ETV Bharat / business

କ୍ଷୁଦ୍ର ବ୍ୟବସାୟୀ ଦେବନି ଜିଏସଟି !

author img

By

Published : Sep 13, 2019, 4:28 PM IST

କ୍ଷୁଦ୍ର ବେପାରୀଙ୍କୁ ଟିକସ ବୋଝରୁ ସାମାନ୍ୟ ଆଶ୍ବସ୍ତି । ଏଣିକି ଆଉ ଭରିବାରୁ ପଡିବନି ବାର୍ଷିକ ଜିଏସଟି ରିଟର୍ଣ୍ଣ । 2 କୋଟି ଆୟ କରୁଥିବା କମ୍ପାନୀଗୁଡିକୁ ଏଥିମଧ୍ୟରେ ସାମିଲ ପାଇଁ ଜିଏସଟି ପରିଷଦ ପକ୍ଷରୁ ବିଚାର କରାଯାଉଛି ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: 2 କୋଟି ଆୟ କରୁଥିବା କମ୍ପାନୀଗୁଡିକୁ ଗଣିବାକୁ ପଡିବନି ଦ୍ରବ୍ୟ ଓ ସେବା କର(ଜିଏସଟି) । ବ୍ୟବସାୟରେ ପ୍ରୋତ୍ସାହନ ଓ ବିକ୍ରି କ୍ଷମତା ବୃଦ୍ଧି ପାଇଁ ଜିଏସଟି ପରିଷଦ ପକ୍ଷରୁ ଏ ନେଇ ବିଚାର କରାଯାଉଛି । ଏହି ପ୍ରସ୍ତାବରେ ମୋହର ଲାଗିଲେ କମ୍ପାନୀଗୁଡିକ ବାର୍ଷିକ ଜିଏସଟି ରିଟର୍ଣ୍ଣରୁ ମୁକ୍ତି ପାଇବେ ।

ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ରିଟର୍ଣ୍ଣ ଦାଖିଲ ଅବଧିକୁ 3 ଥର ବଢାଇବା ପରେ ବି ଏବେ ଯାଏଁ 25ରୁ 27 ପ୍ରତିଶତ ରିଟର୍ଣ୍ଣ ଦାଖିଲ ହୋଇଛି । ଜିଏସଟି ପରିଷଦ ଏ ନେଇ ଆସନ୍ତା 20ରେ ହେବାକୁ ଥିବା ବୈଠକରେ ଆଲୋଚନା କରିବ । ଏଥିରେ ରିଟର୍ଣ୍ଣ ଫାଇଲକୁ ଛାଡ କରାଯିବ କି ନାହିଁ ପରିଷଦ ନିଷ୍ପତ୍ତି ନେବ ।

ଚଳିତ ଥର ପରିଷଦ ଦ୍ବାରା ବିଭିନ୍ନ ସରଞ୍ଚନାତ୍ମକ ବିଷୟ ଉପରେ ବିଚାର କରାଯିବ । ଏଥିସହ ନଭେମ୍ବର 30 ସୁଦ୍ଧା କେତେ ରିଟର୍ଣ୍ଣ ଦାଖଲ ହେଉଛି ତାହା ଉପରେ ମଧ୍ୟ ବିଭାଗର ନଜର ରହିଛି । ଗଣନା ଅନୁଯାୟୀ ମୋଟ 1.39 କୋଟି କରଦାତା ମଧ୍ୟରୁ ପାଖାପାଖୀ 85 ପ୍ରତିଶତ ବାର୍ଷିକ 2କୋଟି କିମ୍ବା ତାଠାରୁ କମର କାରବାର କରନ୍ତି । ଏଥିଯୋଗୁଁ ଏଭଳି କ୍ଷୁଦ୍ର କରଦାତାଙ୍କୁ ବାର୍ଷିକ ରିଟର୍ଣ୍ଣରୁ ଆଶ୍ବସ୍ତ କରି ସୁପରରିଚଙ୍କ ଉପରେ ଅଧିକ ଧ୍ୟାନ ଦେବାକୁ ବିଶେଷଜ୍ଞ ମତ ଦେଇଛନ୍ତି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.