ETV Bharat / business

ପିଏମସି ଦୁର୍ନୀତି: 23 ଯାଏଁ ବିଚାର ବିଭାଗୀୟ ହାଜତରେ 3 ଅଭିଯୁକ୍ତ - Economic Offences Wing

ଅକ୍ଟୋବର 23 ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ ପିଏମସି ବ୍ୟାଙ୍କ ଦୁର୍ନୀତିର 3 ଅଭିଯୁକ୍ତ । ସେପଟେ ଜମାକାରୀଙ୍କୁ ଟଙ୍କା ଫେରସ୍ତ ନେଇ ଆଶ୍ବସନା ଦେଇଛନ୍ତି ଅର୍ଥନୈତିକ ଅପରାଧ ଶାଖା ଡିସିପି ।

ପ୍ରତିକାତ୍ମକ ଫଟୋ
author img

By

Published : Oct 16, 2019, 6:49 PM IST

ନୂଆଦିଲ୍ଲୀ: ଅକ୍ଟୋବର 23 ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ ପିଏମସି ବ୍ୟାଙ୍କ ଦୁର୍ନୀତିର 3 ଅଭିଯୁକ୍ତ । ସେପଟେ ଆନ୍ଦୋଳନକାରୀଙ୍କୁ ଅର୍ଥନୈତିକ ଅପରାଧ ଶାଖା ଡିସିପିଙ୍କ ଆଶ୍ବାସନା ଦେଇଛନ୍ତି ଯେ, ‘ଅଭିଯୁକ୍ତ ଛାଡ ପାଇବେନି ଆପଣଙ୍କ ଟଙ୍କା ସୁରକ୍ଷିତ ରହିଛି ।’

ଏତେ ବଡ ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରେ ହାଉସିଂ ଡେଭଲପମେଣ୍ଟ ଇନଫ୍ରାଷ୍ଟ୍ରଚର ଲିମିଟେଡ(ଏଚଡିଇଏଲ)ର ଅଧ୍ୟକ୍ଷ ଓ ପ୍ରବନ୍ଧ ନିର୍ଦ୍ଦେଶତ ରାକେଶ ୱଦ୍ଧବାନ Wadhawan ଏବଂ ପିଏମସି ବ୍ୟାଙ୍କର ପୂର୍ବ ଅଧ୍ୟକ୍ଷ ୱାରିୟମ ସିଂହଙ୍କୁ ମାଜିଷ୍ଟେଟଙ୍କ ସାମ୍ନାରେ ହାଜିର କରାଯାଇଥିଲା । ଆଜି ସେମାନଙ୍କ ରିମାଣ୍ଡ ଅବଧି ଶେଷ ହୋଇଛି । ଏ ସମସ୍ତଙ୍କୁ ମାଜିଷ୍ଟେଟ ଆସନ୍ତା 23 ଯାଏଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । Wadhawanଙ୍କୁ ଅକ୍ଟୋବର 3ରେ ଓ ସିଂହଙ୍କୁ 5ରେ ଗିରଫ କରାଯାଇଥିଲା ।

ଆର୍ଥିକ ଅପରାଧ ପ୍ରକୋଷ୍ଠ(Economic Offences Wing ) ପକ୍ଷରୁ ମାସ ଆରମ୍ଭରେ ପିଏମସିର 4,355.43 କୋଟି ଘୋଟଲା ନେଇ Wadhawan ଓ ଏହାର ଉପରିସ୍ଥ ଅଧିକାରୀଙ୍କ ବିରୋଧରେ ମାମଲା ଦାୟର ହୋଇଥିଲା । ପରେ ପରେ ଏହାର ଦୁର୍ନୀତିର ରାଜ ଖୋଲିବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ସମୀକ୍ଷା ପାଇଁ ଜଣେ ପ୍ରଶାସକଙ୍କୁ ନିଯୁକ୍ତି ଦେଇଥିଲା । ଏଥିସହ ଟଙ୍କା ଉଠାଣ ନେଇ କଟକଣା ମଧ୍ୟ ଲାଗୁ କରିଛି ।

ଏପଟେ ଅକ୍ଟୋବର 18ରେ PMC ଜମାକାରୀଙ୍କ 15 ଲକ୍ଷ ଟଙ୍କା ଓ ଶତପ୍ରତିଶତ ବୀମା ସୁରକ୍ଷିତ ମାମଲାର ଶୁଣାଣି କରାଯିବ । ବୁଧବାର ଏନେଇ ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଛନ୍ତି । ସୁରକ୍ଷା ଲାଗି ନିର୍ଦ୍ଦେଶ ଦେବାକୁ ପିଟିସନ ଦାଖଲ କରାଯାଇଛି । କୋର୍ଟ ବାହାରେ ବହୁ ଜମାକାରୀ ସେମାନଙ୍କ ଟଙ୍କା ଫେରସ୍ତ ପାଇଁ ଧାରଣା ଦେଇଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.