ETV Bharat / business

ବିସ୍ତୃତ ପ୍ରୋତ୍ସାହନ ପାଇଁ ଆଉ କେତେ ଦିନ ?

author img

By

Published : Jun 22, 2020, 12:46 PM IST

ଦେଶର ଅର୍ଥବ୍ୟବସ୍ଥା ଉପରେ କୋରୋନା ଭାଇରସ୍ ସଂକ୍ରମଣର ଗୁରୁତର ପ୍ରଭାବ ପଡ଼ିଛି । କମ୍ପାନୀମାନଙ୍କର ଆୟ 15 ପ୍ରତିଶତ ଯାଏଁ ହ୍ରାସ ପାଇବା ସହିତ ମୋଟ ଘରୋଇ ଉତ୍ପାଦ (GDP) ପାଞ୍ଚ ପ୍ରତିଶତରୁ ଅଧିକ ହ୍ରାସ ପାଇବା ଆଶଙ୍କା ରହିଛି । ଅଧିକ ପଢନ୍ତୁ...

ବିସ୍ତୃତ ପ୍ରୋତ୍ସାହନ ପାଇଁ... ଆଉ କେତେ ଦିନ ?

ବିଭିନ୍ନ ଦେଶରେ ଆର୍ଥିକ ସ୍ବଚ୍ଛଳତାର ସ୍ତର ନିରୂପଣ କରୁଥିବା କ୍ରେଡିଟ୍‌ ରେଟିଂ ସଂସ୍ଥା CRISILର ସଦ୍ୟତମ ରିପୋର୍ଟ ଅନୁସାରେ, ଦେଶର ଅର୍ଥବ୍ୟବସ୍ଥା ଉପରେ କୋରୋନା ଭାଇରସ୍ ସଂକ୍ରମଣର ଗୁରୁତର ପ୍ରଭାବ ପଡ଼ିଛି ଏବଂ ଏହା ଫଳରେ କମ୍ପାନୀମାନଙ୍କର ଆୟ 15 ପ୍ରତିଶତ ଯାଏଁ ହ୍ରାସ ପାଇବା ସହିତ ମୋଟ ଘରୋଇ ଉତ୍ପାଦ (GDP) ପାଞ୍ଚ ପ୍ରତିଶତରୁ ଅଧିକ ହ୍ରାସ ପାଇବା ଆଶଙ୍କା ରହିଛି । ଏହା ଫଳରେ କ୍ଷୁଦ୍ର ବ୍ୟବସାୟୀଙ୍କ ଉପରେ ଏହାର ନକାରାତ୍ମକ ପ୍ରଭାବ ପଡ଼ିବ ବୋଲି କୁହାଯାଇଛି । ଆର୍ଥିକ ସଂକଟ ଘେରରେ ରହିଥିବା, ଏମିତି କି କର୍ମଚାରୀମାନଙ୍କୁ ଦରମା ଦେବା ଲାଗି ବି ସଂଘର୍ଷରତ, ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (MSME) କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ପାଇଁ ଘୋଷିତ ସ୍ବତନ୍ତ୍ର ପ୍ୟାକେଜ୍‌ ‘ଆତ୍ମନିର୍ଭର ଅଭିଯାନ’ ଆରମ୍ଭ ହେବାର ପ୍ରାୟ ମାସେ ବିତିଗଲାଣି । କ୍ଷୁଦ୍ର ବ୍ୟବସାୟୀମାନଙ୍କ ପାଇଁ ପାଣ୍ଠି ଅଭାବଜନିତ ସମସ୍ୟା ଏଡ଼ାଇବା ଦିଗରେ ସମ୍ଭାବ୍ୟ ସମସ୍ତ ପଦକ୍ଷେପ ନେବା ଲାଗି ସପ୍ତାହେ ତଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଥିଲେ । ଏ କ୍ଷେତ୍ରରେ ରହିଥିବା ନିୟମାବଳୀକୁ ଯେତେଦୂର ସମ୍ଭବ କୋହଳ କରିବାକୁ ବି ସେ ବ୍ୟାଙ୍କମାନଙ୍କୁ ପରାମର୍ଶ ଦେଇଥିଲେ ।

