ETV Bharat / business

2030 ସୁଦ୍ଧା ଭାରତ ହେବ ଦୁନିଆର ତୃତୀୟ ବଡ ଅର୍ଥବ୍ୟବସ୍ଥା

author img

By

Published : Dec 26, 2020, 8:28 PM IST

କୋରୋନା ଭାଇସର ମହାମାରୀରେ ପ୍ରଭାବିତ ହେବା ଯୋଗୁଁ 2020ରେ ଭାରତୀୟ ଅର୍ଥବ୍ୟବସ୍ଥା ଏକ ପାହାଚ ତଳକୁ ଖସି ଷଷ୍ଠ ସ୍ଥାନରେ ପହଞ୍ଚିଛି । ତେବେ 2025 ସୁଦ୍ଧା ବ୍ରିଟେନକୁ ପଛରେ ପକାଇ ପୁଣି ଭାରତ ଦୁନିଆର ପଞ୍ଚମ ବୃହତ୍ତ ଅର୍ଥବ୍ୟବସ୍ଥା ହେବ । ଅଧିକ ପଢନ୍ତୁ...

2030 ସୁଦ୍ଧା ଭାରତ ହେବ ଦୁନିଆର ତୃତୀୟ ବଡ ଅର୍ଥବ୍ୟବସ୍ଥା
2030 ସୁଦ୍ଧା ଭାରତ ହେବ ଦୁନିଆର ତୃତୀୟ ବଡ ଅର୍ଥବ୍ୟବସ୍ଥା

ନୂଆଦିଲ୍ଲୀ: 2025 ସୁଦ୍ଧା ବ୍ରିଟେନକୁ ପଛରେ ପକାଇ ପୁଣି ଦୁନିଆର ପଞ୍ଚମ ବୃହତ୍ତ ଅର୍ଥବ୍ୟବସ୍ଥା ହୋଇଯିବ ଭାରତ । ଏହି କ୍ରମରେ 2030 ସୁଦ୍ଧା ଏହା ତୃତୀୟ ବଡ ଅର୍ଥବ୍ୟବସ୍ଥା ଭାବେ ଉଭା ହେବ ।

କୋରୋନା ଭାଇସର ମହାମାରୀରେ ପ୍ରଭାବିତ ହେବା ଯୋଗୁଁ 2020 ରେ ଭାରତୀୟ ଅର୍ଥବ୍ୟବସ୍ଥା ଏକ ପାହାଚ ତଳକୁ ଖସି ଷଷ୍ଠ ସ୍ଥାନରେ ପହଞ୍ଚିଛି । ଭାରତ 2019 ରେ ବ୍ରିଟେନରୁ ଆଗୁଆ ହୋଇ ପଞ୍ଚମ ସ୍ଥାନରେ ପହଞ୍ଚିଥିଲା ।

ବ୍ରିଟେନର ପ୍ରମୁଖ ଆର୍ଥିକ ଅନୁସନ୍ଧାନ ସଂସ୍ଥାନ ସେଣ୍ଟର ଫର ଇକୋନୋମିକ ଆଣ୍ଡ ବିଜନେସ ରିସର୍ଚ୍ଚ ର ବାର୍ଷିକ ରିପୋର୍ଟରେ କୁହାଯାଇଛି କି , ‘ଭାରତ ମହାମାରୀ ପ୍ରଭାବରେ ସାମାନ୍ୟ ଟଳମଳ ହୋଇପଡିଛି । ଏହାର ପରିଣାମ ସ୍ବରୂପ 2019 ରେ ବ୍ରିଟେନଠୁ ଆଗକୁ ଯାଇ ଏ ବର୍ଷ ଭାରତ ପୁଣି ପଞ୍ଚମରେ ରହିବ । ବ୍ରିଟେନ 2024 ସୁଦ୍ଧା ଆଗକୁ ବଢିବ । ଆଉ ଏଭା ପରେ ଭାରତ ଆଗକୁ ଯାଇ ଶୀର୍ଷ 5 ରେ ରହିବ ।

ରିପୋର୍ଟ ଅନୁସାରେ 2021ରେ ଭାରତର ବୃଦ୍ଧି ଦର 9 ପ୍ରତିଶତ ଓ 2022ରେ 7 ପ୍ରତିଶତ ରହିବ । ସିଇବିଆଇ ଅନୁସାରେ ଭାରତ ଆର୍ଥିକ ରୂପରେ ବିକଶିତ ହେବା ପରେ ସ୍ବାଭାବିକ ଭାବେ 2035 ପର୍ଯ୍ୟନ୍ତ ଦେଶର ବୃଦ୍ଧି ହାର ଧୀମା ପଡିବ । ଆଉ ହ୍ରାସ ହୋଇ 5.8 ପ୍ରତିଶତ ହୋଇପାରେ ।

ଆର୍ଥିକ ବୃଦ୍ଧିର ଏହି ଆନୁମାନିକ ଦିଶା ଅନୁସାରେ ଅର୍ଥବ୍ୟବସ୍ଥାର ଆକାରରେ ଭାରତ 2025 ରେ ବିଟ୍ରେନଠୁ , 2027 ରେ ଜର୍ମାନୀଠୁ ଓ 2030 ରେ ଜାପାନଠାରୁ ଆଗକୁ ବଢିଚାଲିବ । ତେବେ ଚୀନ ଏହି କ୍ରମରେ 2028ରେ ଆମରେକିବା ଉପରକୁ ଯାଇ ବିଶ୍ବର ସବୁଠୁ ବଡ ଅର୍ଥବ୍ୟବସ୍ଥା ଭାବେ ଉଭା ହୋଇଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.