ନୂଆଦିଲ୍ଲୀ: ଜାତୀୟ ରାଜମାର୍ଗ, ରେଳ ରୁଟ୍, ଷ୍ଟାଡିୟମ ଓ ପାୱାର ଗ୍ରିଡ ପାଇପଲାଇନ ଭଳି ସରକାରୀ ଭିତ୍ତିଭୂମି ସମ୍ପତ୍ତିକୁ ଘରୋଇ କ୍ଷେତ୍ରକୁ ଲିଜରେ ଦେଇ 2025 ସୁଦ୍ଧା ୬ ଲକ୍ଷ କୋଟି ଆଦାୟ ପାଇଁ ସରକାର ଆରମ୍ଭ କରିଛନ୍ତି ପ୍ରସ୍ତୁତି । ଏନେଇ National Monetisation Pipeline (NMP) ନୂତନ ମୁଦ୍ରା ସଂଗ୍ରହ ନୀତି, ପ୍ରୋଗ୍ରାମ ଲଞ୍ଚ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
କିଛି ବି ବିକ୍ରି ହେବନି, ସରକାରଙ୍କ ହାତରେ ମାଲିକାନା ରହିବ । ଭଲ ରକ୍ଷଣାବେକ୍ଷଣ ଲାଗି ଘରୋଇ ସଂସ୍ଥାକୁ ଦିଆଯିବ ବୋଲି କହିଛନ୍ତି ସୀତାରମଣ ।
ସମ୍ପତ୍ତିର ମାଲିକାନା ସରକାରଙ୍କ ପାଖରେ ରହିବ । କେବଳ ରୋଜଗାର ପାଇଁ ଏସବୁକୁ ଘରୋଇ କ୍ଷେତ୍ରକୁ ନିର୍ଦ୍ଧିଷ୍ଟ ସମୟ ପାଇଁ ଲିଜ୍ରେ ଦିଆଯିବ । ଏହାକୁ କିଛି ବର୍ଷ ପରେ ପ୍ରତ୍ୟାହାର କରିନିଆଯିବ । NMP ସରକାରଙ୍କ ଆଗାମୀ ୪ ବର୍ଷରେ ସମ୍ପତ୍ତିରୁ ରୋଜଗାରର ଏକ ଯୋଜନା । ଘରୋଇ କ୍ଷେତ୍ରରେ ଅନେକ ଭିତ୍ତିଭୂମି ବିକାଶ କରାଯିବ ଆଉ ଏଥିରୁ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଅର୍ଥ ମିଳିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।
ନିବେଶକଙ୍କୁ ନ୍ୟାସନାଲ ମନିଟାଇଜେସନ ପାଇପଲାଇନ ସହାୟତାରେ କୌଣସି ପ୍ରକଳ୍ପ ବିଷୟରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିପାରିବ । NMP ବାସ୍ତବରେ ସରକାରଙ୍କ ଆସେଟ୍ ମନିଟାଇଜେସନ ଇନିସିଏଟିଭ ହିସାବରେ ଏକ ମଧ୍ୟମ ଅବଧିର ରୋଡମ୍ୟାପ କୁହାଯାଇପାରେ ।
ଚଳିତ ଆର୍ଥିକ ବର୍ଷ ୨୦୨୧-୨୨ ବଜେଟରେ ଆସେଟ ମନିଟାଇଜେସନ ଉପରେ ଜୋର ଦିଆଯିବାର ଘୋଷଣା କରିଥିଲେ । ମହାମାରୀ କୋରୋନା କାରଣରୁ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ସରକାର । ଏଥିପାଇଁ ଭିତ୍ତିଭୂମି ବିକାଶ ପ୍ରକଳ୍ପ କ୍ଷେତ୍ରରେ ଅର୍ଥ ଖର୍ଚ୍ଚ କରିବାକୁ ପାଣ୍ଠି ଯୋଗାଡ କରିବାକୁ ନୂଆ ନୂଆ ରାସ୍ତା ଖୋଜିବାରେ ଲାଗିଛନ୍ତି ।