ETV Bharat / business

RBI Monetary Policy: ୪%ରେ ଅପରିବର୍ତ୍ତିତ ରହିଲା ରେପୋ ରେଟ୍ - ରେପୋ ରେଟ୍ ଅପରିବର୍ତ୍ତିତ

ଅପରିବର୍ତ୍ତିତ ରହିଲା ରେପୋ ରେଟ୍(Repo rate) । ମୁଦ୍ରାନୀତି ସମୀକ୍ଷା ବୈଠକ ପରେ ଘୋଷଣା କଲେ RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଅଧିକ ପଢନ୍ତୁ

୪%ରେ ଅପରିବର୍ତ୍ତିତ ରହିଲା ରେପୋ ରେଟ୍
୪%ରେ ଅପରିବର୍ତ୍ତିତ ରହିଲା ରେପୋ ରେଟ୍
author img

By

Published : Dec 8, 2021, 12:42 PM IST

ମୁମ୍ବାଇ: ପୁଣିଥରେ ଅପରିବର୍ତ୍ତିତ ରହିଲା ରେପୋ ରେଟ୍ (RBI Monetary Policy)। ୪%ରେ ରେପୋ ରେଟକୁ ଅପରିବର୍ତ୍ତିତ ରଖିଛି ରିଜର୍ଭ ବ୍ୟାଙ୍କ । ଦେଶରେ ଓମିକ୍ରନ ଭାରିଆଣ୍ଟର ଭୟାବହତା ମଧ୍ୟରେ କ୍ରମାଗତ ଅଭିବୃଦ୍ଧି ଏବଂ ଏକ ସ୍ଥାୟୀ ଅର୍ଥନୈତିକ ପୁନରୁଦ୍ଧାରକୁ ସମର୍ଥନ କରିବାକୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ରେପୋ ରେଟରେ କୌଣସି ପରିବର୍ତ୍ତନ କରିନାହିଁ । ବୁଧବାର FY22 ମୁଦ୍ରାନୀତି ସମୀକ୍ଷା ବୈଠକ ପରେ ଏନେଇ ଘୋଷଣା କରିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ (RBI Governor Shaktikanta Das) ।

ଭାରତୀୟ କେନ୍ଦ୍ରୀୟ ବ୍ୟାଙ୍କର ମୁଦ୍ରାନୀତି କମିଟି(MPC) ବାଣିଜ୍ୟିକ ବ୍ୟାଙ୍କଗୁଡିକୁ ରେପୋ ରେଟ୍ ବା ସ୍ବଳ୍ପମିଆଦି ଋଣହାରକୁ ୪ ପ୍ରତିଶତରେ ବଜାୟ ରଖିବାକୁ ମତସାବ୍ୟସ୍ତ କରିଛି । ଏହାକୁ ମିଶାଇ କ୍ରମାଗତ ୯ମ ଥର ପାଇଁ ଅପରିବର୍ତ୍ତିତ ରହିଛି ରେଟ୍ । ଏହିପରି ରିଭର୍ସ ରେପୋ ରେଟ୍ ୩.୩୫%ରେ ଅପରିବର୍ତ୍ତିତ ରଖାଯାଇଥିବା ଏବଂ ମାର୍ଜିନାଲ ଷ୍ଟାଣ୍ଡିଂ ଫାସିଲିଟି(MSF) ରେଟ୍ ଓ ବ୍ୟାଙ୍କ ରେଟ୍ ମଧ୍ୟ ୪.୨୫%ରେ ରହିଥିବା RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି ।

ଏହାବ୍ୟତୀତ ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷରେ GDP ଅଭିବୃଦ୍ଧି ଅନୁମାନକୁ ୯.୫ %ରେ ସ୍ଥିର ରଖିଛି । ଏହା ସଙ୍ଗେ ସଙ୍ଗେ ମୁଦ୍ରାସ୍ଫୀତି 5.3 % ନେଇ ଆକଳନ କରିଛି ଆରବିଆଇ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.