ETV Bharat / business

ଆସନ୍ତା ମାସରୁ ଘରେ ବସି ବ୍ୟାଙ୍କିଂ ସେବାର ଆନନ୍ଦ ନେବେ ଗ୍ରାହକ - psb customers enjoy doorstep financial service

ସରକାରୀ ବ୍ୟାଙ୍କର ଗ୍ରାହକଙ୍କୁ ସ୍ୱଚ୍ଛ ଏବଂ ସ୍ମାର୍ଟ ବ୍ୟାଙ୍କିଂ ଯୋଗାଇବା ପାଇଁ ଦୁଇ ବର୍ଷ ପୂର୍ବେ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ଅନେକ ସୁଧାରରେ ଏକ ଶୃଙ୍ଖଳା ହେଉଛି ଡୋରଷ୍ଟେପ ବ୍ୟାଙ୍କିଙ୍ଗ ସେବା । ଆସନ୍ତା ମାସରୁ ପିଏସବି ଗ୍ରାହକ ଏହାର ଲାଭ ଉଠାଇପାରିବେ ।

ଆସନ୍ତା ମାସରୁ ଘରେ ବସି ବ୍ୟାଙ୍କିଙ୍ଗ ସେବାର ଆନନ୍ଦ ନେବେ ଗ୍ରାହକ

author img

By

Published : Sep 11, 2020, 2:57 PM IST

ନୂଆଦିଲ୍ଲୀ: ସରକାରୀ ବ୍ୟାଙ୍କର ବରିଷ୍ଠ ନାଗରିକ ତଥା ଦିବ୍ୟାଙ୍ଗଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ପଦକ୍ଷେପ । ଏଣିକି ଗ୍ରାହକମାନେ ଆସନ୍ତା ମାସରୁ ନିଜ ଘରେ ଆର୍ଥିକ ସେବାକୁ ଉପଭୋଗ କରିବେ । ସରକାରୀ ବ୍ୟାଙ୍କର ଗ୍ରାହକଙ୍କୁ ସ୍ୱଚ୍ଛ ଏବଂ ସ୍ମାର୍ଟ ବ୍ୟାଙ୍କିଙ୍ଗ ଯୋଗାଇବା ପାଇଁ ଦୁଇ ବର୍ଷ ପୂର୍ବେ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ଅନେକ ସୁଧାରରେ ଏକ ଶୃଙ୍ଖଳା ହେଉଛି ଏହି ପଦକ୍ଷେପ ।

ଅର୍ଥ ମନ୍ତ୍ରଣାଳୟ କହିଛି ଯେ, ଏହି ସେବାଗୁଡିକ ସମଗ୍ର ଦେଶର 100 ଟି କେନ୍ଦ୍ରରେ ମନୋନୀତ ସେବା ପ୍ରଦାନକାରୀଙ୍କ ଦ୍ବାରା ନିୟୋଜିତ ଡୋରଷ୍ଟେପ ବ୍ୟାଙ୍କିଙ୍ଗ ଏଜେଣ୍ଟଙ୍କ ଦ୍ବାରା ପ୍ରଦାନ କରାଯିବ।

‘‘ସହଜ ସଂସ୍କାରର ଏକ ଅଂଶ ଭାବରେ, କଲ ସେଣ୍ଟର, ୱେବ ପୋର୍ଟାଲ ବା ମୋବାଇଲ୍ ଆପ୍ସର ସାର୍ବଭୌମତ୍ବ ଟଚ ପଏଣ୍ଟ ମାଧ୍ୟମରେ ଗ୍ରାହକଙ୍କୁ ବ୍ୟାଙ୍କିଙ୍ଗ ସେବାକୁ ଯୋଗାଇବାକୁ ଡୋରଷ୍ଟେପ୍ ବ୍ୟାଙ୍କିଙ୍ଗ୍ ସେବା ଯୋଜନା କରାଯାଇଛି। ଏହି ଚ୍ୟାନେଲ ମାଧ୍ୟମରେ ଗ୍ରାହକମାନେ ସେମାନଙ୍କର ସେବା ଅନୁରୋଧକୁ ମଧ୍ୟ ଟ୍ରାକ କରିପାରିବେ।’’ ଏ ନେଇ ଅର୍ଥମନ୍ତ୍ରାଳୟ ଦର୍ଶାଇଛି ।

