ନୂଆଦିଲ୍ଲୀ: ଆଜିର ସମୟରେ ଆବଶ୍ଯକତା ରହିଛି କି ଦେଶରେ ଲଜିଷ୍ଟିକ୍ସ ସେବା (ବ୍ୟବସାୟ ସୁବିଧା ଏବଂ ମାଲ୍ ପରିବହନ) ଖର୍ଚ୍ଚକୁ ହ୍ରାସ କରାଯିବ । ରେଳ ଏବଂ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋଏଲ ଏନେଇ କହିଛନ୍ତି ।
ସେ କହିଛନ୍ତି କି, ଯଦି ଲଜିଷ୍ଟକ ବ୍ୟୟ ଅଧିକ ରହୁଛି, କେବେ ଭାରତ ପ୍ରତିଯୋଗୀତା କରିପାରିବ ନାହିଁ । ବୁଧବାର ମାରିଟାଇମ ଇଣ୍ଡିଆ ସମ୍ମିଳନୀ 2021ରେ ସାମିଲ ହୋଇ ସେ ଆହୁରି ମଧ୍ୟ ଜଣାଇଛନ୍ତି କି ସାଗରମାଳା ପ୍ରକଳ୍ପରେ ନିବେଶ ଦ୍ବାରା ସାମୁଦ୍ରିକ ପରିବହନ ଭିତ୍ତିଭୂମିରେ ଉନ୍ନତି ହେବ , ପରିବହନ କରିଡରଗୁଡିକ ସମ୍ପ୍ରସାରିତ ହେବ ତଥା ଏହାଦ୍ବାରା ପରିବହନ ଖର୍ଚ୍ଚ ଅଧିକ ଦକ୍ଷ ହୋଇପାରିବ ।
ଏସବୁ ଫଳରେ ଲଜଷ୍ଟିକ୍ସର ବର୍ତ୍ତମାନ ମୂଲ୍ୟ ହ୍ରାସ ହେବାକୁ ସାହାଯ୍ୟ ହେବ । ଯାହାକି ଏବେ 13 ରୁ 14 ପ୍ରତିଶତ ରହିଛି । ଏହା ଆଗକୁ କମିବ । ଏହି ନିବେଶ ଖର୍ଚ୍ଚକୁ 8 ପ୍ରତିଶତ ଗ୍ରହଣୀୟ ମାନଦଣ୍ଡରେ ଆଣିବାରେ ସାହାଯ୍ୟ କରିବ । ସାଗରାମାଲା ପ୍ରକଳ୍ପର ଲକ୍ଷ୍ୟ ହେଉଛି ଦେଶର ଉପକୂଳବର୍ତ୍ତୀ ଅଞ୍ଚଳର ଭିତ୍ତିଭୂମିରେ ଉନ୍ନତି ଆଣିବା ।