ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ଦେଶର ଜିଡିପି 5 ପ୍ରତିଶତ ରହିବ ବୋଲି ଅନୁମାନ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଗୁରୁବାର ଆରବିଆଇର ପଞ୍ଚମ ଦ୍ବିମାସିକ ମୁଦ୍ରାନୀତି ସମୀକ୍ଷା ବୈଠକ ପରେ ଏ ନେଇ ଘୋଷଣା କରାଯାଇଛି ।
![rbi sharply lowers growth projection to 5 percent for current fiscal](https://etvbharatimages.akamaized.net/etvbharat/prod-images/5278482_rbi.jpg)
ଏହା ପୂର୍ବରୁ ଅକ୍ଟୋବର ମୁଦ୍ରାନୀତି ବୈଠକରେ ରିଜର୍ଭ ବ୍ୟାଙ୍କ ଦେଶର ଅଭିବୃଦ୍ଧି ଦର ଅନୁମାନକୁ 6.1 ପ୍ରତିଶତକୁ ହ୍ରାସ କରିଥିଲା । ତେବେ ଜୁଲାଇ -ସେପ୍ଟେମ୍ବରରେ ଜିଡିପି ହାର ଆଶାତୀତ କମ ରହିଛି । ଏଥିରୁ ସଙ୍କେତ ମିଳିଛି ଯେ, ଘରୋଇ ଚାହିଦା ଦୁର୍ବଳ ହେଉଛି ।
ପ୍ରକାଶ ଯେ, ଏହି ବର୍ଷର ଦ୍ବିତୀୟ ତ୍ରୟମାସରେ ଦେଶର ଜିଡିପି 4.5 ପ୍ରତିଶତକୁ ହ୍ରାସ ନେଇ ରିପୋର୍ଟ ପ୍ରକାଶ ପାଇଛି । ଯାହାକି 6 ବର୍ଷର ସର୍ବନିମ୍ନ ରେକର୍ଡ । ଏପଟେ ପ୍ରମୁଖ ଉଦ୍ୟୋଗ କ୍ଷେତ୍ରରେ ମଧ୍ୟ ଉତ୍ପାଦନ ହାର ହ୍ରାସ ପାଇଛି । ଏସବୁକୁ ଦେଖିବାକୁ ଗଲେ ମାନ୍ଦାବସ୍ଥା ଲାଗି ରହିବ ବୋଲି ଆରବିଆଇ ସ୍ବୀକାର କରିଛି ।