ETV Bharat / business

ପାକ୍‌କୁ ସମର୍ଥନ କରି ଫସିଲା ମାଲେସିଆ, ତେଲ କିଣିବାକୁ ମନାକଲେ ଭାରତୀୟ ବେପାରୀ - Malaysia palm oil

ପାକକୁ ସମର୍ଥନ କରୁଥିବା ମାଲେସିଆକୁ ଭାରତର ଝଟକା । ପ୍ରଥମେ ଦେଶ ପରେ ବ୍ୟବସାୟ କହି ମାଲେସିଆରୁ ପାମ ତେଲ ଆମଦାନୀକୁ ବନ୍ଦ ପାଇଁ ନିଷ୍ପତ୍ତି ନେଲେ ଭାରତୀୟ ବେପାରୀ ।

ପ୍ରତିକାତ୍ମକ ଫଟୋ
author img

By

Published : Oct 16, 2019, 7:02 PM IST

ନୂଆଦିଲ୍ଲୀ: ପାକ୍‌କୁ ସହଯୋଗ କରି ଫସିଲା ମ୍ୟାଲେସିଆ । କାଶ୍ମୀର ପ୍ରସଙ୍ଗରେ ଭାରତ ବିରୋଧରେ ଯାଇ ଦ୍ବନ୍ଦରେ ମାଲେସିଆ ପ୍ରଧାନମନ୍ତ୍ରୀ । ପାମ ତେଲ ଆମଦାନୀ ନେଇ ମାଲେସିଆ ସହ ଯେଉଁ ବୁଝାମଣା ହେବାକୁ ଥିଲା ତାହାକୁ ବନ୍ଦ କରିଦେଇଛନ୍ତି ଭାରତୀୟ ବ୍ୟବସାୟୀ । ତେବେ ଏଯାଏଁ ଭାରତ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ ହୋଇନାହିଁ ।

ଭାରତ କଥାରେ ଅମଙ୍ଗ ହେବା ମାଲେସିଆକୁ ପଡିଲା ମହଙ୍ଗା । ପାକ୍‌ ଦାବିକୁ ସମର୍ଥନ ଦେବା ବିରୁଦ୍ଧରେ ମାଲେସିଆକୁ କଡା ଜବାବ ଦେଇଛି ଭାରତର ଘରୋଇ ଖାଦ୍ୟ ଏବଂ ତେଲ ଉଦୌଗ ।

ପ୍ରଥମେ ଦେଶ ପରେ କାରବାର ସମ୍ଭନ୍ଧ । ଏଭଳି ଦମ୍ଭୋକ୍ତି ସହ ଶତ୍ରୁର ସାଥୀ ସହ ବେପାର କରିବେ ନାହିଁ ବୋଲି କହିଛି ସଂଗଠନ । ସାଲ୍ଚେଣ୍ଟ ଏକ୍ସଟ୍ରେକ୍ଟର୍ସ ଆସୋସିଏନର କାର୍ଯ୍ୟକାରୀ ନିର୍ଦ୍ଦେଶକ ଡା.ବି.ବି ମେହତା କହିଛନ୍ତି ଯେ, ‘ ଆମ ପାଇଁ ଦେଶ ଆଗ, ତା ପରେ ବି ମାଲେସିଆରୁ ପାମ ତେଲ ନିହାତି ଜରୁରୀ ବି ନୁହେଁ । କାରଣ ଏଥିପାଇଁ ବଡ ବିକଳ୍ପ ଇଣ୍ଡୋନେସିଆ ମଧ୍ୟ ରହିଛି ।

ମାଲେସିଆ ପାମ ଅଏଲର ବଡ କ୍ରେତା ଭାରତ । କିନ୍ତୁ ଏହାର ଆମଦାନୀ ବନ୍ଦ କଲେ ଭାରତ ଉପରେ କୌଣସି ପ୍ରଭାବ ପଡିବ ନାହିଁ । ଏପରିକି ଆମଦାନୀରେ ରୋକ ଲଗାଇବାକୁ ସରକାର ଶୁକ୍ଲ ମଧ୍ୟ ବୃଦ୍ଧି କରିପାରନ୍ତି ବୋଲି ମେହେତା କହିଛନ୍ତି ।

ନିକଟରେ ଅନୁଷ୍ଠିତ ସଯୁକ୍ତ ରାଷ୍ଟ୍ର ମହାସଭାରେ ମାଲେସିଆ ପ୍ରଧାନମନ୍ତ୍ରୀ ମହାଥିର ମହମ୍ମଦ କାଶ୍ମୀର ପ୍ରସଙ୍ଗ ଉଠାଇ କହିଥିଲେ ଯେ, ଜମ୍ମୁ କାଶ୍ମୀର ମାମଲାରେ ଜାତିସଂଘରେ ପ୍ରସ୍ତାବ ଆଣାଯିବା ପରେ ବି ଭାରତ ତା ଉପରେ ଆକ୍ରମଣ କରି ନିଜ କବଳକୁ ନେଇଯାଇଛି । ଯାହାକି ସମ୍ପୁର୍ଣ୍ଣ ଭୁଲ । ଏ ସମ୍ବନ୍ଧରେ ପାକିସ୍ତାନ ସହ ମିଶି ଭାରତ ଏହାର ସମାଧାନ କରିବା ଦରକାର ବୋଲି ସେ କହିଛନ୍ତି । ଏ ନେଇ ଭାରତୀୟ ବ୍ୟବସାୟୀ ତାତି ଉଠିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.