ETV Bharat / business

ନୂଆ ଆୟକର ରିଟର୍ଣ୍ଣ ଫର୍ମ ଜାରି, ଦେବାକୁ ପଡିବ ମୋଟା ବ୍ୟୟର ତଥ୍ୟ

ସିବିଡିଟି ଆକଳନ ବର୍ଷ 2020-21 ପାଇଁ ଆଇଟିଆର-1,2,3,4,5,6 ଓ 7 ସହିତ ଆଇଟିଆର୍-ଭି ଫର୍ମ ଜାରି କରିଛି । ଅଧିକ ପଢନ୍ତୁ...

ITR
ନୂଆ ଆୟକର ରିଟର୍ଣ୍ଣ ଫର୍ମ ଜାରି
author img

By

Published : Jun 1, 2020, 4:51 PM IST

ନୂଆଦିଲ୍ଲୀ: 2019-20 ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ବୋର୍ଡ(ସିବିଡିଟି) ପକ୍ଷରୁ ନୂଆ ଆୟକର ରିଟର୍ଣ୍ଣ ଫର୍ମ ଜାରି କରାଯାଇଛି । ଯେଉଁମାନଙ୍କ କରେଣ୍ଟ ଆକାଉଣ୍ଟରେ ଜମା ରାଶି 1 କୋଟି ଟଙ୍କାରୁ ଉର୍ଦ୍ଧ୍ବ ଥିବା ବା ଯାହାର ବାର୍ଷିକ ବିଦ୍ୟୁତ ବିଲ 1 ଲକ୍ଷ ଟଙ୍କା ପାର କରୁଥିବ ସେମାନଙ୍କ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବା ବାଧ୍ୟତାମୂଳକ ।

ସିବିଡିଟି ଆକଳନ ବର୍ଷ 2020-21 ପାଇଁ ଆଇଟିଆର-1,2,3,4,5,6 ଓ 7 ସହିତ ଆଇଟିଆର୍-ଭି ଫର୍ମ ଜାରି କରିଛି ।

କୋଭିଡ-19 ସଙ୍କଟ ମଧ୍ୟରେ ସରକାର ଆୟକର ରିଟର୍ଣ୍ଣ ଦାଖଲ ନେଇ ଦେଇଥିବା ବିଭିନ୍ନ ରିହାତିର ଲାଭ କରଦାତାଙ୍କ ପାଖରେ ପହଞ୍ଚାଇବା ପାଇଁ ଆୟକର ବିଭାଗ ଆୟରକର ରିଟର୍ଣ୍ଣ ଫର୍ମରେ ସଂଶୋଧତ କରିଛି ।

ନୂଆ ଆଇଟିଆର ଫର୍ମରେ ଟିକସଦାତାମାନେ ଉଚ୍ଚ ଖର୍ଚ୍ଚ ସମ୍ପକ୍ତରେ ବିବରଣୀ ଦେବାକୁ ହେବ । ଯେପରି ବିଦେଶ ଯାତ୍ରାରେ 2 ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ, ବିଦ୍ୟୁତ ବିଲ ବାବରେ 1 ଲକ୍ଷରୁ ଅଧିକ ପେମେଣ୍ଟ ଆଦି କ୍ଷେତ୍ରରେ ସମସ୍ତ ସୂଚନା ଦେବାକୁ ହେବ ।

କୋଭିଡ-19 ଯୋଗୁଁ ବିଭିନ୍ନ ପ୍ରକାର ଟିକସ ଦାଖଲର ସମୟସୀମାରେ ବୃଦ୍ଧି କରାଯାଇଛି । ନୂଆ ଫର୍ମ ଅନୁସାରେ କରଦାତା ନିଜର ମୋଟା ସଞ୍ଚୟ , ଅଧିକ ନିବେଶ ଓ ଦାନ ସମ୍ବନ୍ଧରେ ମଧ୍ୟ ସୂଚନା ଦେବାକୁ ହେବ ।

ସାଧାରଣତଃ ଏପ୍ରିଲ ପ୍ରଥମ ସପ୍ତାହରେ ନୂଆ ଆଇଟିଆର ଫର୍ମ ଜାରି କରାଯାଇଥାଏ। ହେଲେ ଏ ବର୍ଷ କୋଭିଡ-19 ମହାମାରୀ ଯୋଗୁଁ ପୁଣି ଥରେ ସବୁ ପ୍ରକାର ଫର୍ମକୁ ସଂଶୋଧିତ କର୍ ଜାରି କରାଯାଇଛି। 2020ରେ ଆୟକର ବିଭାଗ ଦୁଇ ଥର ଆଇଟିଆର ଫର୍ମ ଜାରି କରିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.