ETV Bharat / business

ନୋଟବନ୍ଦୀ ସସପେନ୍ସ: ଭୁଆଁ ବୁଲାଉଛି ଆରବିଆଇ - ଆରଟିଆଇ

2 ବର୍ଷ ପରେ ବି ନୋଟବନ୍ଦୀର ସମ୍ପର୍କିତ ବୈଠକକୁ ନେଇ ଆରବିଆଇ ତଥ୍ୟ ଦେଇନାହିଁ । ଏଥିପାଇଁ ସିଆଇସି (କେନ୍ଦ୍ରୀୟ ସୂଚନା ଆୟୋଗ ) ଆରବିଆଇକୁ ନିନ୍ଦିଛି ।

ପ୍ରତିକାତ୍ମକ ଫଟୋ
author img

By

Published : Feb 21, 2019, 12:43 PM IST

ନୂଆଦିଲ୍ଲୀ: ନୋଟବନ୍ଦୀକୁ ପୁରିଲାଣି 2 ବର୍ଷ । ହେଲେ ଏ ଯାଏଁ ମିଳିନି ବିମୁଦ୍ରିକରଣ ସମ୍ପର୍କିତ ତଥ୍ୟ । ଏବେ ସୁଦ୍ଧା ଲୋକେ ଅବଗତ ନୁହଁନ୍ତି ଦେଶର ଅର୍ଥବ୍ୟବସ୍ଥାକୁ ରାତି ଭିତରେ ବଦଳାଇ ଦେଇଥିବା ସଂସ୍କାର ସମ୍ପର୍କରେ । ଏଥିଲାଗି ଆରବିଆଇକୁ ନିନ୍ଦିଛି ସିଆଇସି (କେନ୍ଦ୍ରୀୟ ସୂଚନା ଆୟୋଗ ) ।

ପ୍ରକାଶ ଥାଉ ଯେ, ଆରଟିଆଇ(ସୂଚନା ଅଧିକାର ଆଇନ)ର ଅଧିକାରୀ ଭେଙ୍କେଟଶ ନାୟକ ବିମୁଦ୍ରିକରଣକୁ ନେଇ ଆରବିଆଇର ସମସ୍ତ ବୈଠକର ଦସ୍ତାବିଜ ମାଗିଥିଲେ । ହେଲେ ଆରବିଆଇ ଏସବୁ ସୂଚନା ଦେବା ତ ଦୂରର କଥା ଆସିଥିବା ଆବେଦନକୁ ହାଲୁକା ଭାବେ ଉଡାଇ ଦେଇଥିଲେ ।

ଗୋପନୀୟତା ଆଇନର ଆଢୁଆଳରେ ଆରବିଆଇ ତଥ୍ୟ ଦେବାକୁ ମନା କରିଦେଇଛି । ଆରଟିଆଇ ଅନୁଯାୟୀ, ଦେଶର ସଂହତି, ନିରାପତ୍ତା, ରଣନୀତି, ବୈଜ୍ଞାନିକ କିମ୍ବା ଆର୍ଥିକ ସ୍ବାର୍ଥ ପ୍ରତି ବିପଦ ରହିଥିଲେ ସୂଚନା ଦିଆଯାଇ ପାରିବ ନାହିଁ । ଏଭଳି ଆଳ ଦେଖାଇ ଆରବିଆଇ ଭେଙ୍କେଟେଶଙ୍କୁ ଭୁତାଇ ଦେଇଥିଲେ । ଏ ନେଇ ସେ କେନ୍ଦ୍ରୀୟ ସୂଚନା ଆୟୋଗଙ୍କ ପାଖରେ ଅଭିଯୋଗ କରିଥିଲେ ।

ତେବେ ଆରଟିଆଇ ଆବେଦନର 15 ମାସ ପରେ ବି ଆରବିଆଇ ଏଥିପ୍ରତି ଗୁରୁତ୍ବ ଦେଉନଥିବା ନେଇ ସିଆଇସି କମିଶନର ଜାଣିବାକୁ ପାଇଥିଲେ । ତେବେ ଏହାର ଆଗାମୀ ଶୁଣାଣିରେ ରିଜର୍ଭ ବ୍ୟାଙ୍କ ସୂଚନା ଅଧିକାରୀ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.