ETV Bharat / business

ବିଶ୍ବର ଉର୍ଜା ଚାହିଦାକୁ ଗତି ଦେବ ଭାରତ, ଦାମ ସଂଶୋଧନ ଆହ୍ବାନ ଦେଲେ ମୋଦି

author img

By

Published : Oct 26, 2020, 11:03 PM IST

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବୈଶ୍ବିକ ସ୍ତରରେ 2020 ଶକ୍ତି କ୍ଷେତ୍ର ପାଇଁ ଏକ ଚ୍ୟାଲେଞ୍ଜିଂ ବର୍ଷ । ଚାହିଦା ପ୍ରାୟ ଏକ ତୃତୀୟାଂଶ ହ୍ରାସ ପାଇଛି । ଆହୁରୀ ମଧ୍ୟ ମୂଲ୍ୟର ଅସ୍ଥିରତା ଦେଖାଯାଇଛି ଏବଂ ନିବେଶ ନିଷ୍ପତ୍ତି ପ୍ରଭାବିତ ହୋଇଛି ।

ବିଶ୍ବର ଉର୍ଜା ଚାହିଦାକୁ ଗତି ଦେବ ଭାରତ,  ଦାମ ସଂଶୋଧନ ଆହ୍ବାନ ଦେଲେ ମୋଦି
ବିଶ୍ବର ଉର୍ଜା ଚାହିଦାକୁ ଗତି ଦେବ ଭାରତ, ଦାମ ସଂଶୋଧନ ଆହ୍ବାନ ଦେଲେ ମୋଦି

ନୂଆଦିଲ୍ଲୀ: କୋରୋନା ଭାଇରସ ମହାମାରୀ ଦ୍ବାରା ବୈଶ୍ବିକ ଚାହିଦା ପ୍ରଭାବିତ ହୋଇଛି । ଏପରି ସ୍ଥିତିରେ ଭାରତ ଦୁନିଆର ଉର୍ଜା ବା ଶକ୍ତି ଉପଯୋଗୀତାକୁ ଗତି ଦେବ । ସୋମବାର ଇଣ୍ଡିଆ ଏନର୍ଜି ଫୋରମର ଉଦଘାଟନ ସମାରୋହ ଉଦବୋଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ନେଇ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଶ୍ବ ତୈଳ ଏବଂ ଗ୍ୟାସ ଯୋଗାଣକାରୀମାନେ ଉତ୍ତରଦାୟୀ ମୂଲ୍ୟ ପ୍ରଣାଳୀ ଗ୍ରହଣ କରିବା ଉଚିତ ଏବଂ ସ୍ବଚ୍ଛ ଏବଂ ନମନୀୟ ବଜାର ଆଡକୁ ଯିବା ଉଚିତ।

ମୋଦୀ ସେରା ସପ୍ତାହର ଚତୁର୍ଥ ଭାରତ ଏନର୍ଜି ଫୋରମ ସମ୍ବୋଧିତ କରି , ନିକଟରେ ସରକାର କରିଥିବା ତୈଳ ଓ ଗ୍ୟାସ ଅନୁସନ୍ଧାନ ଏବଂ ଉତ୍ପାଦନ ଲାଇସେନ୍ସ ନୀତି ଏବଂ ପ୍ରାକୃତିକ ଗ୍ୟାସ ମାର୍କେଟିଂ କ୍ଷେତ୍ରର ସଂସ୍କାର ବିଷୟରେ ଉଲ୍ଲେଖ କରିଛନ୍ତି ।

ଏଥିସହ ସରକାର ବିଶୋଧନ କ୍ଷମତାକୁ ଦ୍ବିଗୁଣିତ କରିବାର ଉଚ୍ଚାଭିଳାଷୀ, ମହତ୍ବକାଂକ୍ଷୀ ଯୋଜନା ବିଷୟରେ ମଧ୍ୟ ସେ ଦର୍ଶାଇଛନ୍ତି । ସେ କହିଛନ୍ତି ଯେ ଆମର ଶକ୍ତି କ୍ଷେତ୍ର ଅଭିବୃଦ୍ଧି, ନିବେଶକ ଅନୁକୂଳ ଏବଂ ପରିବେଶ ପ୍ରତି ସଚେତନ ଅଟେ । ଭାରତ ଦ୍ରୁତ ଗତିରେ ସ୍ବଚ୍ଛ ଏବଂ ନବୀକରଣ ଶକ୍ତି ଉତ୍ସର ବିକାଶ କରୁଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ଭାରତ ଜଳବାୟୁ ପରିବର୍ତ୍ତନ ସହ ଜଡିତ ପ୍ରତିବଦ୍ଧତା (COP 21) ଦିଶାରେ ଆଗକୁ ବଢୁଛି । ଆମେ 2022 ସୁଦ୍ଧା 1,75,000 ମେଗାୱାଟ ନବୀକରଣ ଶକ୍ତି କ୍ଷମତା ହାସଲ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ।’’

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବୈଶ୍ବିକ ସ୍ତରରେ 2020 ଶକ୍ତି କ୍ଷେତ୍ର ପାଇଁ ଏକ ଚ୍ୟାଲେଞ୍ଜିଂ ବର୍ଷ । ଚାହିଦା ପ୍ରାୟ ଏକ ତୃତୀୟାଂଶ ହ୍ରାସ ପାଇଛି । ଆହୁରୀ ମଧ୍ୟ ମୂଲ୍ୟର ଅସ୍ଥିରତା ଦେଖାଯାଇଛି ଏବଂ ନିବେଶ ନିଷ୍ପତ୍ତି ପ୍ରଭାବିତ ହୋଇଛି ।

ସେ କହିଛନ୍ତି କି, ଏ ବର୍ଷ ସମ୍ମିଳନୀରେ ଯେଉଁ ବିଷୟ ରହିଛି, ପରିବର୍ତ୍ତନଶୀଳ ଦୁନିଆରେ ଭାରତର ଉର୍ଜା ଭବିଷ୍ୟ ..ଯାହା ବହୁତ ପ୍ରାସଙ୍ଗିକ । ମୁଁ ଆପଣଙ୍କୁ ଆଶ୍ବସନା କରିପାରିବି କି ଭାରତ ଭାରତ ଶକ୍ତିରେ ଭରି ହୋଇ ରହିଛି । ଭାରତର ଉର୍ଜା ଭବିଷ୍ୟତ ଉଜ୍ବଳ ଓ ସୁରକ୍ଷିତ ଅଟେ । ଭାରତର ଶକ୍ତି ଦୁନିଆକୁ ଶକ୍ତିଶାଳୀ କରିବ..

ଭାରତ ବର୍ତ୍ତମାନ 50 ଲକ୍ଷ ବ୍ୟାରେଲ ତୈଳ ସମାନ ଶକ୍ତି ବ୍ୟବହାର କରୁଛି । ତେବେ ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଶକ୍ତି ଯୋଗାଣକାରୀମାନେ ଏକ ଉତ୍ତରଦାୟୀ ମୂଲ୍ୟ ନିର୍ଦ୍ଧାରଣ ବ୍ୟବସ୍ଥା ଗ୍ରହଣ କରିବା ଉଚିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.