ମୁମ୍ବାଇ: ଗ୍ରାମୀଣ ଚାହିଦା ଅର୍ଥବ୍ୟବସ୍ଥାକୁ ଟ୍ରାକକୁ ଫେରାଇ ଆଣିବାରେ ସାହାଯ୍ୟ କରିପାରେ । କିନ୍ତୁ ଏହା ସହରୀ ଚାହିଦା ପାଇଁ ଏକ ବିକଳ୍ପ ହୋଇପାରିବ ନାହିଁ । ଇଣ୍ଡିଆ ରେଟିଂ ଏବଂ ରିସର୍ଚ୍ଚ ଏକ ରିପୋର୍ଟରେ ଏହା କହିଛି।
ରିପୋର୍ଟ ଅନୁଯାୟୀ, କୋଭିଡ -19 ସଙ୍କଟର ପ୍ରତିକୂଳ ପରିସ୍ଥିତିରୁ ପୁନରୁଦ୍ଧାର ପାଇଁ ଶିଳ୍ପ ଏବଂ ସେବା କ୍ଷେତ୍ର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେ ପର୍ଯ୍ୟନ୍ତ କୃଷି କ୍ଷେତ୍ର ଅର୍ଥନୀତିକୁ ଚଳାଇବା ପାଇଁ ଇଞ୍ଜିନ ହୋଇପାରେ । ତେବେ ଗ୍ରାମୀଣ ଚାହିଦାର ଏକ ବୃହତ ଅଂଶ ସ୍ଥାୟୀ ଉପଭୋକ୍ତା ସାମଗ୍ରୀଠାରୁ ଭିନ୍ନ । କିନ୍ତ 2020 ଜୁନରେ ମୋଟରସାଇକେଲ ଏବଂ ଟ୍ରାକ୍ଟର ବିକ୍ରୟ ସଂଖ୍ୟା ଉତ୍ସାହଜନକ ଅଟେ ।
ରେଟିଂ ଏଜେନ୍ସିର ରିପୋର୍ଟରେ କୁହାଯାଇଛି, ‘‘ଯଦିଓ ଦେଶର ମୋଟ ଘରୋଇ ଉତ୍ପାଦରେ କୃଷି କ୍ଷେତ୍ରର ପ୍ରାୟ 17 ପ୍ରତିଶତ ଯୋଗଦାନ ରହିଛି। ହେଲେ ଆମ ବିଶ୍ୱାସ ଯେ ଗ୍ରାମାଞ୍ଚଳର ଚାହିଦା ଉପଭୋକ୍ତା ଚାହିଦାକୁ ବୃଦ୍ଧି କରିବାରେ ସାହାଯ୍ୟ କରିପାରିବ, କିନ୍ତୁ ଏହା ସହରୀ ଚାହିଦା ଏକ ବିକଳ୍ପ ହୋଇପାରିବ ନାହିଁ। ’’
ଏହି ରିପୋର୍ଟରେ 2020-21 ପ୍ରଥମ ତ୍ରୟମାସରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାରରେ 17.03 ପ୍ରତିଶତ ହ୍ରାସ ଘଟିବ ବୋଲି ଆକଳନ କରାଯାଇଛି।