ETV Bharat / business

ଖୋଲିବ କଳାଧନ କୁବେରଙ୍କ ମୁଖା - ସ୍ବିଜ ବ୍ୟାଙ୍କ ପ୍ରଥମ ତାଲିକା

କଳାଧନ ଜମାକାରୀଙ୍କ ଛାତି ଧଡଧଡ । ସୂଚନା ବିନିମୟ ପ୍ରକ୍ରିୟାରେ ଆସିଲା ସ୍ବିସ ବ୍ୟାଙ୍କ ଜମାକାରୀଙ୍କ ପ୍ରଥମ ତାଲିକା । ଆସନ୍ତା ବର୍ଷ ସେପ୍ଟମ୍ବରରେ ଆସିପାରେ ଦ୍ବିତୀୟ ତାଲିକା ।

ପ୍ରତିକାତ୍ମକ ଫଟୋ
author img

By

Published : Oct 7, 2019, 7:25 PM IST

ନୂଆଦିଲ୍ଲୀ: ଖୋଲିବ କଳାଧନ ଜମାକାରୀଙ୍କ ମୁଖା । ଜଣାପଡିବ କିଏ ଲୁଚାଇଛି କେତେ ଟଙ୍କା । ଏ ନେଇ ଭାରତ ସରକାରଙ୍କ ହାତରେ ଲାଗିଛି ଗୁପ୍ତ ତଥ୍ୟ ।

କଳାଧନ ଲଢେଇରେ ମୋଦି ସରକାରଙ୍କୁ ବଡ ସଫଳତା । ଭାରତକୁ ମିଳିଲା ସ୍ବିସ୍‌ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ପ୍ରଥମ ତାଲିକା । ଭାରତ ଓ ସ୍ଵିଜରଲାଣ୍ଡ ମଧ୍ୟରେ ବ୍ୟାଙ୍କିଙ୍ଗ ସୂଚନାର ସ୍ଵତଃ ଆଦାନ ପ୍ରଦାନ ରାଜିନାମା ଲାଗୁ ହେବା ପରେ ଭାରତୀୟଙ୍କ ସ୍ବିସ୍‌ଙ୍କ ବ୍ୟାଙ୍କ ଖାତା ଉପରୁ ପରଦା ଉଠିଛି । ସୂଚନା ବିନିମୟ ପ୍ରକ୍ରିୟାରେ ସ୍ବିଜରଲ୍ୟାଣ୍ଡ ସରକାରଙ୍କ ପଦକ୍ଷେପ ସ୍ବରୁପ ଭାରତୀୟ ଜମାକାରୀଙ୍କ ସମ୍ପର୍କରେ ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରଦାନ କରାଯାଇଛି । ୨୦୨୦ ସେପ୍ଟେମ୍ବରରେ ପରବର୍ତ୍ତୀ ସୂଚନା ବିନିମୟ ହେବ ଏନେଇ ସ୍ବିଜରଲ୍ୟାଣ୍ଡ ଟିକସ ବିଭାଗ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି ।

ମୁକ୍ତ ବାଣିଜ୍ୟ ରାଜିନାମା (ଏଫଟିଏ)ର ପ୍ରବକ୍ତା କହିଛନ୍ତି ଯେ ଭାରତ ସମେତ 75 ଟି ଦେଶ ଏହି ତାଲିକା ପ୍ରଦାନରେ ସାମିଲ ରହିଛନ୍ତି । ଏହି 75 ଟି ଦେଶ ସହିତ ସ୍ବିଜରଲାଣ୍ଡ ସରକାର ଏଇଓଆଇ ( ଅଟୋମେଟିକ ଏକ୍ସଚେଞ୍ଜ ଅଫ ଇନଫର୍ମେସନ) ଫ୍ରେମଓ୍ଵାର୍କ ଅନୁସାରେ ତଥ୍ୟ ପାଇଛନ୍ତି । 2020 ସେପ୍ଟେମ୍ବର ମାସରେ ଏସବୁ ଦେଶମାନେ ପରବର୍ତ୍ତୀ ତାଲିକା ପାଇବ ବୋଲି ଏଫ୍‌ଟିଏ ମୁଖପାତ୍ର ସୂଚନା ଦେଇଛନ୍ତି ।

ପ୍ରଥମ ଥର ପାଇଁ ଭାରତ ସ୍ବିସ ବ୍ୟାଙ୍କରେ ଭାରତୀୟଙ୍କ ଜମା ସମ୍ବନ୍ଧୀୟ ସୂଚନା ଏଇଓଆଇ ମାଧ୍ୟମରେ ହାସଲ କରିବ । ବର୍ତ୍ତମାନ ସ୍ବିଜରଲାଣ୍ଡ ସରକାର ଦେଇଥିବା ତଥ୍ୟ ମଧ୍ୟରେ ବ୍ୟାଙ୍କରେ ଜମା ରଖିଥିବା ବ୍ୟକ୍ତିଙ୍କ ନାମ, ଠିକଣା, ଆକାଉଣ୍ଟ ନମ୍ବର, ଟିନ ନମ୍ବର, ଟ୍ୟାନ ନମ୍ବର, ନାଗରିକତା ଥିବା ଦେଶ, ବାର୍ଷିକ ଆୟ ଇତ୍ୟାଦି ପ୍ରଦାନ କରାଯାଇଛି । ଏଫଟିଏ ଦ୍ବାରା ବିଭିନ୍ନ ବ୍ୟାଙ୍କ, ଟ୍ରଷ୍ଟ, ବୀମା ଏଜେନ୍ସିଙ୍କ ସମେତ ପ୍ରାୟ 7500 ସଂସ୍ଥାରୁ ତଥ୍ୟ ସଂଗ୍ରହ କରି ଏହି ତାଲିକା ପ୍ରଦାନ କରାଯାଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.