ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ବୈଠକରେ ଚାଷୀଙ୍କ ପାଇଁ ବଡ ଘୋଷଣା । କୃଷି ପାଇଁ ଲକ୍ଷେ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ସରକାର । ମଣ୍ଡି ଜରିଆରେ ଚାଷୀଙ୍କୁ ମିଳିବ ଲକ୍ଷେ କୋଟି ଟଙ୍କା ।
ମୋଦି ମନ୍ତ୍ରୀମଣ୍ଡଳର ବିସ୍ତାର ପରେ ବସିଥିଲା ପ୍ରଥମ କ୍ୟାବିନେଟ ବୈଠକ । ଏହି ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ସରକାର ମଣ୍ଡିଗୁଡିକର ସଶକ୍ତିକରଣ ଚାହୁଁଛନ୍ତି । ଏଥିପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସରକାର । ଏହା ଅନ୍ତର୍ଗତ ଚାଷୀଙ୍କ ପାଖରେ ପହଞ୍ଚିବ ଲକ୍ଷେ କୋଟି ଟଙ୍କାର ପ୍ୟାକେଜ ।
ଅନ୍ୟପକ୍ଷେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି, ଏପିଏମସି ମଣ୍ଡିଗୁଡିକୁ ଆହୁରି ମଜବୁତ କରାଯାଉଛି । ମଣ୍ଡି କେବେହେଲେ ଉଚ୍ଛେଦ ହେବ ନାହିଁ ବୋଲି କହିଛନ୍ତି ତୋମାର ।
ଆମ ଦେଶରେ ଏକ ବଡ କ୍ଷେତ୍ରରେ ନଡିଆ ଚାଷ ହୁଏ । ନଡିଆ ଉତ୍ପାଦନ ବୃଦ୍ଧି ପାଇଁ 1981ରେ ଗଠନ ହୋଇଥିବା ନଡିଆ ବୋର୍ଡ । ଏହି ବୋର୍ଡରେ ସରକାର ସଂଶୋଧନ କରିବାକୁଯାଉଥିବା ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ । ବୋର୍ଡର ଅଧ୍ୟକ୍ଷ ଚାଷୀ ପୃଷ୍ଠଭୂମିରୁ ହେବେ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।