ETV Bharat / business

ଭାରତର 2020 ଜିଡିପିରେ 3.1 ପ୍ରତିଶତ ହ୍ରାସ ଆଶଙ୍କା - ମୁଡିସର ଜିଡିପି ରିପୋର୍ଟ

ମୁଡିସ ଏପ୍ରିଲରେ ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି)ରେ 2020ରେ 0.2 ପ୍ରତିଶତ ବୃଦ୍ଧି ନେଇ ଆକଳନ କରିଥିଲା । ହେଲେ ଏବେ କୋରୋନା ପ୍ରଭାବକୁ ଦୃଷ୍ଟିରେ ରଖି ମୁଡିସ ଜିଡିପି ଅନୁମାନକୁ ସଂଶୋଧିତ କରିଛି । ଅଧିକ ପଢନ୍ତୁ..

ଭାରତର 2020 ଜିଡିପିରେ 3.1 ପ୍ରତିଶତ ହ୍ରାସ ଆଶଙ୍କା

author img

By

Published : Jun 23, 2020, 2:41 PM IST

ନୂଆଦିଲ୍ଲୀ: ଭାରତୀୟ ଅର୍ଥବ୍ୟବସ୍ଥା ଆକାର 2020ରେ 3.1 ପ୍ରତିଶତ ହ୍ରାସ ପାଇପାରେ । କ୍ରେଡିଟ ରେଟିଂ ଏଜେନ୍ସି ମୁଡିସ ଇନଭେଷ୍ଟର୍ସ ସର୍ଭିସ ଏ ନେଇ ଅନୁମାନ କରିଛି ।

ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଯୋଗୁଁ ଏସିଆର ଭୌଗଳିତ ସ୍ଥିତିରେ ପରିବର୍ତ୍ତନ ଆସିବା ନେଇ ସମ୍ଭାବନା ରହିଛି ବୋଲି ଏଜେନ୍ସି ଆଶଙ୍କା ପ୍ରକାଶ କରିଛି । ଏହା ପୂର୍ବରୁ ମୁଡିସ ଏପ୍ରିଲରେ ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି)ରେ 2020ରେ 0.2 ପ୍ରତିଶତ ବୃଦ୍ଧି ନେଇ ଆକଳନ କରିଥିଲା ।

ହେଲେ କୋରୋନା ଭାଇରସ ସଂକ୍ରମଣ ଓ ଲକଡାଉନ ପ୍ରଭାବକୁ ନଜରରେ ରଖି ମୁଡିସ ନିଜ ଅନୁମାନରେ ସଂଶୋଧନ କରିଛି । ମୁଡିସ ମୁତାବକ 2021ରେ ଭାରତୀୟ ଅର୍ଥବ୍ୟବସ୍ଥାରେ ଅଭିବୃଦ୍ଧି ଫେରିବ । ଏଥିସହ 6.9 ପ୍ରତିଶତ ହାରରେ ବୃଦ୍ଧି ରେକର୍ଡ ହୋଇପାରେ ।

ମୁଡିସ ଗ୍ଲୋବାଲ ମାକ୍ରୋ ଆଉଟଲୁକ(2020-21)ର ଜୁନ ଅପଡେଟରେ କହିଛି କି, ଭାରତର 2020 ବୃଦ୍ଧି ପୂର୍ବାନୁମାନକୁ ସଂଶୋଧିତ କରାଯାଇଛି । କାରଣ ରିପୋର୍ଟରୁ ଜାନୁଆରୀ-ମାର୍ଚ୍ଚ ଓ ଏପ୍ରିଲ-ଜୁନ ତ୍ରୟମାସରେ କୋରୋନା ମହାମାରୀରୁ ଉତ୍ପନ୍ନ ବ୍ୟବଧାର ପ୍ରଭାବ ଜଣାପଡୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.