ETV Bharat / business

ଜୁଲାଇରେ ଚାକିରି ହରାଇଲେ 5 ମିଲିୟନ ବେତନଭୋଗୀ - ବେକାରୀ ରିପୋର୍ଟ

ଯଦିଓ ବେତନଭୋଗୀଙ୍କ ଚାକିରୀ ଶୀଘ୍ର ଯାଏ ନାହିଁ, କିନ୍ତୁ ଯେବେ ଯାଏଁ ପୁଣି ମିଳିବା ବହୁତ କଷ୍ଟ ହୋଇଥାଏ । ଏଣୁ ଏହା ଆମ ପାଇଁ ଚିନ୍ତାର ବିଷୟ ବୋଲି ସିଏମଆଇଇ କହିଛି । ଅଧିକ ପଢନ୍ତୁ..

ଜୁଲାଇରେ 5 ମିଲିୟନ ବେତନଭୋଗୀ ହରାଇଲେ ଚାକିରୀ
ଜୁଲାଇରେ 5 ମିଲିୟନ ବେତନଭୋଗୀ ହରାଇଲେ ଚାକିରୀ
author img

By

Published : Aug 19, 2020, 1:08 PM IST

ନୂଆଦିଲ୍ଲୀ: ଭାରତରେ 2020 ଜୁଲାଇ ମାସରେ 5 ମିଲିୟନରୁ ଅଧିକ ବେତନଭୋଗୀଙ୍କ ଚାକିରୀ ଯାଇଛି । ସେଣ୍ଟର ଫର ମନିଟରିଂ ଇଣ୍ଡିଆ ଇକୋନୋମି (CMIE) ଦ୍ବାରା ପ୍ରକାଶିତ ତଥ୍ୟ ଅନୁସାରେ ଏନେଇ ଜଣାପଡିଛି ।

ରିପୋର୍ଟ ଅନୁସାରେ ‘‘ ଜୁଲାଇ ମାସରେ 5 ମିଲିୟନ ବେତନଭୋଗୀଙ୍କ ଚାକିରି ଯାଇଛି । ନିଟ ଆଧାରରେ ଲକଡାଉନ ଆରମ୍ଭ ପରେ ବେତନଭୋଗୀ କର୍ମଚାରୀଙ୍କ ଅବସ୍ଥା ଆହୁରି ବିଗିଡି ଯାଇଥିଲା। ଏପ୍ରିଲ୍ ମାସରେ 17.7 ମିଲିୟନ ଚାକିରି ହରାଇଥିଲା। କିନ୍ତୁ ଜୁଲାଇ ସୁଦ୍ଧା ସେମାନଙ୍କ କ୍ଷତି ବଢି 18.9 ମିଲିୟନରେ ପହଞ୍ଚିଛି ।

ଯଦିଓ ବେତନଭୋଗୀଙ୍କ ଚାକିରୀ ଶୀଘ୍ର ଯାଏ ନାହିଁ , କିନ୍ତୁ ଯେବେ ଯାଏଁ ପୁଣି ମିଳିବା ବହୁତ କଷ୍ଟ ହୋଇଥାଏ । ଏଣୁ ଏହା ଆମ ପାଇଁ ଚିନ୍ତାର ବିଷୟ ବୋଲି ସିଏମଆଇଇ କହିଛି । ‘‘2019-20 ମସିହାରେ ବେତନଭୋଗୀଙ୍କ ହାରାହାରି ଚାକିରି 190 ଲକ୍ଷ ଥିଲା । କିନ୍ତୁ ଗତ ଆର୍ଥିକ ବର୍ଷରେ ଏହାର ସଂଖ୍ୟା 22 ପ୍ରତିଶତକୁ ହ୍ରାସ ପାଇଥିଲା ।

ବେତନଭୋଗୀ ଶ୍ରେଣୀ ପରେ ଏହା ଦୈନିକ ବେତନଭୋଗୀ , ଫେରିବାଲା , କ୍ଷୁଦ୍ର ବ୍ୟବସାୟୀ ଅଛନ୍ତି । ଯେଉଁମାନେ ଏପ୍ରିଲରେ ସମସ୍ତ ଆର୍ଥିକ ଗତିବିଧିକୁ ରୋକିବା ପାଇଁ ମହାମାରୀ ଯୋଗୁଁ ଜାରି ଲକଡାଉନରେ ସବୁଠୁ ଅଧିକ ପ୍ରଭାବିତ ଥିଲେ । ଆଉ ଏଥିପାଇଁ ସେହି ମାସରେ 121.5 ମିଲିୟନ ଚାକିରୀ ଉଭାନ ହୋଇଯାଇଥିଲା । ସେମନଙ୍କ ମଧ୍ୟରେ 91.2 ମିଲିୟନ ବେତନଭୋଗୀ ଥିଲେ । ରୋଜଗାରର ଏହି ଶ୍ରେଣୀରେ ସମୁଦାୟ ରୋଜଗାରର ପ୍ରାୟ 32 ପ୍ରତିଶତ ରହିଛି । କିନ୍ତୁ ଏପ୍ରିଲରେ ଏହା 75 ପ୍ରତିଶତ ପ୍ରଭାବର ସମ୍ମୁଖୀନ ହୋଇଥିଲା।

ତେବେ ପର୍ଯ୍ୟାୟ କ୍ରମେ ଅର୍ଥବ୍ୟବସ୍ଥା ଅନଲକ ହେବା ଆରମ୍ଭ ହେଉଛି । ଏଥିସହ ଜୁନ ମାସରେ ଚାକିରି ପୁଣି ମିଳିଛି । ହେଲେ ବି ଯେଉଁ ସବୁ ପୁଣି ମିଳୁଛି ତାହା ଅନୌପଚାରିକ ଶ୍ରେଣୀର । CMIE କହିଛି, "ଏପ୍ରିଲରେ ହଜିଯାଇଥିବା 91.2 ନିୟୁତ ଚାକିରି ମଧ୍ୟରୁ 14.4 ନିୟୁତ ମେ ମାସରେ, ଜୁନ୍ ମାସରେ 44.5 ନିୟୁତ ଏବଂ ଜୁଲାଇରେ 25 ନିୟୁତ ଲୋକ ଫେରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.