ETV Bharat / business

ଟ୍ରାକକୁ ଫେରୁଛି ଭାରତ ଅର୍ଥନୀତି, ଜିଡିପି ଅନୁମାନ ବଢାଇଲା ଏଡିବି

author img

By

Published : Dec 10, 2020, 6:19 PM IST

ଆଶା ତୁଳନାରେ କ୍ଷୀପ୍ର ଗତିରେ ରିକୋଭରି କରୁଛି ଭାରତୀୟ ଅର୍ଥବ୍ୟବସ୍ଥା । ଏଡିପି ଜିଡିପି ଅନୁମାନକୁ 8 ପ୍ରତିଶତ ରଖିଛି । ଅଧିକ ପଢନ୍ତୁ...

ଟ୍ରାକକୁ ଫେରୁଛି ଭାରତ  ଅର୍ଥନୀତି , ଜିଡିପି ଅନୁମାନ ବଢାଇଲା ଏଡିବି

ନୂଆଦିଲ୍ଲୀ: ବୃଦ୍ଧି ପଥରେ ଭାରତୀୟ ଅର୍ଥବ୍ୟବସ୍ଥା । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସ ତୁଳନାରେ ସୁଧୁରିଛି ଦ୍ବିତୀୟ ତ୍ରୟମାସରେ ଜିଡିପି ହାର । ସେପଟେ ବିଭିନ୍ନ ସେକ୍ଟରର ବୃଦ୍ଧି ହାର ବି ଭଲ ଅଗ୍ରଗତି କରୁଛି । ଏସବୁକୁ ତର୍ଜମା କରି ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ଗୁରୁବାର ଭାରତର ଅଭିବୃଦ୍ଧି ହାର ଅନୁମାନକୁ ସଂଶୋଧନ କରିଛି ।

ଏଡିବି କହିଛି ଯେ, 2020-21 ଆର୍ଥିକ ବର୍ଷ ମଧ୍ୟରେ ଜିଡିପି 8 ପ୍ରତିଶତ ସଙ୍କୁଚିତ ହୋଇପାରେ । ଯେତେବେଳେ କି ଏହା ପୂର୍ବରୁ ଅଭିବୃଦ୍ଧି ହାର 9 ପ୍ରତିଶତ ରହିବା ନେଇ କୁହାଯାଇଥିଲା । ଏଡିବିର ଅନୁପୂରକ ରିପୋର୍ଟରେ କୁହାଯାଇଛି ଯେ, ଅର୍ଥବ୍ୟବସ୍ଥା ସ୍ବାଭାବିକ ସ୍ଥିତି ଆଡକୁ କମ ବ୍ୟାକ କରୁଛି । ଆଉ ଦ୍ବିତୀୟ ତ୍ରୟମାସରେ ସଙ୍କୁଚନ 7.5 ପ୍ରତିଶତ ଅଛି । ଯାହାକି ଆଶା ଠାରୁ ବହୁତ ଭଲ ।

କୋରୋନା ଭାଇରସ ମହାମାରୀ ଯୋଗୁଁ ଅର୍ଥବ୍ୟବସ୍ଥାରେ ଚଳିତ ଆର୍ଥିକ ବର୍ଷର ଜୁନ ତ୍ରୟମାସ ମଧ୍ୟରେ 23.9 ପ୍ରତିଶତ ସଙ୍କୁଚନ ହୋଇଥିଲା । ରିପୋର୍ଟ ଅନୁସାରେ ‘‘ଆର୍ଥିକ ବର୍ଷ 2020 ପାଇଁ ଜିଡିପିର ଅନୁମାନକୁ 9 ପ୍ରତିଶତ ସଙ୍କୁଚନରୁ ବଢାଇ 8 ପ୍ରତିଶତ କରିଦିଆଯାଇଛି । ଆଉ ଦ୍ବିତୀୟ ତ୍ରୟମାସରେ ଜିଡିପିର 1 ବର୍ଷ ପୂର୍ବ ସମାନ ରହିବା ଅନୁମାନ ଅଛି । ଆର୍ଥିକ ବର୍ଷ 2020-21 ପାଇଁ ବୃଦ୍ଧି ଆକଳନ 8 ପ୍ରତିଶତରେ ସ୍ଥିର ରହିଛି ।’’

ଦେଶରେ ଆର୍ଥିକ ପୁନଃରୁଦ୍ଧାର ଆଶା ଠାରୁ ବହୁତ ଭଲ ହେଉଛି । ଆଉ ଏହି କାରଣରୁ ଦକ୍ଷିଣ ଏସିଆରେ ସଙ୍କୁଚନ ଅନୁମାନକୁ 6.8 ପ୍ରତିଶତରୁ ସଂଶୋଧିତ କରି 6.1 ପ୍ରତିଶତ କରିଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.