବାଲାନ୍ସସିଟ ଅନୁସାରେ କର୍ମଚାରୀଙ୍କୁ ଦରମା ଦେବା ପାଇଁ ଟୁର ଅପଟେରଙ୍କୁ ଏକକାଳୀନ ଆର୍ଥିକ ଅନୁଦାନ ଦେବା ସାମିଲ ରହିଛି ।

‘‘ପର୍ଯ୍ୟଟନ ଶିଳ୍ପ ପ୍ରବଳ ଚାପରେ ରହିଛି। ଏହା ସରକାରଙ୍କ ପକ୍ଷରୁ ତୁରନ୍ତ ସହାୟତା ଆବଶ୍ୟକ କରୁଛୁ । "ଏହା ବ୍ୟତୀତ ସେବା ରପ୍ତାନି ଭାରତ ଯୋଜନା (SEIS) ଅଧୀନରେ ଫେରସ୍ତ ଶୁଳ୍କକୁ 7 ପ୍ରତିଶତରୁ ବଢାଇ 10 ପ୍ରତିଶତ କରିବାକୁ ସଂଗଠନ ମଧ୍ୟ ପରାମର୍ଶ ଦେଇଛି ବୋଲି ଆଇଏଟିଓର ପ୍ରେସିଡେଣ୍ଟ ପ୍ରଣବ ସରକାର କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.