ETV Bharat / business

ତୀବ୍ର ସୁଧାର; V ଆକାରରେ ନେଲା ଭାରତୀୟ ଅର୍ଥବ୍ୟବସ୍ଥା

author img

By

Published : Dec 3, 2020, 6:29 PM IST

‘ଭି ଆକାର’ରେ ଭାରତୀୟ ଅର୍ଥବ୍ୟବସ୍ଥା । ଅର୍ଥାତ ଦେଶର ଅର୍ଥନୀତି ତୀବ୍ର ବେଗରେ ହେଉଛି ରିକୋଭରି । ପଢନ୍ତୁ ରିପୋର୍ଟ..

ତୀବ୍ର ସୁଧାର, ‘ଭି’ ଆକାରରେ ବଢୁଛି ଭାରତୀୟ ଅର୍ଥବ୍ୟବସ୍ଥା

ନୂଆଦିଲ୍ଲୀ: ଭାରତ ଅର୍ଥବ୍ୟବସ୍ଥାରେ ‘ଭି ଆକାର’ ଅର୍ଥାତ ଦ୍ରୁତ ବେଗରେ ସୁଧାର ଦେଖିବାକୁ ମିଳିଛି । ଜୁଲାଇ -ସେପ୍ଟେମ୍ବର ତ୍ରୟମାସରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ପୂର୍ବ ଅର୍ଥାତ ପ୍ରଥମ ତ୍ରୟମାସ ତୁଳନାରେ 23 ପ୍ରତିଶତ ଉପରମୁହାଁ ରହିଛି । ଗୁରୁବାର ଏନେଇ ଅର୍ଥମନ୍ତ୍ରାଳୟ ପକ୍ଷରୁ ଜାରି ମାସିକ ଆର୍ଥିକ ସମୀକ୍ଷା ରିପୋର୍ଟରେ ନିଷ୍କର୍ସ ସାମ୍ନାକୁ ଆସିଛି ।

ଭି-ଆକାର ବୃଦ୍ଧିର ଅର୍ଥ କୌଣସି ଅର୍ଥବ୍ୟବସ୍ଥାରେ ତୀବ୍ର ହ୍ରାସ ପରେ ତୀବ୍ର ସୁଧାର ହେବା । ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସ ଅର୍ଥାତ ଜୁଲାଇ-ସେପ୍ଟେମ୍ବର ତ୍ରୟମାସରେ ଜିଡିପି ପୂର୍ବ ତ୍ରୟମାସ ତୁଳନାରେ ହ୍ରାସ ହୋଇ 7.5 ପ୍ରତିଶତ ରହିଛି । ପ୍ରଥମ ଏପ୍ରିଲ-ଜୁନ ତ୍ରୟମାସରେ ଭାରତୀୟ ଅର୍ଥବ୍ୟବସ୍ଥାରେ 23.9 ପ୍ରତିଶତ ହ୍ରାସ ହୋଇଥିଲା । ସମୀକ୍ଷାରେ କୁହାଯାଇଛି କି ଦ୍ବିତୀୟ ତ୍ରୟମାସରେ ବାର୍ଷିକ ଆଧାରରେ 7.5 ପ୍ରତିଶତ ଖସିଛି । ହେଲେ ତ୍ରୟମାସିକ ଆଧାରରେ ଏଥିରେ 23 ପ୍ରତିଶତ ବୃଦ୍ଧି ରେକର୍ଡ ହୋଇଛି ।

ଅର୍ଥବ୍ୟବସ୍ଥା ଭିତ୍ତିଭୂମି ମଜବୁତ

ନଭେମ୍ବର ମାସିକ ଆର୍ଥିକ ସମୀକ୍ଷାରେ କୁହାଯାଇଛି କି , ‘‘ 2020-21 ମଧ୍ୟରେ ଭି ଆକାର ବୃଦ୍ଧି ଦ୍ବାରା ଭାରତୀୟ ଅର୍ଥବ୍ୟବସ୍ଥା ଯୁଗ୍ମ କ୍ଷମତାର ଜଣାପଡିଛି । ଅର୍ଥବ୍ୟବସ୍ଥାର ଭିତ୍ତିଭୂମି ମଜବୁତ ଓ ଲକଡାଉନ ଧୀରେ ଧୀରେ ହଟିବା ପରେ ଏହା ଆଗକୁ ବଢୁଛି । ଏହା ବ୍ୟତିତ ଆତ୍ମନିର୍ଭର ଭାରତ ମିଶନ ଯୋଗୁଁ ମଧ୍ୟ ଅର୍ଥବ୍ୟବସ୍ଥା ପୁନରୁଦ୍ଧାର ରାସ୍ତାରେ ଅଛି ।

ରିପୋର୍ଟରେ କୁହାଯାଇଛି କି , ଅର୍ଥବ୍ୟବସ୍ଥାରେ ସବୁଠୁ ଅଧିକ କୃଷି କ୍ଷେତ୍ରକୁ ସମର୍ଥନ ମିଳୁଛି । ଏହା ପରେ ନିର୍ମାଣ ଓ ବିନିର୍ମାଣ କ୍ଷେତ୍ରର ଅର୍ଥବ୍ୟବସ୍ଥାକୁ ସମର୍ଥନ ଦେଉଛି । ସମ୍ପର୍କ ଦୃଷ୍ଟିରୁ ସମ୍ବେଦନଶୀଳ ସେବା ସେକ୍ଟର ମଧ୍ୟ ଏଥିରେ ଯୋଗଦାନ ଦେଇଛି । ଯଦିଓ ଏହି ଯୋଗଦାନ ମୁଖ୍ୟତଃ ଲଜିଷ୍ଟିକ୍ସ ଭାବେ ଅଛି ।

ରିପୋର୍ଟ ଅନୁଯାୟୀ, ଆଧୁନିକ ଅର୍ଥନୀତିରେ ମୁଦ୍ରାସ୍ଫୀତି ନରମ ହୋଇଥିବାବେଳେ ଉଦୀୟମାନ ବଜାରରେ ଏହା ବୃଦ୍ଧି ପାଉଛି । ଏହା ଦର୍ଶାଏ ଯେ ଯୋଗାଣ ପାଶ୍ବ ପ୍ରତିବନ୍ଧକ ଏହି ଦେଶଗୁଡିକ ଉପରେ ପ୍ରଭାବ ପକାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.