ETV Bharat / business

ଚଳିତ ଆର୍ଥିକ ବର୍ଷରେ 10 ପ୍ରତିଶତ ଖସିବ ଭାରତର ଅଭିବୃଦ୍ଧି

2021-22 ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି 10 ପ୍ରତିଶତ ହ୍ରାସ ପାଇବ । ଗ୍ଲୋବାଲ ରେଟିଂ ଏଜେନ୍ସି ଫିଚ୍ ପକ୍ଷରୁ ଏନେଇ ପୂର୍ବାନୁମାନ କରାଯାଇଛି । ଅଧିକ ପଢନ୍ତୁ...

ଚଳିତ ଆର୍ଥିକ ବର୍ଷରେ 10 ପ୍ରତିଶତ ଖସିବ ଭାରତର ଅଭିବୃଦ୍ଧି
ଚଳିତ ଆର୍ଥିକ ବର୍ଷରେ 10 ପ୍ରତିଶତ ଖସିବ ଭାରତର ଅଭିବୃଦ୍ଧି
author img

By

Published : Jul 8, 2021, 6:35 PM IST

ନୂଆଦିଲ୍ଲୀ: ଖସିବ ଭାରତର ଅଭିବୃଦ୍ଧି । ଚଳିତ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି 10 ପ୍ରତିଶତ ହ୍ରାସ ପାଇବ ବୋଲି ରେଟିଂ ଏଜେନ୍ସି ଫିଚ୍ ଅନୁମାନ କରିଛି । କୋରୋନା ମହମାରୀ ଯୋଗୁଁ ଭାରତର ଅର୍ଥନୈତିକ କାର୍ଯ୍ୟକଳାପ ଗୁରୁତର ଭାବେ ପ୍ରଭାବିତ ହୋଇଥିବା କାରଣରୁ ଏଭଳି ପୂର୍ବାନୁମାନ କରାଯାଇଛି । ତେବେ ଅର୍ଥନୀତିରେ ସୁଧାର ଆଣିବାକୁ ହେଲେ ଟୀକାକରଣକୁ ଜୋରଦାର କରିବାକୁ ହେବ । ଏହାଦ୍ବାରା ନିବେଶକ ଏବଂ ଗ୍ରାହକଙ୍କ ମଧ୍ୟରେ ବିଶ୍ବାସ ମଧ୍ୟ ସୃଷ୍ଟି କରାଯାଇ ପାରିବ ବୋଲି ଫିଚ୍ କହିଛି ।

ଗ୍ଲୋବାଲ ରେଟିଂ ଏଜେନ୍ସି ରିପୋର୍ଟରେ ଦର୍ଶାଇଛି ଯେ ବ୍ୟବସାୟ ଏବଂ ରାଜସ୍ବ ବୃଦ୍ଧି ଲାଗି ସୀମିତ ସୁଯୋଗ ରହିଥିବା ଯୋଗୁଁ ବ୍ୟାଙ୍କ ଗୁଡିକ ପାଇଁ ଚାଲେଞ୍ଜ ସୃଷ୍ଟି ହୋଇଛି । ତୃତୀୟ ଲହର ସ୍ଥିତି ଉପୁଜିଲେ ସ୍ଥିତି ଆହୁରି ଗମ୍ଭୀର ହେବାର ଆଶଙ୍କା କରାଯାଇଛି । ସେହିପରି ଦ୍ବିତୀୟ ଲହର କଟକଣା ଅର୍ଥନୈତିକ ପୁନରୁଦ୍ଧାରର ଗତିକୁ ମନ୍ଥର କରିଛି ।

ରିପୋର୍ଟରେ ଏହାମଧ୍ୟ କୁହାଯାଇଛି ଯେ ଟୀକାକରଣ ହିଁ ବ୍ୟବସାୟ ପୁନରୁଦ୍ଧାର ପାଇଁ ମୁଖ୍ୟ ଉପାଦାନ । ରିଲିଫ ପଦକ୍ଷେପ କେବଳ ମଧ୍ୟବର୍ତ୍ତୀକାଳୀନ ସହାୟତା ପ୍ରଦାନ କରିବ । ଚଳିତ ବର୍ଷ ଜୁଲାଇ 5 ତାରିଖ ସୁଦ୍ଧା ଦେଶର 1.37 ବିଲିୟନ ଜନସଂଖ୍ୟାର ପ୍ରାୟ 4.7 ପ୍ରତିଶତ ଲୋକଙ୍କୁ ଟୀକାକରଣ କରାଯାଇଛି । ଯାହା ଅର୍ଥପୂର୍ଣ୍ଣ ଏବଂ ସ୍ଥାୟୀ ଅର୍ଥନୈତିକ ପୁନରୁଦ୍ଧାର ପାଇଁ ବିପଦ ସୃଷ୍ଟି କରୁଛି । ସେହିପରି 2019-20 ଆର୍ଥିକ ବର୍ଷରେ ଭାରତ 4 ପ୍ରତିଶତ ଅଭିବୃଦ୍ଧି ହାସଲ କରିଥିବାବଳେ 2020-21 ଆର୍ଥିକ ବର୍ଷରେ କୋରୋନା ପ୍ରଥମ ଲହର ଯୋଗୁଁ ଭାରତ ଅଭିବୃଦ୍ଧି 7.3 ପ୍ରତିଶତ ହ୍ରାସ ପାଇଛି । ଅନ୍ୟପଟେ ଚଳିତ ଆର୍ଥିକ ବର୍ଷରେ ଡିଜିପି ଅଭିବୃଦ୍ଧି ପ୍ରାରମ୍ଭରେ ଦୁଇ ଅଙ୍କ ବିଶିଷ୍ଟ ହେବ ବୋଲି ଆକଳନ କରାଯାଇଥିଲା । ମାତ୍ର ମହାମାରୀର ଦ୍ବିତୀୟ ଲହର ବିଭିନ୍ନ ରେଟିଂ ଏଜେନ୍ସିଂର ଆକଳନକୁ ବଦଳାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.