ETV Bharat / business

ଅଗଷ୍ଟରେ ଶିଳ୍ପ ଉତ୍ପାଦନ 8 ପ୍ରତିଶତ ଖସିଲା - ଅଗଷ୍ଟରେ ଶିଳ୍ପ ଉତ୍ପାଦନ

କୋରୋନା କଟକଣା ଓ ଏହାର ପ୍ରଭାବରେ ଖନନ, ବିନିର୍ମାଣ ଏବଂ ବିଦ୍ୟୁତ କ୍ଷେତ୍ରରେ ଉତ୍ପାଦନ କମିଥିବାରୁ ଶିଳ୍ପ ଉତ୍ପାଦନ କମିଛି । ସୋମବାର ଜାରି ରିପୋର୍ଟରେ ଏ ନେଇ ପ୍ରକାଶ ହୋଇଛି । ଅଧିକ ପଢନ୍ତୁ..

ଅଗଷ୍ଟରେ ଶିଳ୍ପ ଉତ୍ପାଦନ 8 ପ୍ରତିଶତ ଖସିଲା
ଅଗଷ୍ଟରେ ଶିଳ୍ପ ଉତ୍ପାଦନ 8 ପ୍ରତିଶତ ଖସିଲା
author img

By

Published : Oct 12, 2020, 10:31 PM IST

ନୂଆଦିଲ୍ଲୀ: ଚଳିତ ବର୍ଷ ଅଗଷ୍ଟ ମାସରେ ଶିଳ୍ପ ଉତ୍ପାଦନ (Industrial production ) 8 ପ୍ରତିଶତ ହ୍ରାସ ହୋଇଛି । କୋରୋନା କଟକଣା ଓ ଏହାର ପ୍ରଭାବରେ ଖନନ, ବିନିର୍ମାଣ ଏବଂ ବିଦ୍ୟୁତ କ୍ଷେତ୍ରରେ ଉତ୍ପାଦନ କମିଥିବାରୁ ଶିଳ୍ପ ଉତ୍ପାଦନ କମିଛି । ସୋମବାର ଜାରି ରିପୋର୍ଟରେ ଏ ନେଇ ପ୍ରକାଶ ହୋଇଛି ।

ଔଦ୍ୟୋଗିକ ଉତ୍ପାଦନ ସୂଚକାଙ୍କ (ଆଇଆଇପି ) ତଥ୍ୟ ଅନୁସାରେ ସମୀକ୍ଷା ମାସରେ ବିନିର୍ମାଣ ସେକ୍ଟର ଉତ୍ପାଦନ 8.6 ପ୍ରତିଶତ ଓ ଖନନ କ୍ଷେତ୍ରର 9.8 ପ୍ରତିଶତ ଏବଂ ବିଦ୍ୟୁତ କ୍ଷେତ୍ରର ଉତ୍ପାଦନରେ 1.8 ପ୍ରତିଶତ ହ୍ରାସ ହୋଇଛି ।

ଏହା ପୂର୍ବରୁ 2019 ଅଗଷ୍ଟରେ ଆଇଆଇପିରେ 1.4 ପ୍ରତିଶତ ହ୍ରାସ ଦେଖାଦେଇଥିଲା ।

ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି କି, ‘‘ କୋଭିଡ-19 ମହାମାରୀ ପ୍ରସାର ପରେ ଆଇଆଇପି ତଥ୍ୟକୁ ମହାମାରୀ ପୂର୍ବ ମାସ ରିପୋର୍ଟ ସହ ତୁଳନା କରିବା ଉଚିତ ହେବ ନାହିଁ ।

ଏଥିରେ କୁହାଯାଇଛି କି ‘‘ ପ୍ରତିବନ୍ଧକ ଧୀରେ ଧୀରେ କୋହଳ ହେଉଛି । ଯାହା ଫଳରେ ଆର୍ଥିକ ଗତିବିଧିରେ ସେଭଳି ଅନୁରୂପ ସୁଧାର ଦେଖିବାକୁ ମିଳୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.