ETV Bharat / business

ରେପୋ ରେଟ ଅପରିବର୍ତ୍ତିତ ରଖିଲା RBI - ରିଭର୍ସ ରେପୋ ରେଟ

ଆଜି ସରିଲା ମୁଦ୍ରାନୀତି ବୈଠକ । ପୁଣିଥରେ ରେପୋ ରେଟ ଓ ରିଭର୍ସ ରେପୋ ରେଟ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ । ଅଧିକ ପଢନ୍ତୁ...

ପୁଣିଥରେ ରେପୋ ରେଟ ଅପରିବର୍ତ୍ତିତ ରଖିଲା RBI
ପୁଣିଥରେ ରେପୋ ରେଟ ଅପରିବର୍ତ୍ତିତ ରଖିଲା RBI
author img

By

Published : Oct 8, 2021, 12:26 PM IST

ନୂଆଦିଲ୍ଲୀ: ଆସିଲା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଦ୍ବିମାସିକ ମୁଦ୍ରାନୀତି । ପୁଣିଥରେ ରେପୋ ରେଟ ଓ ରିଭର୍ସ ରେପୋ ରେଟ ଅପରିବର୍ତ୍ତିତ ରଖିଲା RBI । ମୁଦ୍ରାନୀତି ସମୀକ୍ଷା ପାଇଁ ଅକ୍ଟୋବର 6ରୁ ଆରମ୍ଭ ହୋଇଥିବା ଛଅ ଜଣିଆ ମୁଦ୍ରାନୀତି ବୈଠକ(MPC) ଆଜି ଶେଷ ହୋଇଛି । RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବୈଠକ ପରେ ରେପୋ ରେଟରେ କୌଣସି ପରିବର୍ତ୍ତନ କରାଯାଇନଥିବା ସୂଚନା ଦେଇଛନ୍ତି । କହିରଖୁଛି କି, କ୍ରମାଗତ ଅଷ୍ଟମ ଥର ପାଇଁ ରେପୋ ରେଟ ଅପରିବର୍ତ୍ତିତ ରହିଛି ।

ସୂଚନା ମୁତାବକ, ପୂର୍ବରୁ ରେପୋ ରେଟ ୪ ପ୍ରତିଶତ ଏବଂ ରିଭର୍ସ ରେପୋ ରେଟ ୩.୫ ପ୍ରତିଶତ ଥିଲା । ଯେଉଁଥିରେ କି କୌଣସି ପରିବର୍ତ୍ତନ ହୋଇନାହିଁ । ଲୋକଙ୍କ ବିଶ୍ବାସ ଥିଲା କି ପାର୍ବଣ ଋତୁ ଚାଲୁଥିବାରୁ ରିଜର୍ଭ ବ୍ୟାଙ୍କ ନିଜ ରେପୋ ରେଟରେ ପରିବର୍ତ୍ତନ କରିବ । ଫଳରେ ଦରଦାମ ମଧ୍ୟରେ ଲୋକଙ୍କ ଉପରେ EMI ବୋଝ କମ୍ ହେବ । ହେଲେ ବିଶେଷଜ୍ଞଙ୍କ ରାୟ ଥିଲା ଯେ, ରେପୋ ରେଟ ପୂର୍ବରୁ ହିଁ ସର୍ବନିମ୍ନ ସ୍ତରରେ ରହିଛି ଏବଂ ବ୍ୟାଙ୍କଗୁଡିକ ମଧ୍ୟ ସର୍ବନିମ୍ନ ସୁଧହାରରେ ଲୋନ ଦେଉଛନ୍ତି ।

ତେବେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା ପାଇଁ ଏବଂ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ RBI ଫୋକସ କରୁଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.