ETV Bharat / business

ଅନ୍ୟ ରାଷ୍ଟ୍ର ସହ CoWIN ପ୍ଲାଟଫର୍ମ ସେୟାର ପାଇଁ ପ୍ରସ୍ତାବ ଦେଲେ ଅର୍ଥମନ୍ତ୍ରୀ

author img

By

Published : Jul 11, 2021, 7:00 AM IST

ଅନ୍ୟ ରାଷ୍ଟ୍ରମାନଙ୍କ ସହ ଟୀକାକରଣ ପ୍ଲାଟଫର୍ମ CoWINକୁ ସେୟାର କରିବ ଭାରତ । ଶନିବାର ଜି20 ଶିଖର ସମ୍ମିଳନୀର ଦ୍ବିତୀୟ ଦିନରେ ଯୋଗ ଦେଇ ଏହି ପ୍ରସ୍ତାବ ଦେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅଧିକ ପଢନ୍ତୁ...

ଅନ୍ୟ ରାଷ୍ଟ୍ର ସହ CoWIN ପ୍ଲାଟଫର୍ମ ସେୟାର ପାଇଁ ପ୍ରସ୍ତାବ ଦେଲେ ଅର୍ଥମନ୍ତ୍ରୀ
ଅନ୍ୟ ରାଷ୍ଟ୍ର ସହ CoWIN ପ୍ଲାଟଫର୍ମ ସେୟାର ପାଇଁ ପ୍ରସ୍ତାବ ଦେଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଅନ୍ୟ ରାଷ୍ଟ୍ରମାନଙ୍କ ସହ ଟୀକାକରଣ ପ୍ଲାଟଫର୍ମ CoWINକୁ ସେୟାର କରିବ ଭାରତ । ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ CoWIN ପ୍ଲାଟଫର୍ମର ମାଗଣା ବ୍ୟବହାର ପାଇଁ ଅନ୍ୟ ଦେଶମାନଙ୍କ ଉଦ୍ଦେଶ୍ୟରେ ପ୍ରସ୍ତାବ ଦେଇଛନ୍ତି । ବ୍ୟବସାୟିକ ଲାଭ ଠାରୁ ମାନବିକତା ଅଧିକ ଗୁରୁତ୍ବପୂର୍ଣ୍ଣ ବୋଲି ସୀତାରମଣ କହିଛନ୍ତି ।

ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରଙ୍କ ଜି20 ଶିଖର ସମ୍ମିଳନୀର ଦ୍ବିତୀୟ ଦିନରେ ଯୋଗ ଦେଇ ସୀତାରମଣ ମହାମାରୀ କାଳରେ ଭାରତ କିଭଳି ଟେକ୍ନୋଲୋଜି ମାଧ୍ୟମରେ ସମସ୍ତ ସେବା ପ୍ରଦାନ କରିପାରିଛି ତାହାର ସଫଳ ଅଭିଜ୍ଞତା ବାଣ୍ଟିଛନ୍ତି । ଏଥିସହ ଟୀକାକରଣ କ୍ଷେତ୍ରରେ କୋୱିନ ପ୍ଲାଟଫର୍ମ କେତେ ପ୍ରଭାବଶାଳୀ ତାହା ମଧ୍ୟ ବାଖ୍ୟା କରିଛନ୍ତି । ଭାରତ ବ୍ୟବସାୟିକ ଲାଭ ଅପେକ୍ଷା ମାନବିକାତାକୁ ଗୁରୁତ୍ବ ଦେବାରେ ବିଶ୍ବାସ କରେ । ଏଣୁ କୋୱିନ ପ୍ଲାଟଫର୍ମକୁ ଅନ୍ୟ ରାଷ୍ଟ୍ରଗୁଡିକ ପାଇଁ ଓପନ ସୋର୍ସ ଭାବେ ଭାରତ ପ୍ରସ୍ତୁତ କରିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

ଏହି ବୈଠକରେ ଅର୍ଥନୈତିକ ପୁନରୁଦ୍ଧାର, ସ୍ଥାୟୀ ଅର୍ଥନୀତି ଏବଂ ଅନ୍ତର୍ଜାତୀୟ ଟିକସ ନୀତି ଉପରେ ବିଚାର ବିମର୍ଷ କରାଯାଇଛି । ଅର୍ଥମନ୍ତ୍ରୀ ଅର୍ଥନୈତିକ ପୁନରୁଦ୍ଧାର ପାଇଁ ଡିଜିଟାଲାଇଜେସନ, ଜଳବାୟୁ ଆକ୍ସନ ଏବଂ ଦୀର୍ଘସ୍ଥାୟୀ ଭିତ୍ତିପ୍ରସ୍ଥର ଆଦି ତିନୋଟି ମୁଖ୍ୟ ପଏଣ୍ଟ ଉପରେ ଆଲୋଚନା କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ନିକଟରେ କୋଓ୍ୱିନ ଗ୍ଲୋବାଲ କନ୍‌କ୍ଲେଭରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଭାରତ କୋୱିନ ପ୍ଲାଟଫର୍ମକୁ ଅନ୍ୟ ଦେଶ ଲାଗି ଡିଜିଟାଲ ଜନସେବା ରୂପେ ପ୍ରସ୍ତୁତ କରିଛି ବୋଲି କହିଥିଲେ । 50ଟି ରାଷ୍ଟ୍ର ମଧ୍ୟ ଏହି ଟୀକାକରଣ ପ୍ଲାଟଫର୍ମର ବ୍ୟବହାର ପାଇଁ ଆଗ୍ରହ ପ୍ରକାଶ କରିଥିଲେ ।

@ PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.