ETV Bharat / business

ଚଳିତ ଆର୍ଥିକ ବର୍ଷ ଅର୍ଥନୀତି 12.6 ପ୍ରତିଶତ ଖସିପାରେ: NCAER

author img

By

Published : Sep 26, 2020, 8:26 PM IST

ପୁରା ଆର୍ଥିକ ବର୍ଷ ଅଭିବୃଦ୍ଧି ହାର ନକରାତ୍ମକ ରହିବ । ଦ୍ବିତୀୟ ତ୍ରୟମାସରେ 12.7 ପ୍ରତିଶତ, ତୃତୀୟରେ 8.6 ପ୍ରତିଶତ ଓ ଚତୁର୍ଥରେ 6.2 ପ୍ରତିଶତ ଜିଡିପି ସଙ୍କୁଚିତ ହେବା ଅନୁମାନ ରହିଛି । ଅଧିକ ପଢନ୍ତୁ.,.

ଚଳିତ ଆର୍ଥିକ ବର୍ଷ ଅର୍ଥନୀତି 12.6 ପ୍ରତିଶତ ଖସିପାରେ : NCAER

ନୂଆଦିଲ୍ଲୀ: ଅର୍ଥବ୍ୟବସ୍ଥାରେ କୋରୋନା ଭାଇରସ ପ୍ରଭାବ ଯୋଗୁଁ ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର 12.6 ପ୍ରତିଶତ ସଙ୍କୁଚିତ ହୋଇପାରେ । ଏ ନେଇ ଅର୍ଥନୈତିକ ଗବେଷଣା ସଂସ୍ଥାନ NCAER ପକ୍ଷରୁ ଆକଳନ କରାଯାଇଛି ।

NCAER 2020 ମେ’ର ତ୍ରୟମାସିକ ସମୀକ୍ଷା ଓ ଜୁନ 2020ର ସମୀକ୍ଷାରେ ଆକଳନ କରିଥିଲା କି ଅର୍ଥବ୍ୟବସ୍ଥା ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ 26 ପ୍ରତିଶତ ଖସିବ । ସରକାରୀ ଅନୁମାନ ଅନୁସାରେ ଜୁନ ତ୍ରୟମାସରେ ମୋଟ ଘରୋଇ ଉତ୍ପାଦ (ଜିଡିପି) 23.9 ପ୍ରତିଶତ ହ୍ରାସ ରେକର୍ଡ ହୋଇଛି ।

ତେବେ ଏହି ହ୍ରାସର ମୁଖ୍ୟ କାରଣ ହେଉଛି କୋରୋନା ମହାମାରୀ ପ୍ରତିହିତ ପାଇଁ ମାର୍ଚ୍ଚ 25ରୁ ଲାଗୁ ଦେଶବ୍ୟାପୀ ଲକଡାଉନ । ନ୍ୟାସନାଲ କାଉନ୍ସିଲ ଫର ଆପ୍ଲାଇଡ ଇକୋନୋମିକ ରିସର୍ଚ୍ଚ ( NCAER) କହିଛି କି ‘‘ ଏବେ ଆମେ ଅନୁମାନ କରୁଛୁ କି ବାର୍ଷିକ ଆଧାରରେ ଜିଡିପିରେ ଦ୍ବିତୀୟ ତୃତୀୟ ଓ ଚତୁର୍ଥ ତ୍ରୟମାସରେ କ୍ରମଶଃ 12.7 , 8.6 ଓ 6.2 ପ୍ରତିଶତ ହ୍ରାସ ଅନୁମାନ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.