ନୂଆଦିଲ୍ଲୀ: ସରକାର ଚଳିତ ଆର୍ଥିକ ବର୍ଷର ଶେଷ 2 ମାସରେ ପ୍ରାୟ 3 ଲକ୍ଷ କୋଟି ଟଙ୍କା ଖାଦ୍ୟ ସବସିଡି ଜାରି କରିବେ । ଏହାର ଅର୍ଥ ସବସିଡି ଦୃଷ୍ଟିରୁ ବିଗତ ସମସ୍ତ ବକେୟା ଶେଷ କରିବାକୁ ସରକାର ଚାହାନ୍ତି । ଏ ନେଇ ଶୁକ୍ରବାର ଖାଦ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।
ମନ୍ତ୍ରାଳୟ ଆହୁରୀ ମଧ୍ୟ କହିଛି କି ପଞ୍ଜାବ ଓ ହରିୟାଣା ଭଳି ରାଜ୍ୟକୁ ବାଧ୍ୟତାମୂଳକ ଭାବେ କୃଷକଙ୍କ ଫସଲର ଦାମ (ଏମଏସପି)ର ପେମେଣ୍ଟ କରିବା ପାଇଁ ଇଲେକ୍ଟ୍ରୋନିକ ମାଧ୍ୟମର ବ୍ୟବହାର କରିବାକୁ ହେବ । କୃଷକଙ୍କ ସର୍ବନିମ୍ନ ସରମର୍ଥ ମୂଲ୍ୟ (ଏମଏସପି) କୁ ହସ୍ତାନ୍ତରିତ କରିବା ଓ ବିଳମ୍ବ ପେମେଣ୍ଟରୁ ବଞ୍ଚିବା ପାଇଁ ଇଲେକ୍ଟ୍ରିକ ମାଧ୍ୟମର ବ୍ୟବହାର କରିବାକୁ ହେବ ।
ନୂଆ ପ୍ରଣାଳୀରେ ମଣ୍ଡି ଓ ମଧ୍ୟସ୍ଥି ମାଧ୍ୟମରେ ଫସଲ କ୍ରୟ ଯେଉଁ ଭଳି ଏବେ ରହିଛି ତାହା ଆଗକୁ ଶେଷ ହେବ ନାହିଁ । ସରକାର ଜାତୀୟ ସୁରକ୍ଷା ଅଧିନିୟମ ଓ ଅନ୍ୟ କଲ୍ୟାଣକାରୀ ଯୋଜନା ଅଧିନରେ ସବସିଡି ଉପରେ ଖାଦ୍ୟପଦାର୍ଥ ଉପଲବ୍ଧ କରିଥାନ୍ତି । ଖାଦ୍ୟ ଆଇନ ଅଧିନରେ କେନ୍ଦ୍ର ପ୍ରତି ବ୍ୟକ୍ତି ପିଛା ପ୍ରତି ମାସ 5 କିଲୋ ଗହମ ଓ ଚାଉଳ ଓ ଅନ୍ୟନ ଖାଦ୍ୟଶଶ୍ୟ 80 କୋଟିରୁ ଅଧିକ ଲୋକଙ୍କୁ ଉପଲବ୍ଧ କରିଥାଏ ।
ବିବୃତ୍ତିରେ କୁହାଯାଇଛି କି ‘‘ ସରକାର ଏ ବର୍ଷ 1,25,217.62 କୋଟି ଟଙ୍କାର ରେକର୍ଡ ରାଶି ଜାରି କରିଛନ୍ତି । ଏହା ବ୍ୟତିତ 2,97,196.52 କୋଟି ଟଙ୍କା ଚଳିତ ଆର୍ଥିକ ବର୍ଷ ମଧ୍ୟରେ ଜାରି କରାଯିବ । ଯେଉଁଥିରେ ପଞ୍ଜାବ ପାଇଁ ଖାଦ୍ୟ ସବସିଡି 1,16,653.96 କୋଟି ଟଙ୍କା ପିଏଫଏମଏସରେ ଦର୍ଶାଯାଇଛି ।
ନିକଟରେ ଉପସ୍ଥାପିତ ହୋଇଥିବା ବଜେଟ ଅନୁଯାୟୀ, ଖାଦ୍ୟ ସବସିଡି ବୃଦ୍ଧି ପାଇ ବଜେଟ୍ ଆକଳନରେ 1,15,569.68 କୋଟିରୁ 2020-21 ଆର୍ଥିକ ବର୍ଷର ସଂଶୋଧିତ ଆକଳନ (RE) ରେ 4,22,618.14 କୋଟିରେ ପହଞ୍ଚିଛି । କୋଭିଡ -19 ମହାମାରୀର ପ୍ରଭାବରୁ ଗରିବ ପ୍ରବାସୀଙ୍କୁ ସାହାଯ୍ୟ କରିବା ପାଇଁ କେନ୍ଦ୍ର ମାଗଣା ଖାଦ୍ୟ ଶସ୍ୟ ବଣ୍ଟନ କରିଥିଲା ।