ETV Bharat / business

ବିଶ୍ବବ୍ୟାଙ୍କର ପୂର୍ବାନୁମାନ, 3.2 ପ୍ରତିଶତକୁ ସଙ୍କୁଚିତ ହେବ ଭାରତୀୟ ଅର୍ଥବ୍ୟବସ୍ଥା

author img

By

Published : Jun 9, 2020, 1:49 PM IST

କୋରୋନା ତାଣ୍ଡବରେ ଅର୍ଥନୀତି ବିଧ୍ବସ୍ତ । ସମଗ୍ର ବିଶ୍ବର ଅର୍ଥନୀତି ଏବେ କୋରୋନା କବଳରେ । ଭାରତରେ ବି ଏହାର ଭୟଙ୍କର ପ୍ରଭାବ ଦେଖିବାକୁ ମିଳିଛି । ଚଳିତ ଆର୍ଥିକ ବର୍ଷ ଭାରତୀୟ ଅର୍ଥବ୍ୟବସ୍ଥା 3.2 ପ୍ରତିଶତକୁ ଖସିବ ବୋଲି ବିଶ୍ବ ବ୍ୟାଙ୍କ ଆକଳନ କରିଛି । ଅଧିକ ପଢନ୍ତୁ..

Indias economy
ବିଶ୍ବବ୍ୟାଙ୍କର ପୂର୍ବାନୁମାନ, 3.2 ପ୍ରତିଶତକୁ ସଙ୍କୁଚିତ ହେବ ଭାରତୀୟ ଅର୍ଥବ୍ୟବସ୍ଥା

ୱାଂଶିଟନ: ଚଳିତ ଆର୍ଥିକ ବର୍ଷ ଭାରତୀୟ ଅର୍ଥବ୍ୟବସ୍ଥା 3.2 ପ୍ରତିଶତ ସଙ୍କୁଚିତ ହେବ ବୋଲି ପୂର୍ବାନୁମାନ କରିଛି ବିଶ୍ବ ବ୍ୟାଙ୍କ । ମହାମାରୀ ସଂକ୍ରମଣ ରୋକିବା ପାଇଁ ଜାରି ହୋଇଥିବା ଲକଡାଉନ ପ୍ରଭାବରେ ଅର୍ଥନୀତି ବିଧ୍ବସ୍ତ ହୋଇଥିବା ନେଇ କହିଛି ବିଶ୍ବ ବ୍ୟାଙ୍କ ।

କୋରୋନା ପ୍ରତିହିତ ପାଇଁ ଭାରତ ସରକାରଙ୍କ ପକ୍ଷରୁ ନିଆଯାଇଥିବା କଠୋର ପଦକ୍ଷେପ ଯୋଗୁଁ ଅର୍ଥନୈତିକ ଗତିବିଧି ଅସ୍ତବ୍ୟସ୍ତ ହୋଇପଡିଛି । ଫଳରେ ଅର୍ଥବ୍ୟବସ୍ଥା ଖସିବା ନେଇ ବିଶ୍ବ ବ୍ୟାଙ୍କ ନିଜର ବିଶ୍ବ ଅର୍ଥନୈତିକ ଦୃଶ୍ୟପଟ ରିପୋର୍ଟରେ କହିଛି ।

ବିଶ୍ବ ବ୍ୟାଙ୍କ ପୂର୍ବରୁ ଅନେକ ଅନ୍ତର୍ଜାତୀୟ ରେଟିଂ ଏଜେନ୍ସି ମଧ୍ୟ ଭାରତ ଅଭିବୃଦ୍ଧି ଆକଳନକୁ ଖସାଇଛନ୍ତି । ଚଳିତ ଆର୍ଥିକ ବର୍ଷ ଦେଶର ଅର୍ଥନୀତି 4ରୁ 5 ପ୍ରତିଶତ ସଙ୍କୁଚିତ ହେବ ବୋଲି ସମସ୍ତେ ପୂର୍ବାନୁମାନ କରିଛନ୍ତି । କ୍ରିସିଲର ଆକଳନ ଅନୁଯାୟୀ ସ୍ବାଧିନତା ପରେ ଭାରତ ଚତୁର୍ଥ ବଡ ମାନ୍ଦାବସ୍ଥାର ସାମ୍ନା କରିବ ।

ତେବେ 2021ରେ ଭାରତୀୟ ଅର୍ଥନୀତିରେ ସୁଧାର ଆସିବ ବୋଲି ବିଶ୍ବ ବ୍ୟାଙ୍କରେ ଉଲ୍ଲେଖ କରାଯାଇଛି ।

ଭାରତ ସରକାରଙ୍କ ଆର୍ଥିକ ପ୍ୟାକେଜ ଏବଂ କୋହଳ ମୁଦ୍ରାନୀତି ପରେ ବି ବିଶ୍ବ ଅର୍ଥନୀତି ଦୁର୍ବଳ ଓ ଆର୍ଥିକ କ୍ଷେତ୍ରରେ ବାଲାନ୍ସ ସିଟ ସମସ୍ୟା ଯୋଗୁଁ ସ୍ଥିତି ଶୋଚନୀୟ ରହିବ ବୋଲି ବିଶ୍ବ ବ୍ୟାଙ୍କ ଅନୁମାନ କରିଛି ।

ପ୍ରକାଶ ଯେ, 2019-20 ଆର୍ଥିକ ବର୍ଷରେ ଦେଶରେ ମୋଟ ଘରୋଇ ଉତ୍ପାଦ 4.2 ପ୍ରତିଶତକୁ ହ୍ରାସ ପାଇଛି । ଯାହାକି 11 ବର୍ଷରେ ସର୍ବନିମ୍ନ । ଏପରି ସ୍ଥିତିରେ ବର୍ତ୍ତମାନ ରାଜସ୍ବ ହ୍ରାସ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ଫଳରେ ଅଭିବୃଦ୍ଧି ଚଳିତ ଆର୍ଥିକ ବର୍ଷ ଆହୁରି କମିବା ନେଇ ଆକଳନ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.