ETV Bharat / business

ଲକଡାଉନ ପ୍ରଭାବ; ‘5 ଟ୍ରିଲିୟନ ଡଲାର ସ୍ୱପ୍ନ ପୂରଣ କଷ୍ଟକର’ - gdp news

ଦେଶରେ ଲାଗୁଥିବା ପ୍ରତିବନ୍ଧକ ଯୋଗୁଁ ଅର୍ଥନୀତି ବ୍ୟାପକ ପରିମାଣରେ କ୍ଷତିଗ୍ରସ୍ତ । ଏଥିଯୋଗୁଁ ଆସନ୍ତା 2 ତ୍ରୈୟମାସରେ ଅଭିବୃଦ୍ଧି ଦର କମିବ ବୋଲି ପୂର୍ବତନ ମୁଖ୍ୟ ପରିସଂଖ୍ୟନବିତ କହିଛନ୍ତି ।

India's growth in next 2 quarters won't be over 3 pc: Pronab Sen
ଲକଡାଉନ ପ୍ରଭାବ, ‘5 ଟ୍ରିଲିୟନ ଡଲାର ସ୍ୱପ୍ନ ପୂରଣ କଷ୍ଟକର’
author img

By

Published : Mar 27, 2020, 12:35 PM IST

ନୂଆଦିଲ୍ଲୀ: ମାରାତ୍ମକ କୋରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶକୁ ଲକଡାଉନ କରିଦିଆଯାଇଛି । ଏଥିଯୋଗୁଁ ସବୁ କ୍ଷେତ୍ରକୁ ବ୍ୟାପକ କ୍ଷତିର ସାମ୍ନା କରିବାକୁ ପଡୁଛି । ଏହି କାରଣରୁ ଆସନ୍ତା 2 ତ୍ରୈୟମାସରେ ଅଭିବୃଦ୍ଧି ଦର 3 ପ୍ରତିଶରୁ ଅଧିକ ହେଇପାରିବ ନାହିଁ । ଗୁରୁବାର ଏ ନେଇ ପୂର୍ବତନ ମୁଖ୍ୟ ପରିସଂଖ୍ୟନବିତ ପ୍ରଣବ ସେନ କହିଛନ୍ତି ।

ସେନ କହିଛନ୍ତି ଯେ, ଦେଶରେ 21 ଦିନ ପର୍ଯ୍ୟନ୍ତ ଘରୁ ନ ବାହାରିବା ପାଇଁ ପ୍ରତିବନ୍ଧକ ଲଗାଯାଇଛି । ଫଳରେ ବେପାର ଠପ । ଏହା ଦ୍ବାରା ମୋଟ ଘରୋଇ ଉତ୍ପାଦ (ଜିଡିପି)ପାଖାପାଖି 5 ଲକ୍ଷ କୋଟି ଟଙ୍କା କମିପାରେ। ଫଳରେ ଆଗାମୀ ଆର୍ଥିକ ବର୍ଷର ପ୍ରଥମ ତ୍ରୈୟମାସରେ ଆର୍ଥିତ ବୃଦ୍ଧି ଦର ବହୁତ କମ ରହିବ । ଯେଉଁଥିପାଇଁ 2024-25 ସୁଦ୍ଧା 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ଲକ୍ଷ୍ୟ ପୂରଣ କରିବା କଷ୍ଟକର ହେବ ବୋଲି ସେନ ଆଶଙ୍କା କରିଛନ୍ତି ।

2019-20 ଅକ୍ଟୋବର-ଡିସେମ୍ବର ତ୍ରୈୟମାସରେ ଭାରତର ଆର୍ଥିକ ଅଭିବୃଦ୍ଧି 4.7 ପ୍ରତିଶତରେ ପହଞ୍ଚିଛି। ଯାହାକି 7 ବର୍ଷର ସର୍ବନିମ୍ନ ସ୍ତର । ଏହାପୂର୍ବରୁ, ଚଳିତ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ଅବଧିରେ ସଂଶୋଧିତ ଆର୍ଥିକ ଅଭିବୃଦ୍ଧି ହାର 5.1 ପ୍ରତିଶତ ଥିଲା । ଯାହାର ଅନୁମାନ ପୂର୍ବରୁ 4.5 ପ୍ରତିଶତ ରଖାଯାଇଥିଲା। ତେବେ ସରକାର 2024-25 ସୁଦ୍ଧା ଦେଶ ଅର୍ଥନୀତି ଆକାର 5 ଟ୍ରିଲିୟନ ଡଲାର ଅର୍ଥନୀତି କରିବାକୁ ଲକ୍ଷ୍ୟ ରଖିଛନ୍ତି।

ସରକାରଙ୍କ ଆର୍ଥିକ ପ୍ରୋତ୍ସାହନ ଦେବା ଦ୍ବାରା ଅର୍ଥବ୍ୟବସ୍ଥାର କାର୍ଯ୍ୟକଳାପରେ କିଛି ପାର୍ଥକ୍ୟ ଆସିବ ବୋଲି ପଚରାଯାଇଥିବା ବେଳେ ସେନ୍ କହିଛନ୍ତି ଯେ, ଏହା ଦ୍ବାରା ଆର୍ଥିକ ଅଭିବୃଦ୍ଧିରେ କୌଣସି ପ୍ରଭାବ ପଡିବ ନାହିଁ । କାରଣ ସମସ୍ୟା ଯୋଗାଣ ସହ ଜଡିତ । ସେ କହିଛନ୍ତି,‘‘ଉତ୍ପାଦନ ହେଉ ନାହିଁ । ରାଜକୋଷୀୟ ପ୍ରୋତ୍ସାହନର ଲାଭ ସେତେବେଳେ ମିଳେ ଯେବେ ଚାହିଦା ସହିତ ସମସ୍ୟାଟି ଜଡିତ ହୁଏ ।’

ସେନ ଏବେ ଆର୍ଥିକ ପରିସଂଖ୍ୟନ ମାମଲାର ସ୍ଥାୟୀ ସମିତି ଅଧ୍ୟକ୍ଷ ଅଛନ୍ତି । ସେ କହିଛନ୍ତି ଯେ, ଏଭଳି ସାର୍ବଜନୀକ ପ୍ରବିବନ୍ଧକ ସ୍ଥିତିରେ ଅର୍ଥମନ୍ତ୍ରାଣଳୟ ମଧ୍ୟ ଦୁର୍ଭାଗ୍ୟ ବଶଃତ ଏତେଟା କିଛି କରିପାରିବ ନାହିଁ । କାରଣ ଉତ୍ପାଦନ ନାହିଁ ।

(ପିଟିଆଇ)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.