ETV Bharat / business

କୋରୋନା ପ୍ରଭାବ: 4.5 ପ୍ରତିଶତ ସଙ୍କୁଚିତ ହେବ ଜିଡିପି

author img

By

Published : Aug 12, 2020, 2:39 PM IST

ଏ ବର୍ଷ ବିକାଶ ଦର ଖସିବା ଆଶଙ୍କା ରହିଥିଲେ ମଧ୍ୟ 2021 ରେ ଅଭିବୃଦ୍ଧି ହାରରେ ସୁଧାର ଆସିବା ଆଶା ରହିଛି । ଏଥିସହ ଚଳିତ ଆର୍ଥିକ ବର୍ଷ ଦେଶର ଜିଡିପି 6.3 ପ୍ରତିଶତ ରହିପାରେ ବୋଲି ଡୁନ ଆଣ୍ଡ ବ୍ରାଡଷ୍ଟ୍ରିଟ ଆକଳନ କରିଛି । ଅଧିକ ପଢନ୍ତୁ..

କୋରୋନା ପ୍ରଭାବ : 4.5 ପ୍ରତିଶତ ସଙ୍କୁଚିତ ହେବ ଜିଡିପି

ନୂଆଦିଲ୍ଲୀ: ଭାରତ ଅଭିବୃଦ୍ଧିରେ ବାଧକ ସାଜିଛି କୋରୋନା ମାହାମାରୀ । ଏହାର ପ୍ରଭାବରେ ଚଳିତ ଆର୍ଥିକ ବର୍ଷ (2020-21) ଦେଶର ମୋଟ ଘରୋଇ ଉତ୍ପାଦ( ଜିଡିପି) ନେଗଟିଭ ସହ 4.5 ପ୍ରତିଶତ ହ୍ରାସ ହେବ । ଡୁନ ଆଣ୍ଡ ବ୍ରାଡଷ୍ଟ୍ରିଟ ଗ୍ଲୋବାଲ ରିପୋର୍ଟରେ ଏ ନେଇ ଅନୁମାନ କରାଯାଇଛି ।

ଏ ବର୍ଷ ବିକାଶ ଦର ଖସିବା ଆଶଙ୍କା ରହିଥିଲେ ମଧ୍ୟ 2021 ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାରରେ ସୁଧାର ଆସିବା ଆଶା ରହିଛି । ଏଥିସହ ଜିଡିପି 6.3 ପ୍ରତିଶତ ରହିପାରେ ବୋଲି ଡୁନ ଆଣ୍ଡ ବ୍ରାଡଷ୍ଟ୍ରିଟ ଆକଳନ କରିଛି ।

ଭାପତ , ଜାପାନ , ସିଙ୍ଗାପୁର ଏବଂ ଚୀନ ଭଳି କୌଣସି ରାଷ୍ଟ୍ରର ରେଟିଂ ବୃଦ୍ଧି ହୋଇନାହିଁ । ସେପଟେ 11ଟି ରାଷ୍ଟ୍ରର ରେଟିଂ ଅପଗ୍ରେଡ ହୋଇଥିବା ଦର୍ଶାଯାଇଛି ।

କୋରୋନା ସଂକ୍ରମଣ କାରଣରୁ ଭାରତ ସମେତ ସମଗ୍ର ବିଶ୍ବର ଆର୍ଥିକ ଗତିବିଧି ପ୍ରଭାବିତ ହୋଇଛି । କାରବାର ଠପ ଯୋଗୁଁ ରାଜସ୍ବ ପ୍ରବଳ ପରିମାଣରେ ହ୍ରାସ ପାଇଛି । ଭାରତର ଚଳିତ ଆର୍ଥିକ ବର୍ଷ ଆରମ୍ଭ ଅର୍ଥାତ ଏପ୍ରିଲରୁ ଲକଡାଉନ ଲାଗିରହିଥିବାରୁ ଅଭିବୃଦ୍ଧି ହାର ତଳମୁହାଁ ରହିବା ଅନୁମାନ ରହିଛି । ତେବେ ଲକଡାଉନ କୋହଳ ଓ ଆର୍ଥିକ କାର୍ଯ୍ୟକଳାପ ଧୀରେ ଧୀରେ ଆରମ୍ଭ ସହ ଅର୍ଥନୀତି ସ୍ବାଭାବିକ ହେବ ବୋଲି ଆଶା କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.