ଅନେକ ଅଣ ଆର୍ଥିକ ସେବା ପୂର୍ବରୁ ହିଁ ଉପଲବ୍ଧ

ସମ୍ପ୍ରତି କେବଳ ଅଣ-ଆର୍ଥିକ ସେବା ଯେପରିକି ଚେକ ଏବଂ ଡିମାଣ୍ଡ ଡ୍ରାଫ୍ଟ, ନୂତନ ଚେକ ବୁକ ଆବଶ୍ୟକ ସ୍ଲିପ୍, 15G ଫର୍ମ ସଂଗ୍ରହ, ଆୟକର ଏବଂ ଜିଏସଟି ଇନଭଏସ ସଂଗ୍ରହ, ଷ୍ଟାଣ୍ଡିଂ ନିର୍ଦ୍ଦେଶ ପାଇଁ ଅନୁରୋଧ ପ୍ରଦାନ, ଆକାଉଣ୍ଟ ଷ୍ଟେଟମେଣ୍ଟ ପାଇଁ ଅନୁରୋଧ, ବିତରଣ ଅଣ- ବ୍ୟକ୍ତିଗତ ଚେକ ବୁକ, ଡିମାଣ୍ଡ ଡ୍ରାଫ୍ଟ, ପେ ଅର୍ଡର, ସ୍ଥାୟୀ ଜମା ରସିଦ ପାଇଁ ଟର୍ମ ଜମା, ଟିଡିଏସ ଡେଲିଭରି, ଫର୍ମ -16 ସାର୍ଟିଫିକେଟ ଜାରି କରିବା, ପ୍ରିପେଡ ଉପକରଣ ଏବଂ ଉପହାର କାର୍ଡ ସରକାରୀ କ୍ଷେତ୍ର ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଉପଲବ୍ଧ ଥିଲା ।

ତେବେ ଆସନ୍ତା ମାସକୁ ଡୋପଷ୍ଟେପ ସେବା ଉପଲବ୍ଧ କରାଯିବ ବୋଲି ମନ୍ତ୍ରାଳୟ ସୂଚନା ଦେଇଛି । ଏଥିପାଇଁ ଗ୍ରାହକ ସାମାନ୍ୟ ଶୁଳ୍କ ଦେଇ ସେବାର ଲାଭ ଉଠାଇପାରିବେ । ଏହା ଦ୍ବାରା ସମସ୍ତ ଗ୍ରାହକ, ବିଶେଷ କରି ବରିଷ୍ଠ ନାଗରିତ ଓ ଦିବ୍ୟାଙ୍ଗକୁ ଲାଭ ମିଳିପାରିବ । ସେମାନେ ଘରେ ବସି ସହଜରେ ଏସବୁ ସୁବିଧାକୁ ପାଇପାରିବେ ।

ନୂଆଦିଲ୍ଲୀରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ସରକାରୀ କ୍ଷେତ୍ରର ବ୍ୟାଙ୍କ ଗ୍ରାହକଙ୍କୁ ଆର୍ଥିକ ସେବା ପ୍ରଦାନ ଆନୁଷ୍ଠାନିକ ଭାବେ ଆରମ୍ଭ କରିଛନ୍ତି। ଆର୍ଥିକ ସେବା ସଚିବ ଦେବଶିଷ ପଣ୍ଡା ଏବଂ ଭାରତୀୟ ବ୍ୟାଙ୍କିଙ୍ଗ ଆସୋସିଏସନ ସଭାପତି ରଜନୀଶ କୁମାର ଭର୍ଚୁଆଲ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.