ନୂଆଦିଲ୍ଲୀ: ମୁଦ୍ରାସ୍ପୀତି 4 ପ୍ରତିଶତ ତଳେ ରହିଛି । ଏଥିରୁ ଅନୁମେୟ ଦରବୃଦ୍ଧି ନିୟନ୍ତ୍ରଣରେ ରହିଛି । ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି ।
ପ୍ରତିଶ୍ରୁତି ମୁତାବକ କିଛି ଜରୁରୀ ଘୋଷଣା କରିବା ପାଇଁ ଆସିଛୁ । ଅର୍ଥନୀତିକୁ ସୁଦୃଢ କରିବା ପାଇଁ ବହୁ ପଦକ୍ଷେପ ଉଠାଯାଇଛି । ଏଭଳି କହି ପ୍ରେସମିଟ ଆରମ୍ଭ କରିବା ପରେ ସୀତାରମଣ ରପ୍ତାନୀ ବୃଦ୍ଧି ଓ ରିୟଲ ଇଷ୍ଟେଟ କ୍ଷେତ୍ରରେ ପ୍ରୋତ୍ସାହନ ନେଇ ବହୁ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି ।
ପୂର୍ବ ଘୋଷଣା ଅନୁଯାୟୀ ବ୍ୟାଙ୍କର ଋଣ କ୍ଷମତା ବୃଦ୍ଧି ପାଇଛି । ଏଥିସହ ଆଗାମୀ ଦିନରେ ଟିକସଦାତା ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନ ହେବେ ସେଥିପାଇଁ ଦଶହରାରୁ ଇ-ଆସେସମେଣ୍ଟ ସ୍ମିମ ଲାଗୁ ହେବ । ଏହା ଦ୍ବାରା କୌଣସି ବିଭାଗୀୟ ଅଧିକାରୀ କିମ୍ବା ଅନ୍ୟ କିଏ ଏଥିରେ ହସ୍ତକ୍ଷେପ କରିବେ ନାହିଁ । ଏହା ସମ୍ପୂର୍ଣ୍ଣ ସ୍ବୟଂ-ଚାଳିତ ହେବ ।