ETV Bharat / business

ଆର୍ଥିକ କ୍ଷେତ୍ରରେ କମ ହେବନି କୋରୋନା ନକରାତ୍ମକ ପ୍ରଭାବ: ମୁଡିସ - COVID-19 impact

ପ୍ୟାକେଜ ଦ୍ବାରା ଆର୍ଥିକ କ୍ଷେତ୍ରର ସମ୍ପତ୍ତି ବିପଦ କମିପାରେ , କିନ୍ତୁ କୋରୋନା ମହାମାରୀର ପ୍ରଭାବକୁ ସମ୍ପୁର୍ଣ୍ଣ ରୂପେ ହଟାଯାଇପାରିବ ନାହିଁ ବୋଲି ମୁଡିସ ଆଶଙ୍କା କରିଛି । ଅଧିକ ପଢନ୍ତୁ..

Moodys
ଆର୍ଥିକ କ୍ଷେତ୍ରରେ କମ ହେବନି କୋରୋନା ନକରାତ୍ମକ ପ୍ରଭାବ: ମୁଡିସ
author img

By

Published : May 19, 2020, 5:22 PM IST

ନୂଆଦିଲ୍ଲୀ: ନିକଟରେ ସରକାରଙ୍କ ଦ୍ବାରା ଘୋଷିତ 20 ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଯୋଗୁଁ ଆର୍ଥିକ ସଂସ୍ଥାନଙ୍କ ସମ୍ପତ୍ତି ବିପଦକୁ କମିଯିବ , ହେଲେ ଏହି କୋଭିଡ-19ର ନକରାତ୍ମକ ପ୍ରଭାବ ସମ୍ପୁର୍ଣ୍ଣ ରୂପେ ଶେଷ ହେବନାହିଁ । ମଙ୍ଗଳବାର ମୁଡିସ ଇନଭେଷ୍ଟର ସର୍ବିସ ଏ ନେଇ ଅନୁମାନ ପ୍ରକାଶ କରିଛି ।

ସରକାର ଗତ ସପ୍ତାରେ ଏମଏସଏମଇ ସେକ୍ଟର ପାଇଁ 3.70 ଲକ୍ଷ କୋଟି ଟଙ୍କାର ରିଲିଫ ପ୍ୟାକେଜ ଘୋଷଣା କରିଛନ୍ତି । ଏହା ବ୍ୟତିତ ଆର୍ଥିକ କମ୍ପାନୀ(ଏନବିଏଫସି) ପାଇଁ 75,000 କୋଟି ଓ ବିଦ୍ୟୁତ ବିତରଣ କମ୍ପାନୀଙ୍କୁ ବୁଷ୍ଟର ଦେବାକୁ 90,000 ସୋଟି ଟଙ୍କାର ଆବଣ୍ଟନ କରାଯାଇଛି ।

ଆର୍ଥିକ ପ୍ରତିଷ୍ଠାନ-ଭାରତ: ଆର୍ଥିକ ପ୍ରଣାଳୀକୁ ରିଲିଫ ପାଇଁ ସହାୟତା , ହେଲେ ସମାଧନ ହେବ ସମସ୍ତ ସମସ୍ୟା , ଏହି ଶୀର୍ଷକରେ ମୁଡିସ ନିଜ ମନ୍ତବ୍ୟରେ କହିଛି ଯେ, ଏହି ପଦକ୍ଷେପଗୁଡିକ ଆର୍ଥିକ କ୍ଷେତ୍ରର ସମ୍ପତ୍ତି ବିପଦକୁ ହ୍ରାସ କରିବାରେ ସାହାଯ୍ୟ କରିବ, କିନ୍ତୁ ସେମାନେ କୋରୋନା ମହାମାରୀର ପ୍ରଭାବକୁ ସମ୍ପୁର୍ଣ୍ଣ ରୂପେ ହଟାଇବାକୁ ସମର୍ଥ ହେବେ ନାହିଁ ।

ଏମଏସଏମଇ ପ୍ୟାକେଜ ସମ୍ବନ୍ଧରେ ରେଟିଂ ଏଜେନ୍ସି ମୁଡିସ କହିଛି ଯେ, କୋରୋନା ଭାଇରସ ପ୍ରଭାବରେ ପୂର୍ବରୁ ହିଁ ଏହି ସେକ୍ଟର ଚାପରେ ରହିଥିଲା , ଏବେ ଆର୍ଥିକ ଅଭିବୃଦ୍ଧିର ମନ୍ଥରତା ସହିତ ନଗଦ ଚିନ୍ତା ମଧ୍ୟ ବୃଦ୍ଧି ପାଇବ ।

ସେହିପରି ଏନବିଏଫସ ନେଇ ଘୋଷଣା ସମ୍ବନ୍ଧରେ କୁହାଯାଇଛି କି, ଏହି କମ୍ପାନୀଗୁଡିକ ତୁରନ୍ତ ଆବଶ୍ୟକ କରୁଥିବା ଲିକ୍ୟୁଡିଟି ଠାରୁ ଏହି ସହାୟତା ବହୁତ କମ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.