ETV Bharat / business

2019-20 ଆର୍ଥିକ ବର୍ଷରେ ଭାରତର ଜିଡିପି 4.2 ପ୍ରତିଶତକୁ ହ୍ରାସ

author img

By

Published : May 29, 2020, 7:12 PM IST

Updated : May 30, 2020, 2:10 PM IST

2019-20 ଆର୍ଥିକ ବର୍ଷର ଚତୁର୍ଥ ତ୍ରୈୟମାସର ଅଭିବୃଦ୍ଧି ରିପୋର୍ଟ ପ୍ରକାଶ । ଏଥିସହ ବାର୍ଷିକ ଜିଡିପି 4.2 ପ୍ରତିଶତକି ହ୍ରାସ ପାଇଛି । ଅଧିକ ପଢନ୍ତୁ..

Indias GDP grows at 4.2% in 2019-20
2019-20 ଆର୍ଥିକ ବର୍ଷରେ ଭାରତର ଜିଡିପି 4.2 ପ୍ରତିଶତକୁ ହ୍ରାସ

ନୂଆଦିଲ୍ଲୀ, ଆର୍ଥିକ ବର୍ଷ 2019-20ର ଚତୁର୍ଥ ତ୍ରୟମାସ( ଜାନୁଆରୀ-ମାର୍ଚ୍ଚ)ର ମୋଟ ଘରୋଇ ଉତ୍ପାଦ(ଜିଡିପି) ହ୍ରାସ ପାଇ 3.1 ପ୍ରତିଶତରେ ପହଞ୍ଚିଛି । ଶୁକ୍ରବାର ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ରିପୋର୍ଟ ପ୍ରକାଶ କରି ସୂଚନା ଦିଆଯାଇଛି ।

GDP
ପ୍ରମୁଖ ବୈଶ୍ବିକ ଅର୍ଥବ୍ୟବସ୍ଥାର ଜାନୁଆରୀ-ମାର୍ଚ୍ଚ ତ୍ରୟମାସର ଜିଡିପି ଦର

ଏଥିସହ 2019-20 ଆର୍ଥିକ ବର୍ଷରେ ଦେଶର ବାର୍ଷିକ ବିକାଶ ଦର 4.2 ପ୍ରତିଶତ ରହିଛି । ଯାହାକି 2008-09 ପରେ ସର୍ବନିମ୍ନ ଜିଡିପି ବିକାଶ ଦର । 200-09 ରେ ଆର୍ଥିକ ବୃଦ୍ଧି ଦର 3.1 ପ୍ରତିଶତ ରହିଥିଲା । ତେବେ ଆର୍ଥିକ ବର୍ଷ 2018-19ରେ ଏହା 6.1 ପ୍ରତିଶତ ଥିଲା ।

GDP
ଭାରତର ତ୍ରୟମାସର ଜିଡିପି ବିକାଶ ଦର

ଦେଶର ଅଭିବୃଦ୍ଧି ଦର ଉପରେ କୋରୋନା ପ୍ରଭାବ ପଡିଛି । ଏହା ପୂର୍ବ ଆର୍ଥିକ ବର୍ଷ(2018-19)ର ସମାନ ତ୍ରୟମାସ(ଜାନୁଆରୀ-ମାର୍ଚ୍ଚ) ଆର୍ଥିକ ବୃଦ୍ଧି ଦର 5.7 ପ୍ରତିଶତ ରହିଥିଲା ।

Indias GDP
ଭାରତର ବାର୍ଷିକ ଜିଡିପି ବିକାଶ ଦର

2019-20 ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ଆର୍ଥିକ ବୃଦ୍ଧି ଦର 4.1 ପ୍ରତିଶତ ରହିଥିଲା । ତେବେ ଉପଭୋଗ ଓ ନିବେଶରେ ହ୍ରାସ ଯୋଗୁଁ ଗତ ଆର୍ଥିକ ବର୍ଷ ଅଭିବୃଦ୍ଧି ହାର ହ୍ରାସ ପାଇଛି ।

ଏପଟେ କୋରୋନା ସଂକ୍ରମଣ ରୋକିବାକୁ ମାର୍ଚ୍ଚ 25ରୁ ଦେଶବ୍ୟାପି ଲକଡାଉନ ଘୋଷଣା କରାଯାଇଛି । ହେଲେ ଜାନୁଆରୀ-ମାର୍ଚ୍ଚ ମଧ୍ୟରେ ସମଗ୍ର ଦେଶର ଆର୍ଥିକ ଗତିବିଧି ମନ୍ଥର ରହିଥିଲା । ଯାହାର ପ୍ରଭାବ ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ପଡିଛି ।

ଭାରତୀୟ ରିଜର୍ଭ ବ୍ୟାଙ୍କ 2019-20ରେ ଅଭିବୃଦ୍ଧି ଦର 5 ପ୍ରତିଶତ ରହିବ ବୋଲି ଅନୁମାନ କରିଥିଲା ।

ତେବେ ଆମେରିକା, ୟୁକେ, ଜର୍ମାନୀ ଓ ଜାପାନ ଭଳି ପ୍ରମୁଖ ଅର୍ଥବ୍ୟବସ୍ଥାରେ 2020 ଜାନୁଆରୀରୁ ମାର୍ଚ୍ଚ ତ୍ରୟମାସରେ ନକରାତ୍ମକ ବୃଦ୍ଧି ଦେଖିବାକୁ ମିଳିଛି ।

Last Updated : May 30, 2020, 2:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.