ବିଭିନ୍ନ ବ୍ୟାଙ୍କ ପକ୍ଷରୁ ଦୁଇ ଦିନ ତଳେ ପ୍ରକାଶିତ ଏକ ଔପଚାରିକ ବିବୃତିରେ କୁହାଯାଇଥିଲା ଯେ MSME କ୍ଷେତ୍ରର ଆବଶ୍ୟକତା ପୂରଣ ପାଇଁ ଆରମ୍ଭ ହୋଇଥିବା ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି । କିନ୍ତୁ, କ୍ଷୁଦ୍ର ଉଦ୍ୟୋଗର ସ୍ଥିତି ସଂକଟଜନକ ବୋଲି CRISIL କରିଥିବା ବିଶ୍ଲେଷଣ, ଏକ ଜଟିଳ ସ୍ଥିତିର ପୂର୍ବ ସୂଚନା ଦେଉଛି । ପରିସ୍ଥିତିର ଗମ୍ଭୀରତାକୁ ଆକଳନ କରି, ଦେଶରେ ଆର୍ଥିକ ସ୍ଥିତିର ପୁନରୁଦ୍ଧାର ପାଇଁ ଭାରତୀୟ ଔଦ୍ୟୋଗିକ ମହାସଂଘ (CII) ନିକଟରେ ଏକ ପର୍ଯ୍ୟାୟ ଭିତ୍ତିକ ଦଶସୂତ୍ରୀ କାର୍ଯ୍ୟକ୍ରମ ଘୋଷଣା କରିଛି । ପୁଞ୍ଜି ବିନିଯୋଗ କ୍ଷେତ୍ରରେ ସକାରାତ୍ମକ ସଂସ୍କାର ଏବଂ ନଗଦ ଅର୍ଥ ଯୋଗାଣର ଚାହିଦା ବୃଦ୍ଧି ଏହାର ଅନ୍ୟତମ ମୁଖ୍ୟାଂଶ । ଏ ପର୍ଯ୍ୟନ୍ତ ରିଜର୍ଭ ବ୍ୟାଙ୍କ ଏବଂ ଅର୍ଥ ମନ୍ତ୍ରାଳୟ ଏହି ଚାହିଦା ପୂରଣରେ ବିଫଳ ହୋଇଛନ୍ତି ବୋଲି CRISILର ଅନୁଧ୍ୟାନ ରିପୋର୍ଟରେ ଦର୍ଶାଯାଇଥିବାରୁ ଏ କ୍ଷେତ୍ରରେ ତୁରନ୍ତ ସୁଧାରଧର୍ମୀ ପଦକ୍ଷେପର ଆବଶ୍ୟକତା ରହିଥିବା ସ୍ପଷ୍ଟ ହୋଇଛି ।

ପ୍ରଖ୍ୟାତ ରେଟିଂ ସଂସ୍ଥା ମୁଡିସ ଅନୁସାରେ ସରକାରଙ୍କ ଏହି ସ୍ବତନ୍ତ୍ର ପ୍ୟାକେଜ୍‌ କ୍ଷୁଦ୍ର ବ୍ୟବସାୟ କ୍ଷେତ୍ରରେ ସ୍ଥିରତା ଆଣିପାରିବ ନାହିଁ । ଗତ ଦେଢ଼ ବର୍ଷରୁ ଅଧିକ ସମୟ ଧରି, ଏମିତି କି ବିଶ୍ବ ମହାମାରୀର ପ୍ରଭାବ ପଡ଼ିବା ପୂର୍ବରୁ ହିଁ, ଏହି କ୍ଷେତ୍ର ପ୍ରବଳ ଚାପରେ ରହିଆସିଛି । ଏହି ପ୍ରୋତ୍ସାହନ ପ୍ୟାକେଜ୍‌ GDPରେ 10 ପ୍ରତିଶତ ବୃଦ୍ଧି ଲାଗି ସହାୟକ ହେବ ବୋଲି ସରକାର ଘୋଷଣା କରିଥିଲେ ମଧ୍ୟ ଫିଚ୍‌ ରେଟିଂସ୍‌ ସଂସ୍ଥାର ଆକଳନ ଅନୁସାରେ ଏହି ପ୍ରୋତ୍ସାହକର ଆର୍ଥିକ ଦିଗ ଦଶ ପ୍ରତିଶତରୁ ଅଧିକ ନୁହେଁ ଏବଂ ଏହି କାରଣରୁ ଆର୍ଥିକ ପୁନରୁଦ୍ଧାର କ୍ଷେତ୍ରରେ ଆଶାନୁରୂପ ସଫଳତା ମିଳି ନପାରେ ବୋଲି ଦର୍ଶାଯାଇଛି ।

