ନୂଆଦିଲ୍ଲୀ: 2021 ମାର୍ଚ୍ଚ ମାସ ଶେଷରେ ଭାରତର ବିଦେଶୀ ଋଣ ଉପରମୁହାଁ ରହିଛି । ଗତ ବର୍ଷ ତୁଳନାରେ ଏଥର ମାର୍ଚ୍ଚ ମାସରେ ବିଦେଶୀ ଋଣ ଭାର 11.5 ଅରବ ଡଲାର ବୃଦ୍ଧି ହୋଇ 570 ଅରବ ଡଲାର ହୋଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏ ନେଇ ତଥ୍ୟ ଜାରି କରାଯାଇଛି ।
ମାର୍ଚ୍ଚ ଶେଷରେ ବିଦେଶୀ ଋଣ ମୋଟ ଘରୋଇ ଉତ୍ପାଦ(gross domestic product-GDP)ର 21.1 ପ୍ରତିଶତ ଥିଲା । ଏହି ଅନୁପାତ 1 ବର୍ଷ ପୂର୍ବରୁ 20.6 ପ୍ରତିଶତ ଥିଲା । ରିଜର୍ଭ ବ୍ୟାଙ୍କ କହିଛି କି, ଭାରତୀୟ ଟଙ୍କା ଓ ୟୁରୋ, ଏସଡିଆର ( ମୁଦ୍ରାକୋଷର ମୁଦ୍ରା) ଏବଂ ପାଉଣ୍ଡ ଷ୍ଟଲିଂ ଭଳି ପ୍ରମୁଖ ମୁଦ୍ରା ତୁଳନାରେ ଆମେରିକୀୟ ଡଲାର ମୂଲ୍ୟ ହ୍ରାସ ଯୋଗୁଁ ଋଣ ମୂଲ୍ୟାଙ୍କନରେ 6.8 ଅରବ ଡଲାର ହ୍ରାସ ଦେଖାଦେଇଛି ।
ରିଜର୍ଭ ବ୍ୟାଙ୍କ କହିଛି କି ମୂଲ୍ୟାଙ୍କନ ପ୍ରଭାବକୁ ହଟାଇଦେବା ଯଦି 2020 ମାର୍ଚ୍ଚ ତୁଳନାରେ 2021ରେ ବିଦେଶୀ ଋଣ ଭାରରେ ବୃଦ୍ଧି 11.5 ଅରବ ଡଲାର ତୁଳନାରେ 4.77 ଅରବ ଡଲାର ହେବ ।
ଆମେରିକୀୟ ଡଲାରର ପ୍ରମୁଖ ଋଣ ଭାରତର ବିଦେଶୀ ଋଣର ସବୁଠୁ ବଡ ଉପାଦାନ ହୋଇ ରହିଛି । ଏହାର ଯୋଗଦାନ 52.1 ପ୍ରତିଶତ ଥିଲା । ଏହା ପରେ ଭାରତୀୟ ଟଙ୍କା (33.3 ପ୍ରତିଶତ), ଜାପାନିଜ୍ ୟେନ୍ (5.8 ପ୍ରତିଶତ), SDR (4.4 ପ୍ରତିଶତ) ଏବଂ ୟୁରୋ ଋଣ (3.5 ପ୍ରତିଶତ) ରହିଛି ।