ETV Bharat / business

ପିଏନବି ସହ ମିଶିବ 3ଟି ବ୍ୟାଙ୍କ, ପ୍ରଭାବିତ ହେବେ ଗ୍ରାହକ - month

ଏନପିଏ ଚାପରେ ଦାବି ରହିଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସହ ମିଶିବେ 3ଟି କ୍ଷୁଦ୍ର ରାଷ୍ଟ୍ରାୟତ ବ୍ୟାଙ୍କ ।

ପ୍ରତିକାତ୍ମକ ଫଟୋ
author img

By

Published : May 22, 2019, 5:47 PM IST

ନୂଆଦିଲ୍ଲୀ: ଦେଶରେ ବ୍ୟାଙ୍କ ସେବାକୁ ସୁଦୃଢ କରିବାକୁ ଲାଗିପଡିଛନ୍ତି ସରକାର । ଏଥିପାଇଁ ଗୋଟିଏ ବ୍ୟାଙ୍କ ସହ କିଛି ରାଷ୍ଟ୍ରାୟତ ବ୍ୟାଙ୍କର ମିଶ୍ରଣ କରି ସୃଷ୍ଟି କରୁଛନ୍ତି ଏକ ବୃହତ୍ତ ଶକ୍ତି । ଆଉ ଏବେ ଏହି ରେସରେ ସାମିଲ ହୋଇଛି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) । ଏବେ ପିଏନବି ସହ 2ରୁ 3ଟି ରାଷ୍ଟ୍ରାୟତ ବ୍ୟାଙ୍କର ମିଶ୍ରଣ କରିବାକୁ ପ୍ଲାନ କରୁଛନ୍ତି ସରକାର । ଯେପରି ଏହା ଆଗକୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ବ୍ୟାଙ୍କ ଅଫ ବରୋଦା ଭଳି ଟପ 5 ବଡ ବ୍ୟାଙ୍କ ତାଲିକାରେ ରହିବ ।

ଅନାଦେୟ ଋଣ (ଏନପିଏ) ଭାରରେ ବୁଡି ରହିଥିବା ପିଏନବି ବ୍ୟାଙ୍କ ମେରୁଦଣ୍ଡ ସଳଖିବାକୁ 3ଟି ଛୋଟ ରାଷ୍ଟ୍ରାୟତ ବ୍ୟାଙ୍କକୁ ନିଜ ସହ ମିଶାଇବ । ଏହି 3ଟି ମଧ୍ୟରେ ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ(ଓବିସି), ଆନ୍ଧ୍ର ବ୍ୟାଙ୍କ ଓ ଆହ୍ଲାବାଦ ବ୍ୟାଙ୍କ ଅଛି । ଆଗମୀ 3 ମାସ ମଧ୍ୟରେ ଏହି ପ୍ରକ୍ରିୟା ଆରମ୍ଭ ହେବା ନେଇ ସୂଚନା ମିଳିଛି ।

ତେବେ ଏହି 3ଟି ବ୍ୟାଙ୍କ ମିଶ୍ରଣ ଗ୍ରାହକଙ୍କ ସ୍ଥିତିକୁ ନଜରରେ ରଖି କରାଯିବ । ଆହ୍ଲାବାଦ ବ୍ୟାଙ୍କ, ଓବିସି, ଆନ୍ଧ୍ର ବ୍ୟାଙ୍କ ପିଏନବିରେ ମିଶିଲା ପରେ ଆକାଉଣ୍ଟଧାରୀଙ୍କ ଉପରେ କୌଣସି ପ୍ରଭାବ ପଡିବ ନାହିଁ । ବ୍ୟାଙ୍କ ଯାହା ବି ନିଷ୍ପତ୍ତି ନେବ, ତାର ଗ୍ରାହକଙ୍କୁ ଆବଗତ କରାଇବ । ହେଲେ ଏଟିଏମ ଓ ପାସବୁକ ସବୁକିଛି ଅପଡେଟ କରିବା ସହ କିଛି ଜରୁରୀ କାଗଜ ପତ୍ର ମଧ୍ୟ ପୂରଣ କରିବାକୁ ପଡିବ ।

Intro:Body:

ff

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.