ETV Bharat / business

ମହଙ୍ଗା ଚଡକ: ଆରବିଆଇର ଅନୁମାନ, ଡିସେମ୍ବରରେ ବଢିବ ଦରଦାମ

author img

By

Published : Dec 4, 2020, 3:58 PM IST

ମୁଦ୍ରାସ୍ଫୀତି ବୃଦ୍ଧି ହେବା ସମ୍ଭାବନା ଅଛି । ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (CPI) 6.8% ରେ ରହିବା ଆଶା ରହିଛି ।

ଡିସେମ୍ବରରେ ବଢିବ ଦରଦାମ
ଡିସେମ୍ବରରେ ବଢିବ ଦରଦାମ

ମୁମ୍ବାଇ: ଖୁଚୁରା ମୁଦ୍ରାସ୍ଫୀତି ଆସନ୍ତା ମାସରେ ଏହାର ସନ୍ତୋଷଜନକ ସ୍ତରଠାରୁ ଅଧିକ ରହିବ । ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ ଏହା କହିଛି । କେନ୍ଦ୍ରୀୟ ବ୍ୟାଙ୍କ ଅନୁଯାୟୀ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ଖୁଚୁରା ମୁଦ୍ରାସ୍ଫୀତି 6.8 ପ୍ରତିଶତ ରହିବା ଆଶା କରାଯାଉଛି।

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ମୁଦ୍ରାନୀତି କମିଟି (ଏମପିସି) ମତ ରଖିଛି ଯେ, ଶୀଘ୍ର ନଷ୍ଟ ହେଉଥିବା ଥିବା କୃଷିଜାତ ଦ୍ରବ୍ୟର ମୂଲ୍ୟ ଶୀତ ମାସରେ ସାମାନ୍ୟ କମ ହେବା ବ୍ୟତୀତ ମୁଦ୍ରାସ୍ଫୀତି ଅଧିକ ରହିବ ।

ତୃତୀୟ ତ୍ରୟମାସରେ ମୁଦ୍ରାସ୍ପୀତି ହାର ଉପରମୁହାଁ ହେବା ସମ୍ଭାବନା ରହିଥିଲେ ମଧ୍ୟ ଚତୁର୍ଥ ତ୍ରୟମାସରେ ଏହା ଖସି 5.8 ପ୍ରତିଶତରେ ପହଞ୍ଚିବ ବୋଲି ଆରବିଆଇ ଅନୁମାନ କରିଛି । ଅକ୍ଟୋବର ମାସରେ 7.6 ପ୍ରତିଶତ ଥିଲା ଖୁଚୁରା ମୁଦ୍ରାସ୍ପୀତି ।

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଦ୍ବିମାସିକ ମୁଦ୍ରାନୀତି କମିଟି ବୈଠକର ନିଷ୍ପତ୍ତି ଘୋଷଣା କରି କହିଛନ୍ତି ଯେ, ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ମୁଦ୍ରାସ୍ପୀତି ଦ୍ରୁତ ଗତିରେ ବୃଦ୍ଧି ପାଇ ସେପ୍ଟେମ୍ବର ମାସରେ 7.3 ପ୍ରତିଶତ ଓ ଅକ୍ଟୋବର ମାସରେ 7.6 ପ୍ରତିଶତରେ ପହଞ୍ଚିଛି ।

ଦାମ ବଢିବା ଚାପ ଯୋଗୁଁ ଗତ 2 ମାସରେ ମୁଦ୍ରାସ୍ପୀତି ପରିଦୃଶ୍ୟ ଆଶା ଅପେକ୍ଷା ପ୍ରତିକୂଳ ରହିଥିବା ଦାସ କହିଛନ୍ତି । ସେ ଆହୁରୀ ମଧ୍ୟ ଜଣାଇଛନ୍ତି ଯେ, ‘‘ଖରିଫ ଫସଲର ବହୁ ଉତ୍ପାଦନ ହେତୁ ଶସ୍ୟର ମୂଲ୍ୟ ଦୁର୍ବଳ ହୋଇପାରେ ଏବଂ ଶୀତଦିନେ ପନିପରିବାର ମୂଲ୍ୟ ମଧ୍ୟ କମ ହୋଇପାରେ, କିନ୍ତୁ ଅନ୍ୟ ଖାଦ୍ୟ ସାମଗ୍ରୀର ମୂଲ୍ୟ ଅଧିକ ରହିବ ବୋଲି ଆଶା କରାଯାଉଛି । ଯାହା ଫଳରେ ଖୁଚୁରା ମୁଦ୍ରାସ୍ଫୀତି ଉପରେ ଚାପ ରହିପାରେ ।

ଏସବୁ କାରକକୁ ଧ୍ୟାନରେ ରଖି ଖୁଚୁରା ମୁଦ୍ରାସ୍ପୀତି ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ 6.8 ପ୍ରତିଶତ ଓ ଚତୁର୍ଥ ତ୍ରୟମାସରେ 5.8 ପ୍ରତିଶତ ଏବଂ 2021-22 ର ପ୍ରଥମ ଛଅମାସରେ 5.2 ରୁ 4.6 ପ୍ରତିଶତ ଅଧିନରେ ରହିବା ଅନୁମାନ ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.