ETV Bharat / business

ଆସୁଛି ନିର୍ବାଚନ, କୃଷକଙ୍କୁ ଟଙ୍କା ବାଣ୍ଟୁଛନ୍ତି ମୋଦି

ପିଏମ କିସାନ ସମ୍ମାନ ନିଧି ଯୋଜନା ଜରିଆରେ ଚାଷୀଙ୍କୁ ବଣ୍ଟାଯାଉଛି ଟଙ୍କା । ପ୍ରଥମ ପର୍ଯ୍ୟାୟରେ ମାତ୍ର 37ଦିନରେ 2କୋଟି 60ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ବ୍ୟାଙ୍କ ଆକାଉଣ୍ଟକୁ 5,215କୋଟି ଟଙ୍କା ପଠାଯାଇଛି ।

ଡିଜାଇନ ଫଟୋ
author img

By

Published : Mar 12, 2019, 4:43 PM IST

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ କୃଷକଙ୍କୁ ଖୁସ କରିବା ପ୍ରୟାସ । ଅନ୍ନଦାତାଙ୍କୁ ଏକ ସୁନିଶ୍ଚିତ ଆୟ ଯୋଗାଇବାକୁ ଲାଗିପଡିଛନ୍ତି ମୋଦି ସରକାର । ପିଏମ କିସାନ ସମ୍ମାନ ନିଧି ଯୋଜନା ଜରିଆରେ ଚାଷୀଙ୍କୁ ବାଣ୍ଟିଚାଲିଛନ୍ତି ଟଙ୍କା । ପ୍ରଥମ ପର୍ଯ୍ୟାୟରେ ମାତ୍ର 37ଦିନରେ 2କୋଟି 60ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ବ୍ୟାଙ୍କ ଆକାଉଣ୍ଟକୁ 5,215କୋଟି ଟଙ୍କା ପଠାଯାଇଛି ।

ମୋଦିଙ୍କ ପିଏମ କିଶାନଲିଷ୍ଟରେ ଓଡିଶାର ମଧ୍ୟ ଲକ୍ଷ ଲକ୍ଷ ଚାଷୀ ରହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ପ୍ରାୟ 8 ଲକ୍ଷ ଚାଷୀଙ୍କୁ 2 ହଜାର ଟଙ୍କା ଲେଖାଏଁ ଟଙ୍କା ପ୍ରଦାନ କରାଯାଇଛି ।

ଫେବୃଆରୀ ପହିଲାରେ ପୀୟୁଷ ଗୋୟଲ ସଂସଦରେ ଉପସ୍ଥାପିତ କରିଥିଲେ 2019-20 ଅନ୍ତରୀଣ ବଜେଟ । ଏଥିରେ କୃଷକ ଉଜ୍ଝଳ ଭବିଷ୍ୟତ ମନାସୀ ସରକାର ପିଏମ- କିଶାନର ଘୋଷଣା କରିଥିଲେ । ନିର୍ବାଚନ ପୂର୍ବ ପାଖାପାଖି 75 ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ଧାର୍ଯ୍ୟ ହୋଇଛି ।

ଫେବୃଆରୀ 24ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ଗୋରଖପୁରରେ ଏହି ଯୋଜନାର ଶୁଭାରମ୍ଭ କରି ପ୍ରଥମ କିସ୍ତି ଟଙ୍କା ବାଣ୍ଟିବା ପ୍ରକ୍ରିୟା ଆରମ୍ଭ କରିଥିଲେ । ମାର୍ଚ୍ଚ ଶେଷ ସୁଦ୍ଧା କୃଷକଙ୍କୁ ପ୍ରଥମ କିସ୍ତି ଟଙ୍କା ଦିଆଯିବ । ଏହି ଯୋଜନା ଘୋଷଣାର 37 ଦିନ ମଧ୍ୟରେ 2.6 କୋଟି ଚାଷୀଙ୍କୁ 5,215କୋଟି ଟଙ୍କା ସ୍ଥାନନ୍ତରଣ କରାଯାଇଥିବା ନେଇ ପିଏମଓ ଇଣ୍ଡିଆ ପକ୍ଷରୁ ଟ୍ବିଟ କରାଯାଇଛି ।

ଏହି ସ୍କିମ ଅଧିନରେ 2 ହେକ୍ଟର ଜମି ଥିବା ଚାଷୀଙ୍କୁ ବାର୍ଷିକ 6000 ଟଙ୍କା ଦିଆଯିବ । ଏହି ଟଙ୍କା 3ଟି କିସ୍ତିରେ ପ୍ରଦାନ କରାଯିବ । କୃଷି କ୍ଷେତ୍ରରେ ଥିବା ସମସ୍ୟାର ସମାଧାନ ଓ ଚାଷୀଙ୍କୁ ଆର୍ଥିକ କ୍ଷେତ୍ରରେ ସୁଦୃଢ କରିବାକୁ ସରକାରଙ୍କ ଏହି ପ୍ରଚେଷ୍ଠା ।

Intro:Body:

ଭୁବନେଶ୍ବର: ଏକ ନିଆରା ପ୍ରେମ କାହାଣୀକୁ ନେଇ ପ୍ରସ୍ତୁତ ଫିଲ୍ମ 'ତୁ ମୋର ଇସ୍କ' । ଆଞ୍ଚଲ ଫିଲ୍ମ ବ୍ୟାନର ଦ୍ବାରା ପ୍ରସ୍ତୁତ ଏହି ଫିଲ୍ମଟିର ଆଜି ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି । ତେବେ ଫିଲ୍ମରେ ଦର୍ଶକ ଏଥର ଦେଖିବାକୁ ପାଇବେ ଅଭିନେତା ମୋହନ ଓ ଅଭିନେତ୍ରୀ ଚିନ୍ମୟୀଙ୍କ ଫ୍ରେଶ ଯୋଡି । 

ଖାଲି ନାୟକ, ନାୟିକା ନୁହେଁ ବରଂ ଫିଲ୍ମରେ ମୁଖ୍ୟ ଖଳନାୟକ ଭାବରେ ନଜର ଆସିବେ ଅଭିନେତା କାଳୁ । ଏହାଛଡା ଫିଲ୍ମରେ ଅଭିନେତା ଅଶ୍ରୁମୋଚନ, ବିଜୁ ବଡ଼ଜେନା, ରାଜା ,ଦିବ୍ୟ, ରବି ମିଶ୍ର, କୁସୁମ ମିଶ୍ର,ରବି ମିଶ୍ର,ଜୀବନ ପଣ୍ଡା ମଧ୍ୟ ଆଜି ନଜର ଆସିବେ । 

ପପୁ ରାଉତଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ବରେ ଅଛନ୍ତି ଚିତ୍ତରଞ୍ଜନ ରାଉତ ଋତୁପର୍ଣ୍ଣ। ,ଓ ସନ୍ତୋଷ ମହାନ୍ତି । ଆଉ କାହାଣୀ ରଚନା କରିଛନ୍ତି ସସ୍ମିତା ରାଉତ। ତେବେ ଆଜି ଏହି ଫିଲ୍ମର ଶୁଭ ମହୁରତ ହୋଇଥିବା ବେଳେ ଖୁବ ଶୀଘ୍ର ଏହା  ରିଲିଜ ହେବ ବୋଲି ଫିଲ୍ମର କଳାକାରମାନେ କହିଛନ୍ତି।

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.