ETV Bharat / business

କୋରୋନା ଟିକା ଆସିବା ବିଳମ୍ବ ହେଲେ 7.5 ପ୍ରତିଶତ ଖସିବ ଅର୍ଥନୀତି - Bank of America Securitie

ଏଭଳି ସଙ୍କଟ ସମୟର ମୁକାବିଲା ପାଇଁ ଯଦି କୋରୋନା ଟିକା ଆସିବା ବିଳମ୍ବ ହୁଏ , ତେବେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) 7.5 ପ୍ରତିଶତ ହ୍ରାସ ହେବ । ଅଧିକ ପଢନ୍ତୁ..

କୋରୋନା ଟିକା ଆସିବା ବିଳମ୍ବ ହେଲେ ଅର୍ଥନୀତି 7.5 ପ୍ରତିଶତ ଖସିବ

author img

By

Published : Jul 14, 2020, 2:19 PM IST

ନୂଆଦିଲ୍ଲୀ: ସମଗ୍ର ବିଶ୍ବର ଅର୍ଥନୀତିକୁ ଦୋହଲାଇ ରଖିଛି କୋରୋନା ଭାଇରସ । ଏହାର ପ୍ରଭାବରେ ଭାରତ ଅର୍ଥବ୍ୟବସ୍ଥା ଅଣାୟତ ହୋଇପଡିଛି । ଏଭଳି ସଙ୍କଟ ସମୟର ମୁକାବିଲା ପାଇଁ ଯଦି କୋରୋନା ଟିକା ଆସିବା ବିଳମ୍ବ ହୁଏ , ତେବେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) 7.5 ପ୍ରତିଶତ ହ୍ରାସ ହେବ । ଏ ନେଇ ବ୍ୟାଙ୍କ ଅଫ ଆମେରିକା ସିକ୍ୟୁରିଟିଜର ଅର୍ଥନୀତିଜ୍ଞ ଆକଳନ କରିଛନ୍ତି ।

କୋରୋନା ମୁକାବିଲା ପାଇଁ ଟିକା ପ୍ରସ୍ତୁତିରେ ଲାଗିପଡିଛନ୍ତି ଗବେଷକ । ହେଲେ ଏହାର ସଫଳର ପରୀକ୍ଷଣ ସହ ଆସିବା ନେଇ କୌଣସି ସୁନିଶ୍ଚିତ ତଥ୍ୟ ଏ ଯାଏଁ ମିଳିନି । ଏପଟେ କୋରୋନା ଦାଉରୁ ଲୋକଙ୍କୁ ବଞ୍ଚାଇବା ପାଇଁ ଲକଡାଉନ କଟକଣା ଅର୍ଥନୀତି ଉପରେ ଭାରୀ ପଡିଛି । ଆର୍ଥିକ କାର୍ଯ୍ୟକଳାପ ପ୍ରଭାବିତ ସହ କାରବାର ଠପ ରହିଛି । ସେପଟେ ବିଭିନ୍ନ ସେକ୍ଟର କ୍ଷତିରେ ଗତି କରୁଛି । ବଡ ସଂଖ୍ୟାରେ ଛଟେଇ ସହ ରୋଜଗାର ହାର ହ୍ରାସ ପାଉଛି । ଏସବୁକୁ ନଜରରେ ରଖି ଏ ବର୍ଷ ଭାରତୀୟ ଅର୍ଥନୀତି 5 ପ୍ରତିଶତ ସଙ୍କୁଚିତ ହେବା ନେଇ ବିଭିନ୍ନ ଆର୍ଥିକ ଏଜେନ୍ସି ପୂର୍ବାନୁମାନ କରୁଛନ୍ତି ।

ବ୍ୟାଙ୍କ ଅଫ ଆମେରିକା ସିକ୍ୟୁରିଟିର ଅର୍ଥନୀତିଜ୍ଞମାନେ ପୂର୍ବୂରୁ କରିଥିବା ଆକଳନ ଅନୁସାରେ କୋରୋନା ପ୍ରଭାବରେ ଚଳିତ ଆର୍ଥିକ ବର୍ଷରେ ଭାରତ ଅଭିବୃଦ୍ଧି ହାର 5 ପ୍ରତିଶତ ଖସିବ । ହେଲେ ବର୍ତ୍ତମାନକୁ ସ୍ଥିତିରୁ ନଜରରେ ରଖି ଏହାକୁ ସଂଶୋଧ କରିଛନ୍ତି । ତେବେ ଆଗକୁ ଆରବିଆଇ ସୁଧ ହାର ଆହୁରୀ ହ୍ରାସ କରିପାରେ ବୋଲି ବ୍ୟାଙ୍କ ଅଫ ଆମେରିକା ଅର୍ଥନୀତିଜ୍ଞ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.