ନୂଆଦିଲ୍ଲୀ: ସାମ୍ପୁ କମ୍ପାନୀଙ୍କ ବିଜନେସ୍ ମଡେଲ ଭାରତୀୟ ବ୍ୟାଙ୍କ ଶିଖିବା ଦରକାର । ମୋଟା ଋଣ ବଦଳରେ ଋଣକର୍ତ୍ତାଙ୍କ ଶୁଝିବା କ୍ଷମତାକୁ ଦେଖି ଋଣ ଦେବା ଦରକାର । ଏଥିସହ କ୍ଷୁଦ୍ର ଋଣ ନେଉଥିବା ବେପାରୀଙ୍କୁ ସହଯୋଗ କରିବାର ଆବଶ୍ୟକତା ରହିଛି । ତେବେ ଯାଇ ଅଣ୍ଡରବ୍ୟାଙ୍କିଙ୍ଗ ବଜାରର ସମସ୍ୟା ଦୂର ହେବ । ଏ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପ୍ୟୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ ଦେଶର ବ୍ୟାଙ୍କଗୁଡିକୁ ଟିପ୍ସ ଦେଇଛନ୍ତି ।
ଏସିଆର ତୃତୀୟ ବୃହତ୍ତ ଅର୍ଥନୀତିର ସମସ୍ୟା ସମ୍ପର୍କରେ ଆଲୋଚନା କରି ବିରଳ ସାମ୍ପୁର ଉଦାହରଣ ଦେଇଛନ୍ତି । ଏବେ ବି ଦେଶର ବହୁ ଲୋକଙ୍କ ପୂରା ସାମ୍ପୁ ବୋତଲ କିଣିବା କ୍ଷମତା ନାହିଁ । ଏଥିଯୋଗୁଁ ନିର୍ମାତାମାନେ ଶସ୍ତା sachetsରେ ସାମ୍ପୁ ବଜାରକୁ ପଠାଉଛନ୍ତି । ଯେଉଁଥିପାଇଁ ବହୁ ଲୋକ ଭାରତର ସାମ୍ପୁକୁ ବ୍ୟବହାର କରିବାକୁ ସକ୍ଷମ ହେଉଛନ୍ତି । ଠିକ ସେହିପରି ବ୍ୟାଙ୍କଗୁଡିକ ମଧ୍ୟ ବଡ ଋଣରୁ ଲୋଭ ତୁଟାଇ ଆବଶ୍ୟକତା ଅନୁଯାୟୀ କ୍ଷୁଦ୍ର ଋଣ ଉପରେ ଗୁରୁତ୍ବ ଦେବା ଦରକାର ବୋଲି ବିରଳ ପରାମର୍ଶ ଦେଇଛନ୍ତି ।
ଯଦି ଦେଶରୁ ଗରିବୀ ଦୂର କରିବାକୁ ଚାହଁ ତେବେ ପରିବର୍ତ୍ତନ ଦରକାର । କୃଷକଙ୍କ ଉଦାହରଣ ଦେଇ ସେ କହିଛନ୍ତି ଯେ, ଚାଷୀ ଥରେ ଶସ୍ୟ ଅମଳ କରି ଟଙ୍କା କମାଏ । ଏପରି ସ୍ଥଳେ କିସ୍ତି ସୁଝିବା କଷ୍ଟକର । ହେଲେ କ୍ଷୁଦ୍ର ଋଣ ନେଇ ସୁଝିବା ତା ପକ୍ଷେ ସହଜ ହେବ ।