ETV Bharat / business

ରିଲାଏନ୍ସ ରିଟେଲର ରେକର୍ଡ, 3 ମାସରେ 19 ଶହ କୋଟି ପ୍ରଫିଟ

ପ୍ରଫିଟ ପରେ ପ୍ରଫିଟ କରିଚାଲିଛି ମୁକେଶ ଅମ୍ବାନୀଙ୍କ ରିଲାନ୍ସ ରିଟେଲ୍ସ । 2019ର ପ୍ରଥମ 3 ମାସ(ଜାନୁଆରୀ-ମାର୍ଚ୍ଚ) ରେ କମ୍ପାନୀ 1923 କୋଟି ଟଙ୍କା ଲାଭ କରିଛି ।

author img

By

Published : Apr 19, 2019, 7:12 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ପ୍ରଫିଟ ପରେ ପ୍ରଫିଟ କରି ଚାଲିଛି ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ରିଟେଲ୍ସ । 2019ର ପ୍ରଥମ 3 ମାସ (ଜାନୁଆରୀ-ମାର୍ଚ୍ଚ)ରେ କମ୍ପାନୀ 1923 କୋଟି ଟଙ୍କାର ଲାଭ କରିଛି । ପୂର୍ବ ଚତୁର୍ଥ ତ୍ରୟ ମାସ ତୁଳନାରେ କମ୍ପାନୀକୁ ଅଧିକ 77.07 ପ୍ରତିଶତ ଫାଇଦା ମିଳିଛି।

1 ବର୍ଷ ପୂର୍ବରୁ ଏହି ସମୟରେ କମ୍ପାନୀର ଲାଭ ପରିମାଣ 1,086 କୋଟି ଟଙ୍କା ରହିଥିଲା । ଏ ନେଇ ଗୁରୁବାର କମ୍ପାନୀ ପକ୍ଷରୁ ସୂଚନା ମିଳିଛି । ବିଭିନ୍ନ ବ୍ୟବସାୟ ଜରିଆରେ କମ୍ପାନୀର ଆୟ ମୋଟ ଆୟ 51.60 ପ୍ରତିଶତ ବଢି 36, 663 କୋଟି ରହିଛି । 2017-18 ଚତୁର୍ଥ ତ୍ରୟମାସରେ ଆମଦାନୀ 24,183 କୋଟି ଟଙ୍କା ଥିଲା । 2018-19ର ସମ୍ପୂର୍ଣ୍ଣ ବର୍ଷରେ କମ୍ପାନୀର କର , ସୁଧ ଓ ଅବମୁଲ୍ୟାୟନ ପୂର୍ବ ଅପେକ୍ଷା ଡବଲ ଲାଭ କରି 6,201 କୋଟି ହୋଇଯାଇଛି । ଯାହାକି 2017-18ରେ 2529 କୋଟି ଥିଲା । ସେପଟେ ଏଥି ମଧ୍ୟରେ ତାହାର ଆୟ 88.68 ପ୍ରତିଶତ ବଢି 1.30 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।

ରିଲାଏନ୍ସ ରିଟେଲ 1,00,000 କୋଟି ଟଙ୍କାର ରାଜସ୍ବ ଲକ୍ଷ୍ୟ ପାର କରିସାରିଛି । ରିଲାଏନ୍ସ ଜିଓ ଏବେ ସୁଦ୍ଧା 30 କୋଟି ଲୋକଙ୍କୁ ସେବା ଯୋଗାଉଥିବା ବେଳେ ପେଟ୍ରୋକେମିକାଲ କାରବାର ସବୁଠୁ ଅଧିକ ଲାଭ କମେଇଛି । ଏ ନେଇ ଆରଆଇଏଲ ଚେୟାରମ୍ୟାନ ଏବଂ ପ୍ରବନ୍ଧ ନିର୍ଦ୍ଦେଶକ ମୁକେଶ ଅମ୍ବାନୀ କହିଛନ୍ତି । ଅଧିକ ଆୟ ସହ ଲଗାତାର ମୁକେଶ ଏସିଆର ଧନୀ ବ୍ୟକ୍ତିର ମାନ୍ୟତା ପାଇଆସୁଛନ୍ତି ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.