ETV Bharat / business

ନୂଆ ସୁଧାର ଦ୍ବାରା କୃଷି କ୍ଷେତ୍ରକୁ ଆସିବ ବିଦେଶୀ ନିବେଶ: ବିଶେଷଜ୍ଞ

author img

By

Published : Jun 15, 2020, 3:31 PM IST

ସୁଦୃଢ ହେବ ଦେଶ ମେରୁଦଣ୍ଡ । ବଢିବ ଚାଷୀଙ୍କ ଆୟ । କେନ୍ଦ୍ର ସରକାରଙ୍କ ସଂସ୍କାର ଦ୍ବାରା କୃଷି କ୍ଷେତ୍ରରେ ବୃଦ୍ଧି ପାଇଁ ଘରୋଇ ନିବେଶ । ଏଥିସହ ଏଫଡିଆଇକୁ ପ୍ରୋତ୍ସାହନ ମିଳିବ । ଅଧିକ ପଢନ୍ତୁ..

foreign investment in agriculture sector
ନୂଆ ସୁଧାର ଦ୍ବାରା କୃଷି କ୍ଷେତ୍ରକୁ ଆସିବ ବିଦେଶୀ ନିବେଶ

କୋଲକତା: କେନ୍ଦ୍ର ସରକାର କୃଷି କ୍ଷେତ୍ରରେ ଆରମ୍ଭ କରିଥିବା ନୂଆ ସଂସ୍କାର ଘରୋଇ ନିବେଶକମାନଙ୍କୁ ଏହି କ୍ଷେତ୍ରରେ ନିବେଶ ପାଇଁ ପ୍ରୋତ୍ସାହିତ କରିବ । ଏଥିସହ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ(ଏଫଡିଆ)କୁ ଆକର୍ଷିତ କରିବାରେ ସହଯୋଗ ହେବ । ରବିବାର କୋଲକତାରେ ଆୟୋଜିତ ଏକ ୱେବିନାରରେ ସାମିଲ ହୋଇଥିବା ବିଶେଷଜ୍ଞ ଏ ନେଇ ମତ ପ୍ରକାଶ କରିଛନ୍ତି ।

ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି)-ଖଡଗପୁରର ମାନବିକତା ଏବଂ ସାମାଜିକ ବିଜ୍ଞାନ ବିଭାଗର ଡ. ଏନ. ସି ନାୟକ ଏହି ଅବସରରରେ କହିଛନ୍ତି କି, ନିକଟରେ ସରକାର ନେଇଥିବା ନିଷ୍ପତ୍ତି ଦ୍ବାରା କୃଷି ଅର୍ଥବ୍ୟବସ୍ଥାରେ ବଡ ପରିବର୍ତ୍ତନ ଆସିବ । ଯାହା ଦ୍ବାରା ଘରୋଇ କ୍ଷେତ୍ର ଉତ୍ସାହିତ ହେବ ଓ ଏଫସିଆଇ ଆସିବ ।

ସେ ଆଶା ପ୍ରକାଶ କରିଛନ୍ତି ଦ୍ବାରା କୋଲ୍ଡ ଷ୍ଟୋରେଜରେ ନିବେଶ ବଢିବ । ଯାହା ଫଳରେ ଖାଦ୍ୟ ଯୋଗାଣ ଶୃଙ୍ଖଳାର ଆଧୁନିକରଣ ହେବ ।

ୱେବିନାରରେ ଅନେକ ବିଶେଷଜ୍ଞ, ଶିକ୍ଷାବିତ ଓ ଗଣାମାଧ୍ୟମ ପ୍ରତିନିଧି ଭାଗ ନେଇଥିଲେ । ଆଇଆଇଟି ଖଡଗପୁରର ଅନ୍ୟ ଜଣେ ବିଶେଷଜ୍ଞ କହିଛନ୍ତି କି, ମୂଲ୍ୟ ଶୃଙ୍ଖଳାରେ ଅଂଶୀଦାରମାନଙ୍କ ସହ ବଜାର କୃଷି କ୍ଷେତ୍ର ସହ ଜଡିତ ହେବ । ସେ କହିଛନ୍ତି ଯେ ଏହି ନିଷ୍ପତ୍ତି ଆତ୍ମନିର୍ଭରଶୀଳ ଭାରତ ଅଭିଯାନର ରାସ୍ତାରେ ଅଗ୍ରସହ ହେବ । ଏହା ଦ୍ବାରା ଘରୋଇ ଓ ସାର୍ବଜନୀନ ଭାଗିଦାରୀ ବଢିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.