କ୍ଷୁଦ୍ର ବ୍ୟବସାୟ କ୍ଷେତ୍ରରେ ସ୍ଥିରୀକୃତ 3 ଟ୍ରିଲିଅନ୍‌ (ଲକ୍ଷ କୋଟି) ଟଙ୍କା ଜରୁରୀକାଳୀନ ଋଣ ଉପରେ ସୁଧହାର ସର୍ବନିମ୍ନ 9.25 ପ୍ରତିଶତ ଏବଂ ସର୍ବାଧିକ 14 ପ୍ରତିଶତ ରହିଛି । ମୂଳପୁଞ୍ଜି ପରିଚାଳନା କ୍ଷେତ୍ରରେ ସମୟ ଅବଧି ଭିତ୍ତିକ ଋଣ ଉପରେ 7.5 ପ୍ରତିଶତ ସୁଧହାର ନିର୍ଦ୍ଧାରଣ କରାଯାଇଛି । ଯଦି 3ରୁ 4 ପ୍ରତିଶତ ସୁଧହାରକୁ ବୃଦ୍ଧି ନକରି ଋଣ ପରିଶୋଧ ଅବଧିକୁ ଦଶ ବର୍ଷରୁ ଅଧିକ ସମୟ ଯାଏ ବୃଦ୍ଧି କରାଯାଏ, ତେବେ ଏହା କ୍ଷୁଦ୍ର କମ୍ପାନି ପାଇଁ ବରଦାନ ସଦୃଶ ହେବ । କୋଭିଡ୍‌ ସଂକଟ ଦୂର ହେବା ପର୍ଯ୍ୟନ୍ତ MSME କ୍ଷେତ୍ରରେ ସାମଗ୍ରୀ ଓ ସେବା କର (GST) ବାବଦ ଦେୟ ସ୍ଥଗିତ ରଖିବା ଲାଗି କରାଯାଇଥିବା ନିବେଦନର ବିଚାର ଏ ପର୍ଯ୍ୟନ୍ତ କରାଯାଇନାହିଁ । ଜର୍ମାନୀ ଏହାର ‘ମିଟ୍ଟେଲଷ୍ଟାଣ୍ଡ’ (MSME) କମ୍ପାନି ସମୂହକୁ ବିଶେଷ ଅଗ୍ରାଧିକାର ପ୍ରଦାନ କରୁଥିବାରୁ 60% ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସମର୍ଥ ହୋଇଛି ।

କ୍ଷୁଦ୍ର ଉଦ୍ୟୋଗ ସମୂହ ପାଇଁ ପାଣ୍ଠି ଉପଲବ୍‌ଧ କରାଇବା, ବଜାର ସୁବିଧା ସୃଷ୍ଟି ଏବଂ ସୃଜନାତ୍ମକ ଭାବେ ଡିଜିଟାଲ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଉପରେ ଧ୍ୟାନକେନ୍ଦ୍ରିତ କରିବାକୁ ସିଙ୍ଗାପୁର, ନ୍ୟୁଜିଲାଣ୍ଡ ଏବଂ ଜାପାନ ସରକାରଙ୍କ ଆଗ୍ରହ ଯୋଗୁଁ ସେସବୁ ଦେଶରେ ଚମତ୍କାର ସଫଳତା ମିଳିଛି । ଅର୍ଥନୈତିକ କ୍ଷେତ୍ରରେ ଭାରତକୁ ନୂତନ ଶିଖରକୁ ନେଇଯିବା ସକାଶେ ସାମଗ୍ରୀ ନିର୍ମାଣ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରି କୋରୋନା ସଂକଟରୁ ସୁଯୋଗ ସୃଷ୍ଟି କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦି ଇଚ୍ଛାପ୍ରକାଶ କରିଛନ୍ତି । ଅତି କମ୍‌ରେ କ୍ଷୁଦ୍ର ଉଦ୍ୟୋଗକୁ ବୃହତ୍‌ ସହାୟତା ପ୍ରଦାନ ପ୍ରକ୍ରିୟାକୁ ଏବେ ତ୍ବରାନ୍ବିତ କରିବାର ସମୟ ଆସିଛି । କ୍ଷୁଦ୍ର ଉଦ୍ୟୋଗ କ୍ଷେତ୍ର, ଯନ୍ତ୍ରାଂଶ ପ୍ରସ୍ତୁତ କରୁଥିବା କମ୍ପାନି, ଉଚ୍ଚାକାଂକ୍ଷୀ କୁଶଳୀ ଉଦ୍ୟୋଗୀମାନେ ନିରାଶ ହୋଇ ବ୍ୟବସାୟ ବନ୍ଦ କରିବାକୁ ନିଷ୍ପତ୍ତି ନେବା ପୂର୍ବରୁ ସେମାନଙ୍କ ଜରୁରୀକାଳୀନ ପୁଞ୍ଜିନିବେଶ ଆବଶ୍ୟକତା ପୂରଣ ଦିଗରେ ପ୍ରୋତ୍ସାହକ ପ୍ୟାକେଜ୍‌ ପ୍ରଦାନ କରାଯିବା ନିହାତି ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.