ETV Bharat / business

ବ୍ୟାଙ୍କର ମୋଟ ଏନପିଏ 2021 ମାର୍ଚ୍ଚ ସୁଦ୍ଧା 12.5%କୁ ବଢିପାରେ: ଆରବିଆଇ

ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ସ୍ଥିରତା ରିପୋର୍ଟ (FSR)ଜାରି କରିଛି । ଏହା ଅନୁସାରେ ଅତ୍ୟଧିକ ଚାପଗ୍ରସ୍ତ ପରିସ୍ଥିତି’ ଅନୁସାରେ ବ୍ୟାଙ୍କଗୁଡିକର ଏନପିଏ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ବ୍ୟାଙ୍କର ମୋଟ ଏନପିଏ 12.5 ପ୍ରତିଶତକୁ ବଢିପାରେ । ତେବେ ଋଣଦାତାମାନେ ଅଧିକ ବିପଦ ମୁଣ୍ଡେଇବା ଆବଶ୍ୟକ ନୁହେଁ । ଅଧିକ ପଢନ୍ତୁ...

author img

By

Published : Jul 24, 2020, 6:39 PM IST

Breaking News

ନୂଆଦିଲ୍ଲୀ: ଆର୍ଥିକ ପ୍ରଣାଳୀ ସୁଦୃଢ ରହିଛି । ହେଲେ ଋଣଦାତାଙ୍କୁ କୋଭିଡ-19 ମହାମାରୀ ଓ ଏହା ପରବର୍ତ୍ତୀ ବିପଦରୁ ବଞ୍ଚିବା ଜରୁରୀ । ଶୁକ୍ରବାର ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏ ନେଇ କହିଛନ୍ତି ।

21 ତମ ଆର୍ଥିକ ସ୍ଥିରତା ରିପୋର୍ଟ (FSR)ଜାରି କରି ଦାସ କହିଛନ୍ତି କି, ବର୍ତ୍ତମାନ ସମୟରେ ଶୀର୍ଷ ପ୍ରାଥମିକତା ହେଉଛି କି ବ୍ୟାଙ୍କ ଓ ଫାଇନାନ୍ସିଆଲ ମଧ୍ୟସ୍ଥା ପାଇଁ ଏବେ ପୁଞ୍ଜି ସ୍ତରକୁ ବୃଦ୍ଧି କରିବା ସହ ସ୍ଥିରତାରେ ସୁଧାର ଆଣିବାକୁ ହେବ ।

ନଗଦ ପ୍ରବାହ ବୃଦ୍ଧି ସ୍ତର ତଳମୁହାଁ ନେଇ ଦାସ କହିଛନ୍ତି କି , ଅତ୍ୟଧିକ ବିପଦ ସମସ୍ତଙ୍କ ପାଇଁ ପ୍ରତିକୂଳ ପରିଣାମ ଦେବ । ଏଣୁ ସଙ୍କଟର ପରିଚଳନା ବିବେକପୂର୍ଣ୍ଣ ହେବା ଦରକାର ।

ତେବେ ରିଜର୍ଭ ବ୍ୟାଙ୍କ ଦ୍ବାରା ଆଜି ଜାରି ହୋଇଥିବା ଆର୍ଥିକ ସ୍ଥିରତା ରିପୋର୍ଟ ଅନୁସାରେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ବ୍ୟାଙ୍କର ମୋଟ ଏନପିଏ 12.5 ପ୍ରତିଶତକୁ ବଢିପାରେ । ତେବେ 2020 ମାର୍ଚ୍ଚ ମାସରେ ଏହା 8.5 ପ୍ରତିଶତ ରହିଥିଲା । ରିପୋର୍ଟରେ କୁହାଯାଇଛି କି, ‘ ଅତ୍ୟଧିକ ଚାପଗ୍ରସ୍ତ ପରିସ୍ଥିତି’ ଅନୁସାରେ ବ୍ୟାଙ୍କଗୁଡିକର ଏନପିଏ 2021 ମାର୍ଚ୍ଚ ସୁଦ୍ଧା 14.7 ପ୍ରତିଶତକୁ ବୃଦ୍ଧି ହୋଇପାରେ ।

ସେହିପରି ସମସ୍ତ ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କ (SCBs) ର GNPA ଅନୁପାତ 2020 ମାର୍ଚ୍ଚ ରେ 8.5 ପ୍ରତିଶତରୁ ବଢି 2021 ମାର୍ଚ୍ଚ ସୁଦ୍ଧା 12.5 ପ୍ରତିଶତକୁ ବୃଦ୍ଧି ହୋଇପାରେ। ଏହି ଆକଳନ ତୁଳନାତ୍ମକ ପରିଦୃଶ୍ୟ ଆଧାରରେ କରାଯାଇଛି ।

ଯଦି ମାକ୍ରୋଇକୋନୋମିକ ପରିବେଶ ଆହୁରୀ ଖରାପ ହୁଏ, ତେବେ ଏହି ହାର 14.7 ପ୍ରତିଶତକୁ ବଢିବ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

FSR ଆର୍ଥିକ ସ୍ଥିରତା ଓ ବିକାଶ ପରିଷଦ (FSDC)ର ଉପ-ସମିତି ସାମୂହିକ ମୂଲ୍ୟାଙ୍କନକୁ ଦର୍ଶାଇଥାଏ । ଏଥିସହ ଆର୍ଥିକ ପ୍ରଣାଳୀର ନମନୀୟତାକୁ ପ୍ରଦର୍ଶତ କରିଥାଏ । ରିପୋର୍ଟରେ ଆର୍ଥିକ ସେକ୍ଟରର ବିକାଶ ଓ ନିୟମାବଳୀ ସମ୍ବନ୍ଧୀୟ ପ୍ରସଙ୍ଗଗୁଡ଼ିକ ଉପରେ ମଧ୍ୟ ଆଲୋଚନା କରାଯାଇଛି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.