ETV Bharat / business

ପିପିପି ଆଧାରରେ ଦୁନିଆର ତୃତୀୟ ବଡ ଅର୍ଥବ୍ୟବସ୍ଥା ଭାରତ

author img

By

Published : Jun 24, 2020, 6:10 PM IST

ଭାରତ 2017 ପିପିପି ଆଧାରରେ ଆମେରିକା ଚୀନ ପଛକୁ ରହିଛି । ଏହି କ୍ରମରେ ଭାରତ ତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ଭାବେ ଉଭା ହୋଇଛି । ଅଧିର ପଢନ୍ତୁ..

ପିପିପି ଆଧାରରେ ଦୁନିଆର ତୃତୀୟ ବଡ ଅର୍ଥବ୍ୟବସ୍ଥା ଭାରତ
ପିପିପି ଆଧାରରେ ଦୁନିଆର ତୃତୀୟ ବଡ ଅର୍ଥବ୍ୟବସ୍ଥା ଭାରତ

ନୂଆଦିଲ୍ଲୀ: 2017 PURCHASING POWER PARITIES (ପିପିପି) ଆଧାରରେ ଆମେରିକା ଚୀନ ପରେ ଭାରତ ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ହୋଇଛି । ମଙ୍ଗଳବାର ବିଶ୍ୱ ବ୍ୟାଙ୍କକୁ ଉଦ୍ଧୃତ କରି ସରକାର ଏହା କହିଛନ୍ତି।

ମୋଟ ଘରୋଇ ଉତ୍ପାଦ (ଜିଡିପି) ସ୍ତରରେ ଡଲାର ପିଛା ଟଙ୍କା ପିପିପି 2017ରେ 20.65 କୁ ବୃଦ୍ଧି ପାଇଥିବା ବେଳେ 2011ରେ 15.55 ଅଛି । ସେହିପରି ଡଲାର ତୁଳନାରେ ଟଙ୍କାର ବିନିମୟ ମୁଲ୍ୟ 2017ରେ ବଢି 65. 12 ହୋଇଛି । ଯାହାକି 2011ରେ 46 ଟଙ୍କା 67 ଥିଲା ।

ଏଥିସହ ମୂଲ୍ୟ ସ୍ତର ସୂଚକାଙ୍କ (PLI)ଅର୍ଥାତ ପିପିପିର ସମ୍ପୃକ୍ତ ବଜାର ବିନିମୟ ମୂଲ୍ୟର ଅନୁପାତ 2017ରେ ସୁଧୁରି 47.99 ରହିଛି । ଯାହାକି 2011ରେ 42.99 ଥିଲା । ଅର୍ଥବ୍ୟବସ୍ଥାରେ ମୂଲ୍ୟ ସ୍ତରକୁ ତୁଳନା କରିବା ପାଇଁ ଏହାର ଉପଯୋଗ କରାଯାଏ ।

ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (NSO) ଅନୁଯାୟୀ, 2017 ମସିହାରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହୋଇ ରହିଥିଲା। ପିପିପି ହିସାବରେ ବୈଶ୍ବିତ ଜିଡିପିରେ ଭାରତର ଭାଗିଦାରୀ 6.7 ପ୍ରତିଶତ ରହିଛି ( ବିଶ୍ବର ମୋଟ ଜିଡିପି 1,19,547 ଅରବ ଡଲାରରେ 8,051 ଅରବ ଡଲାର) । ସେହିପରି ଚୀନ ଓ ଆମେରିକା ଅଂଶ ଯଥାକ୍ରମେ 16.4 ପ୍ରତିଶତ ଓ 16.3 ପ୍ରତିଶତ ରହିଛି ।

NSOର ବିଜ୍ଞପ୍ତି ଅନୁସାରେ , ପିପିପି ଆଧାରିକ ବୈଶ୍ବିକ ବାସ୍ତବିକ ବ୍ୟକ୍ତିଗତ ବ୍ୟବହାରରେ ଅଂଶ ଓ ବୈଶ୍ବିକ ମୋଟ ପୁଞ୍ଜି ଗଠନ ଉପରେ ଆଧାରରରେ ମଧ୍ୟ ଭାରତ ତୃତୀୟ ବଡ ଅର୍ଥବ୍ୟବସ୍ଥା ରହିଛି ।

ଇଣ୍ଟରନ୍ୟାସନଲା କମ୍ଫୋଜିସନ ପୋଗ୍ରାମ (ଆଇସିପି) ଅଧୀନ ରେଫରେନ୍ସ ବର୍ଷ 2017 ପାଇଁ ବିଶ୍ୱ ବ୍ୟାଙ୍କ ଏକ ନୂତନ ପିପିପି ପ୍ରକାଶ କରିଛି। ଏହା ବିଶ୍ବର ସମସ୍ତ ଅର୍ଥବ୍ୟବସ୍ଥାରେ ବଞ୍ଚିବାର ମୂଲ୍ୟରେ ପାର୍ଥକ୍ୟକୁ ସ୍ଥାନିତ କରେ । ସର୍ବଭାରତୀୟ ସ୍ତରରେ 176 ଦେଶ ICP ରେ ସାମିଲ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.