ETV Bharat / business

ବଢିଲା ବୀମା କ୍ଷେତ୍ରରେ ବିଦେଶୀ ପୁଞ୍ଜି ନିବେଶ ସୁଯୋଗ - foreign shareholding in insurance sector

ବୀମା ସେକ୍ଟରରେ ମିଳିବ ଅଧିକ ବିଦେଶୀ ପୁଞ୍ଜି ନିବେଶ ସୁଯୋଗ । ଏବେ 49 ନୁହେଁ 74 ପ୍ରତିଶତ ହେବ ବୀମା କ୍ଷେତ୍ରରେ ବିଦେଶୀ ନିବେଶ । ଅଧିକ ପଢନ୍ତୁ..

ବଢିଲା ବୀମା କ୍ଷେତ୍ରରେ ବିଦେଶୀ ପୁଞ୍ଜି ନିବେଶ ସୁଯୋଗ

author img

By

Published : Mar 11, 2021, 6:35 PM IST

ନୂଆଦିଲ୍ଲୀ: ବଢିଲା ବୀମା କ୍ଷେତ୍ରରେ ଏଫ୍‍ଡିଆଇ ଅନୁପାତ । ବୀମା କ୍ଷେତ୍ରରେ ସର୍ବୋଚ୍ଚ ବିଦେଶୀ ପୁଞ୍ଜି ନିବେଶ 49 ପ୍ରତିଶତରୁ 74 ପ୍ରତିଶତକୁ ବୃଦ୍ଧି ପାଇବ । ଏ ନେଇ ବୁଧବାର କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ବୁଧବାର ମଞ୍ଜୁରୀ ଦେଇଛି ।

ବୀମା ଆଇନରେ ହୋଇଥିବା ସଂଶୋଧନକୁ ଗ୍ରୀନ ସିଗନାଲ ଦେଇ ସରକାର ବୀମା କ୍ଷେତ୍ରରେ ବିଦେଶୀ ନିବେଶ ପରିଧିକୁ ବଢାଇବାକୁ ଆହ୍ବାନ ଦେଇଛନ୍ତି । ତଥ୍ୟ ଅନୁସାରେ ମନ୍ତ୍ରୀମଣ୍ଡଳ ବୈଠକରେ 1938ର ବୀମା ଆଇନରେ ସଂଶୋଧନକୁ ଅନୁମୋଦନ ଦିଆଯାଇଛି ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣ 2021-22 ବଜେଟରେ ଘୋଷଣା କରିଥିଲେ କି, ବୀମା କମ୍ପାନୀରେ ଏଫଡିଆଇ ସୀମା 49 ପ୍ରତିଶତରୁ ବଢାଇ 74 ପ୍ରତିଶତ କରାଯିବ । ଆଉ ଜରୁରୀ ସୁରକ୍ଷା ଉପାୟ ସହ ବିଦେଶୀ ୟୁନିଟକୁ ମାଲିକାନ ହକ ଓ ନିୟନ୍ତ୍ରଣର ଅନୁମତି ଦେବା ପାଇଁ ବୀମା ଆଇନ 1938ରେ ସଂଶୋଧନର ପ୍ରସ୍ତାବ ଦେଇଥିଲେ । ତେବେ ବିଦେଶୀ ପୁଞ୍ଜି ନିବେଶ କ୍ଷେତ୍ରରେ ସଂପୃକ୍ତ ବୋର୍ଡର ଅଧିକାଂଶ ନିର୍ଦ୍ଦେଶକ ଏବଂ ପ୍ରମୁଖ ପରିଚାଳନାକାରୀ ଭାରତୀୟ ରହିବେ । ଏହାବାଦ ଏଥିରେ ଅତିକମରେ 50 ପ୍ରତିଶତ ସ୍ବାଧୀନ ନିର୍ଦେଶକ ରହିବା ବ୍ୟବସ୍ଥା ରହିବ ।

ଏହା ପୂର୍ବରୁ 2015 ରେ ବୀମା କ୍ଷେତ୍ରରେ ଏଫଡିଆଇ ସୀମା 26 ପ୍ରତିଶତରୁ ବଢାଇ 49 ପ୍ରତିଶତ କରାଯାଇଥିଲା । ଏଫଡିଆଇ ସୀମା ବୃଦ୍ଧି ଦେଶରେ ଜୀବନ ବୀମାର ଅନୁପ୍ରବେଶ ବୃଦ୍ଧି କରିବ । ଜୀବନ ବୀମା ପ୍ରିମିୟମ ଜିଡିପିର 3.6 ପ୍ରତିଶତ । ଯାହା ବୈଶ୍ବିକ ହାରାହାରି 7.13 ପ୍ରତିଶତ ଠାରୁ କମ୍ ଅଟେ । ସାଧାରଣ ବୀମା କ୍ଷେତ୍ରରେ ଏହା ଜିଡିପିର 0.94 ପ୍ରତିଶତ ଅଟେ । ଯେତେବଳେ କି ବିଶ୍ବ ଜିଡିପିରେ ଏହାର ହାରାହାରୀ ଭାଗ 2.88 ପ୍ରତିଶତ ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.