ନୂଆଦିଲ୍ଲୀ: ମୋତିଲାଲ ଓସୱାଲ ଫାଇନାନସିଆଲ ସର୍ଭିସ( MOFSL) ଏକ ରିପୋର୍ଟରେ କହିଛି ଯେ, ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟ ମାସରେ ଭାରତର ବାସ୍ତବ ଜିଡିପି ଗତ ବର୍ଷ ତୁଳନାରେ 20 ପ୍ରତିଶତ ବୃଦ୍ଧି ପାଇବା ନେଇ ଆଶା କରାଯାଉଛି । MOFSLର ଇକୋସ୍କୋପ ରିପୋର୍ଟ ମୁତାବକ, ଭାରତର ବାସ୍ତବ ଜିଡିପି ପାଇଁ ଆର୍ଥିକ ଗତିବିଧି ସୂଚକାଙ୍କ ଜୁନରେ 11 ପ୍ରତିଶତ ବୃଦ୍ଧି ପାଇଛି । ଯାହାକି ମେ ମାସରେ ବର୍ଷ ଅଧାରରେ 22.8 ପ୍ରତିଶତ ବଢିଥିଲା । ଏହାର ଅର୍ଥ 2021-22 ଆର୍ଥିକ ବର୍ଷର ପ୍ରଥମ ତ୍ରୟ ମାସରେ 22.6 ପ୍ରତିଶତ ବାସ୍ତବ ଜିଡିପି ଅଭିବୃଦ୍ଧି ହୋଇଛି । ଗତ ଆର୍ଥିକ ବର୍ଷରେ ଏହି ଅଭିବୃଦ୍ଧି 14.4 ପ୍ରତିଶତ ଥିଲା ।
FY22 ପ୍ରଥମ ତ୍ରୟ ମାସରେ ଦୁଇ ଅଙ୍କ ଅଭିବୃଦ୍ଧି ସତ୍ତ୍ବେ ବାସ୍ତବ ଜିଡିପି ଅଭିବୃଦ୍ଧି ଅବଶିଷ୍ଟ ତ୍ରୟ ମାସରେ 5-7 ପ୍ରତିଶତ ହ୍ରାସ ପାଇବ ବୋଲି ରିପୋର୍ଟରେ ଆକଳନ କରାଯାଇଛି । ସେପଟେ ଜୁଲାଇ ତଥ୍ୟରୁ ପୁନଃରୁଦ୍ଧାର ସଙ୍କେତ ମିଳିଛି । ଏଥିରେ କୁହାଯାଇଛି କି ଭାରତର ମ୍ୟାନୁଫାକଚର ରିଙ୍ଗ ପିଏମଆଇ ତୀବ୍ର ବୃଦ୍ଧି ପାଇଛି ଏବଂ ବାଣିଜ୍ୟିକ ରପ୍ତାନୀ ମଧ୍ୟ ଉଚ୍ଚ ସ୍ତରର ରହିଛି ।
@IANS