ETV Bharat / business

ଦରମା ବଢିବା ନେଇ କଣ ରହିଛି କମ୍ପାନୀର ମୁଡ ? - କମ୍ପାନୀଙ୍କ ଦରମା ବୃଦ୍ଧି

ଏ ବର୍ଷ ଦରମା ବଢାଇବାକୁ କଣ ରହିଛି ଭାରତୀୟ କମ୍ପାନୀଙ୍କ ମୁଡ, ଜାଣନ୍ତୁ ସର୍ଭେ ହୋଇଥିବା ଏହି ରିପୋର୍ଟରେ ..

ଜାଣନ୍ତୁ,ଦରମା ବଢାଇବାକୁ କଣ ରହିଛି କମ୍ପାନୀର ମୁଡ...

author img

By

Published : Feb 18, 2021, 9:54 PM IST

ନୂଆଦିଲ୍ଲୀ: ମହାମାରୀ ପରେ ଆଶା ଠାରୁ ଅଧିକ ସୁଧୁରୁଛି କାରବାର ଗତିବିଧି । ଫଳରେ ବଢୁଛି ଉପଭୋକ୍ତାଙ୍କ ବିଶ୍ବାସ । ଏଥିଯୋଗୁଁ ଏ ବର୍ଷ ଦରମାରେ ହାରାହାରୀ 7.3 ପ୍ରତିଶତ ବୃଦ୍ଧି ହୋଇପାରେ । ଏ ନେଇ ଏକ ସର୍ଭେରୁ ଜଣାପଡିଛି ।

ଶ୍ରମିକ ତଥା ବେତନ ଅଭିବୃଦ୍ଧି ପାଇଁ ଡେଲୋଏଟ ଟଚ୍ ଟୋହମାଟସୁ ଇଣ୍ଡିଆ LLP (DTTILLP) ଦ୍ବାରା କରାଯାଇଥିବା 2021 ପ୍ରଥମ ପର୍ଯ୍ୟାୟ ସର୍ଭେରୁ ଜଣାପଡିଛି ଯେ, ଚଳିତ ବର୍ଷ ଦରମା ହାରାହାରୀ ବୃଦ୍ଧି 2020 ରେ 4.4 ପ୍ରତିଶତରୁ ଅଧିକ ହେବ । କିନ୍ତୁ 2019ର 8.6 ପ୍ରତିଶତରୁ କମ ରହିବ ।

ଏ ବର୍ଷ ସର୍ଭେରେ ସାମିଲ ହୋଇଥିବା କମ୍ପାନୀ ମଧ୍ୟରୁ 92 ପ୍ରତିଶତ ଦରମା ବୃଦ୍ଧି ନେଇ କହିଛନ୍ତି । ଗତ ବର୍ଷ କେବଳ 60 ପ୍ରତିଶତ ଏଭଳି କହିଥିଲେ । 2020 ଡିସେମ୍ବରରେ ସର୍ଭେ ଆରମ୍ଭ ହୋଇଥିଲା । ଆଉ ଏଥିରେ 7 ସେକ୍ଟର ଓ 25 ସବ ସେକ୍ଟରର ପ୍ରାୟ 400 କମ୍ପାନୀ ସାମିଲ ହୋଇଥିଲେ । ଭାରତରେ ହାରାହାରୀ ଦରମା ବୃଦ୍ଧି 7.3 ପ୍ରତିଶତ ରହିବା ଆଶା ରହିଛି । ଯାହା 2020 ରେ 4.4 ପ୍ରତିଶତରୁ ଅଧିକ ଅଛି ।

ତେବେ ଆର୍ଥିକ ଗତିବିଧି ଆଶା ଠାରୁ ଅଧିକ ସୁଧୁରୁବା ସହ ଉପଭୋକ୍ତାଙ୍କ ବିଶ୍ବାସ ମଜବୁତ ଯୋଗୁଁ ଭଲ ମାର୍ଜିନରେ କମ୍ପାନୀର ଦରମା ବୃଦ୍ଧି ପାଇଁ ବଜେଟ ବଢାଇଛି । ଫଳାଫଳ ସ୍ବରୂପ 20 ପ୍ରତିଶତ କମ୍ପାନୀ ଏ ବର୍ଷ ଦୁଇଅଙ୍କରେ ଦରମା ବୃଦ୍ଧିର ଯୋଜନା କରୁଛନ୍ତି । ଯେତେବେଳେ କି 2020 ରେ ଏହି ପରିମାଣ କେବଳ 12 ପ୍ରତିଶତ ଥିଲା । ସର୍ଭେ ଅନୁସାରେ ଯେଉଁ କମ୍ପାନୀ ଗତ ବର୍ଷ ଦରମା ବୃଦ୍ଧି କରିନଥିଲା । ସେଥିରେ ଏକ-ତୃତୀୟାଂଶ ଏ ବର୍ଷ ଅଧିକ ଦରମା ବୃଦ୍ଧି କିମ୍ବା ବୋନସ ଭାବେ ପେମେଣ୍ଟ ପାଇଁ ପ୍ରସ୍ତୁତି କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.